ସ୍ପେଶାଲ

ସ୍କୁଟିରେ ଆସି ପ୍ରେମିକାର ଫୋନ୍‌ ଛଡ଼ାଇ ନେଲା ପ୍ରେମିକ, କିନ୍ତୁ ବେଳା ଖରାପ ଧରାପଡ଼ିଗଲା; ଭିଡିଓରେ ଦେଖନ୍ତୁ ତା’ ପରର ସ୍ଥିତି

ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହି ଭିଡିଓଟି ଏକ ପ୍ରେମିକ-ପ୍ରେମିକାଙ୍କ ସହ ଜଡ଼ିତ। ଏଥିରେ ଏମିତି ଜିନିଷ ଘଟିଛି, ଯାହା କେହି କେବେ ସ୍ୱପ୍ନରେ ବି ଚିନ୍ତା କରି ନଥିବେ। ଏଥିରେ ଏକ ପ୍ରେମିକ ନିଜ ପ୍ରେମିକାର ଫୋନ୍‌ ଛଡ଼ାଇବାକୁ ପ୍ଲାନ୍‌ କରୁଛି ଓ ଏଥିରେ ସଫଳ ବି ହେଉଛି। କିନ୍ତୁ ତା’ ପରେ ଯାହା ଘଟୁଛି ତାହା ଦେଖିଲେ ଆପଣ ହସି ହସି ଗଡ଼ିବେ। ପୂରା ଘଟଣା ପାଖରେ ଲାଗିଥିବା ସିସିଟିଭି ଓ ମୋବାଇଲ୍‌ରେ ରେକର୍ଡ କରାଯାଇଛି।

ଦେଖନ୍ତୁ ଭିଡିଓ:

ସାମ୍ନାକୁ ଆସିଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ଯୁବତୀ ରାସ୍ତାରେ ମୋବାଇଲରେ ଗପି ଗପି ଯାଉଛନ୍ତି। ଏହି ସମୟରେ ତାଙ୍କ ପଛ ଆଡ଼ୁ ଏକ ସ୍କୁଟି ଦ୍ରୁତ ଗତିରେ ଆସୁଛି। ଆଉ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ଚାଲି ଯାଉଛି। ଝିଅଟି ଏ ବାବଦରେ ଆଖ ପାଖ ଲୋକଙ୍କୁ କହିବା ସହ ସାହାଯ୍ୟ ମାଗୁଛି। ଯୁବତୀଙ୍କ ଠାରୁ ପୂରା ବିଷୟ ଜାଣିବା ପରେ କିଛି ଲୋକ ବାଇକ୍‌ରେ ଉକ୍ତ ସ୍କୁଟିର ପିଛା କରୁଛନ୍ତି। ଏହି ସମୟରେ ସେମାନେ ମୋବାଇଲରେ ରେକର୍ଡିଂ ଅନ୍‌ ରଖିଛନ୍ତି।

ବାଇକ୍‌ ଆରୋହୀ କିଛି ସମୟ ଉକ୍ତ ସ୍କୁଟିକୁ ପିଛା କରିବା ପରେ ଧରିବାରେ ସଫଳ ହେଉଛନ୍ତି। ସେମାନେ ମୋବାଇଲ ଚୋରକୁ ଧରି ଖୁବ୍‌ ମାଡ଼ ମାରୁଛନ୍ତି। ତା’ ପରେ ତାକୁ ଝିଅ ପାଖକୁ ନେଇ ଆସୁଛନ୍ତି ଓ ତାଙ୍କ ମୋବାଇଲ ଫେରାଇ ଦେଉଛନ୍ତି। ଯୁବତୀଙ୍କୁ ଯେତେବେଳେ ଉକ୍ତ ଚୋରର ମୁହଁ ଦେଖାଉଛନ୍ତି ସେ ଜୋର୍‌ ଜୋର୍‌ରେ କାନ୍ଦିବାକୁ ଲାଗୁଛନ୍ତି। ସାହାଯ୍ୟ କରିବାକୁ ଆସିଥିବା ଲୋକମାନେ କ’ଣ ହେଲା ବୋଲି ପଚାରୁଛନ୍ତି- ୟେ ଲୋକଙ୍କୁ ତୁମେ ଜାଣିଛ କି? ଯୁବତୀ ଜଣକ କହୁଛନ୍ତି-ଇଏ ମୋ ବୟଫ୍ରେଣ୍ଡ୍‌। ତା’ ପରେ ସେ ପୁଣି ଥରେ କାନ୍ଦୁଥିବା ଦେଖାଯାଇଛି। ଏହି ପୂରା ଘଟଣାକୁ ସ୍ଥାନୀୟ ଲୋକ ମୋବାଇଲରେ କଏଦ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯୁବତୀ ଜଣକ ଚୋରଟି ନିଜ ପ୍ରେମିକ ବୋଲି କହି କାନ୍ଦିବା ବେଳେ ପ୍ରେମିକ ମଧ୍ୟ ଜୋରରେ କାନ୍ଦିବାକୁ ଲାଗିଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ punjabi industry ପେଜ୍‌ରେ ଏହି ଭିଡିଓଟି ସେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଜୋରଦାର କମେଣ୍ଟ କରୁଛନ୍ତି। କିଛି ଲୋକ ଯୁବତୀଙ୍କ ପ୍ରତି ସମବେଦନା ଜଣାଉଥିବା ବେଳେ ଆଉ କିଛି ଉକ୍ତ ଚୋରକୁ ଚାଲୁ ବୋଲି କହିଛନ୍ତି।

Also Read: ଭାରତ ଗସ୍ତରେ ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌, ଓସ୍କାରରେ ‘ଚାପୁଡ଼ା କାଣ୍ଡ’ ପରେ ମୁମ୍ବାଇରେ ଆସିଲେ ନଜର

WCW 11

Recent Posts

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

13 mins ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

42 mins ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

1 hour ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

2 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

3 hours ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

3 hours ago