ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଭାଇରାଲ ପରେ ଯୁବକ ଯୁବତୀଙ୍କୁ ଗିରଫ କଲା ପୋଲିସ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ହେଉଛି । କିଛି ଲୋକ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ମୋବାଇଲ ୟୁଜର ସବୁ ଆଶ୍ଚର୍ଯ୍ୟ ହେଉଛନ୍ତି । ପୁନେର ଜଣେ ଯୁବକ ଓ ଯୁବତୀ ରିଲ୍ସ ପାଇଁ ଏମିତି ଷ୍ଟଣ୍ଟ କରିଛନ୍ତି ଯେ ଏଥିରେ ତାଙ୍କ ଜୀବନ ଯିବାର ବି ବିପଦ ରହୁଛି ।

ଏକ ପରିତ୍ୟକ୍ତ ସ୍ଥାନର ଛାତ ଉପରେ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ ଯୁବକ ଯୁବତୀ । ପାଖାପାଖି ୧୦ ମହଲା ଉପରୁ ଯୁବତୀ ଜଣଙ୍କ ଯୁବକଙ୍କ ହାତ ଧରି ଓହଳି ଥିଲେ । ଯଦି ହାତ ଟିକେ ଏପଟ ସେପଟ ହୋଇଥାନ୍ତା ତେବେ ଯୁବତୀ ନିଶ୍ଚିତ ଭାବେ ଉଚ୍ଚ ସ୍ଥାନରୁ ଖସି ପଡ଼ିଥାନ୍ତେ । ଆଉ ତାଙ୍କ ଜୀବନ ଯାଇଥାନ୍ତା ।

ତେବେ ଏଭଳି ବିପଜ୍ଜନକ ଭିଡିଓ ସୁଟିଂ ପାଇଁ ଭାରତ ବିଦ୍ୟାପୀଠ ପୋଲିସ ଶୁକ୍ରବାର ଦିନ ଉଭୟ ଯୁବକ ଯୁବତୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ୨୭ ବର୍ଷିୟ ମିହିର ଗାନ୍ଧୀ ଏବଂ ତାଙ୍କର ୨୩ ବର୍ଷିୟ ବନ୍ଧୁ ମୀନାକ୍ଷୀ ସାଲୁଙ୍କେ । ଭିଡିଓ କରିଥିବା ତୃତୀୟ ବ୍ୟକ୍ତି ଫେରାର ଅଛି । ଭିଡିଓ ବିଷୟରେ ଜଣା ପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବଂ ଉଭୟଙ୍କୁ ଗିରଫ କରାଯାଇଥିଲା । ତେବେ ଆପଣମାନେ ଯଦି ଏଭଳି ବିପଜ୍ଜନକ ଷ୍ଟଣ୍ଟ କରୁଛନ୍ତି ତେବେ ଏଭଳି କରିବା ଠାରୁ ଦୂରେଇ ରୁହନ୍ତୁ ନଚେତ ଆପଣ ବି ବିପଦର ସମ୍ମୁଖୀନ ହେବେ । ପୋଲିସ ବି ଆପଣଙ୍କୁ ଗିରଫ କରିବାର ସମ୍ଭାବନା ରହୁଛି ।

You might also like