ବାହା ହେବାକୁ ରାଜି ହେଲା ନାହିଁ ଦେହଜୀବୀ ପ୍ରେମିକା, ତେଣୁ ଡାକି ନେଇ ପ୍ରେମିକ କଲା ହତ୍ୟା

ପ୍ରେମର ଆଖି ନଥାଏ । ଏହାକୁ ଅନ୍ଧ ବୋଲି କୁହାଯାଏ । ହେଲେ ପ୍ରେମ ଯଦି ସୀମା ଭିତରେ ରହେ ତେବେ ଭଲ, ନଚେତ ଏହି ପ୍ରେମ ଯେ କେତେବେଳେ ପ୍ରାଣଘାତୀ ପାଲଟିବ ତାହା କହିବା ମୁସ୍କିଲ । ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ ।

ଆହୁରି ପଢନ୍ତୁ:  ବୈଜ୍ଞାନିକ ମାନଙ୍କୁ ମିଳିଲା ବଡ଼ ସଫଳତା, ଏଥର କ୍ୟାନସର ସେଲକୁ ଫ୍ୟାଟ ସେଲରେ ବଦଳାଇ କରାଯିବ ଚିକିତ୍ସା

ମହମ୍ମଦ ଆୟୁବ ନାମକ ଯୁବକ ଭଲ ପାଇ ବସିଲା  ଜେବି ଅଞ୍ଚଳର ଜଣେ ଦେହଜୀବୀକୁ। ଯହାର ପେସା ଅନ୍ୟ ପୁରୁଷ ସହ ରାତିକୁ ରଙ୍ଗିନ କରିବା। ଇଏ ଥିଲା ତାର ଜୀବିକା । ମହମ୍ମଦ ମଧ୍ୟ ତାକୁ ଅନେକ ଥର ଶଯ୍ୟା ସଙ୍ଗୀନ କରିଥିଲା । ଯାହା ଫଳରେ ଉଭୟଙ୍କ ନିବିଡତା ବଢି ପ୍ରେମରେ ପରିଣତ ହୋଇଥିଲା। ତେବେ ମହମ୍ମଦ ଏତେ ପ୍ରେମ କରୁଥିଲା ଯେ ସେହି ଯୁବତୀକୁ ବିବାହର ପ୍ରସ୍ତାବ ଦେଲା । ପୁଣି ଦେହ ବ୍ୟବସାୟ ଛାଡି ତା ସହ ଘର ବସାଇବାକୁ କହିଲା । ହେଲେ ସେହି ଦେହଜୀବୀ ପ୍ରେମିକା କିନ୍ତୁ ରାଜି ହେଲା ନାହିଁ । କାରଣ ମହମ୍ମଦ ଥିଲା  ବିବାହିତ ଓ ୩ଟି ପିଲାର ବାପା। ତେଣୁ ମହମ୍ମଦର ସୁନାର ସଂସାରକୁ ଭାଙ୍ଗିବାକୁ ଚାହୁଁନଥିଲା ଦେହଜୀବୀ। ସେଥିଲାଗି ମହମ୍ମଦ କଥାରେ ରାଜି ହେଉନଥିଲା । ହେଲେ ଏଇ ଚିନ୍ତା ତାକୁ ମରଣ ମୁହଁକୁ ଠେଲି ଦେଲା ।ଏପଟେ ମହମ୍ମଦ କିନ୍ତୁ ମନରେ ଭାବି ନେଇଥିଲା ତୁ ଯଦି ମୋର ନୁହଁ ତେବେ ତତେ ଆଉ କାହାର କରାଇ ଦେବିନି। ସେଥିପାଇଁ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର  ।

ଆହୁରି ପଢନ୍ତୁ:  ମଣିଷକୁ କାମୁଡିବା ପରେ ମରିଗଲା ବିଷଧର ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବୁଲିବା ବହାନାରେ ପ୍ରେମିକାକୁ ବାହାରକୁ ନେଇ ଯାଇଥିଲା । ରୋହିଣୀର ବାବନା କେନାଲ କଡକୁ ନେଇ ଅତି ଅତି ବୀଭତ୍ସ ଭାବେ ଛୁରୀରେ ବେକକୁ କାଟି ହତ୍ୟା କରିଥିଲା।  ହତ୍ୟା କରିବା ପରେ ଦେହଜୀବୀର ଶରୀରକୁ ୬ ଖଣ୍ଡ କରି କାଟି କେନାଲକୁ ଫୋପାଡି ଦେଇଥିଲା। ଏହାପରେ ସେଠାରୁ ଫେରାର ହୋଇଯାଇଥିଲା। ଭାବିଥିଲା ପୋଲିସକୁ ଜଣା ପଡିବନି ହତ୍ୟା ବିଷୟରେ। ଏଥିପାଇଁ ଦିଲ୍ଲୀ ଛାଡି ଦେବାକୁ ଯୋଜନା ମଧ୍ୟ କରିଥିଲା।  କିନ୍ତୁ ଦିଲ୍ଲୀ ପୋଲିସ ଦେହଜୀବୀର ମରଶରୀରକୁ ଉଦ୍ଧାର କରି ତଦନ୍ତକୁ ଜୋରଦାର କରିଥିଲା। ଶେଷରେ ଖୋଜି ଖୋଜି ମହମ୍ମଦର ଘରେ ପହଞ୍ଚି ଗିରଫ କରିଥିଲା। ଆଉ ତାକୁ ଗିରଫ କରିଛି । ମହମ୍ମଦ ନିଜର ଦୋଷ ମଧ ମାନି ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.