ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ କରିଥିଲେ ରୋମାଣ୍ଟିକ ପ୍ଲାନ କିନ୍ତୁ ପ୍ରେମିକା ପହଞ୍ଚିବା ବେଳକୁ ଜଳି ସାରିଥିଲା ଘର

“ପ୍ୟାର କେଲିଏ କୁଛ ଭି କରେଗା” ଏକଥା ତ ଆପଣ ଶୁଣିଥିବେ ନିଶ୍ଚୟ । କିନ୍ତୁ ପ୍ରେମ ପାଇଁ ଘର ଜଳିଗଲା ଏମିତି କଥା ଆପଣ କେବେ ଶୁଣିନଥିବେ । ଆଜ୍ଞା ହଁ ଠିକ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଶେଫିଲଡରେ । ଏଠାରେ ପ୍ରେମ ପାଇଁ ଜଳିଯାଇଛି ଘର । ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ପ୍ରେମ ପାଇଁ ଘର ଜଳିବ କିପରି ? ତାହେଲେ ଶୁଣନ୍ତୁ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଏକ ରୋମାଣ୍ଟିକ ମାହୋଲ ବନାଇଥିଲେ । ସେଥିପାଇଁ ସେ ନିଜର ଫ୍ଲାଟକୁ ଟିଲାଇଟ କ୍ୟାଣ୍ଡେଲ ଦ୍ୱାରା ସଜାଇଥିଲେ କିନ୍ତୁ ଏହି କ୍ୟାଣ୍ଡେଲ ସେଠାରେ ରୋମାଣ୍ଟିକ ମାହୋଲ ସୃଷ୍ଟି କରିବା ପରିବର୍ତ୍ତେ ପୁରା ଘରଟିକୁ ପୋଡି ଛାରଖାର କରିଦେଇଛି ।


ସାଉଥ ୟର୍କସାୟାର ଫାୟାର ଆଣ୍ଡ ରେସକ୍ୟୁ ସର୍ଭିସ ଏହି ଘଟଣାର ସୂଚନା ଟ୍ୱିଟର ମାଧ୍ୟମରେ ଦେଇଛି । ସେ ଏହି ଫଟୋକୁ ସେୟାର କରିବା ସହ ଲେଖିଛନ୍ତି “ଟିକିଏ ଭଲଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ.. ଆପଣ କଣ ଦେଖୁଛନ୍ତି ? ଜାଣିବାକୁ ଚାଁହୁଛନ୍ତି ଏଠାରେ କଣ ଘଟିଛି ? ଗୋଟିଏ ରୋମାଣ୍ଟିକ ପ୍ଲାନ ପୁରା ଘରଟିକୁ ପୋଡି ଛାରଖାର କରିଦେଇଛି । ଆଉ ଏଥିରୁ ଅନ୍ୟମାନଙ୍କୁ ଏକ ଶିକ୍ଷା ମଧ୍ୟ ମିଳିଛି ଯେ ମହମବତୀକୁ ଆମେ କେତେ ସତର୍କତାର ସହ ବ୍ୟବହାର କରିବା ଉଚିତ । ନଚେତ ଏହା ପୁରା ଘରକୁ ପୋଡି ଛାରଖାର କରିଦେଇପାରେ । ”


ଏହି ଘଟଣାଟି ଲଣ୍ଡନର ଶେଫିଲଡରେ ଘଟିଛି । ଯୁବକ ଜଣକ ଫ୍ଲାଟକୁ ଏମିତି ସଜାଇ ନିଜ ପ୍ରେମିକକୁ ଆଣିବାକୁ ଯାଇଥିଲେ । ଆଉ ଘରକୁ ଫେରି ଦେଖନ୍ତି ତ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି । ଯଦିଓ ଏହି ଦୁର୍ଘଟଣା ଘଟିବ ପରେ ଯୁବତୀ ଜଣକ ବିବାହ କରିବା ପାଇଁ ରାଜି ମଧ୍ୟ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.