ମୃତ୍ୟୁ ପରେ ବି ଟେକ୍ନୋଲୋଜି ଜରିଆରେ ଜୀବନ୍ତ ରହିପାରିବ ମଣିଷର ମସ୍ତିଷ୍କ! ପ୍ରୋଜେକ୍ଟ ଉପରେ ଚାଲିଛି ଗବେଷଣା

ବିଜ୍ଞାନ ଏତେ ଆଗକୁ ବଢ଼ି ସାରିଛି ଯେ ମଣିଷ ଏବେ ଅମର ହେବା ପାଇଁ ଭିନ୍ନ ଭିନ୍ନ ଗବେଷଣା ଚଳାଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ମଣିଷ ଶରୀର ଅମରତ୍ୱ ହାସଲ କରିପାରି ନାହିଁ, କିନ୍ତୁ ମସ୍ତିଷ୍କକୁ ଅଧିକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରଖିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଏବେ ରୁଷୀୟ ଅରବପତି ଦିମିତ୍ରୀ ଉତ୍ସକୋଭ ଏକ ଏନ୍‌ଜିଓ ମାଧ୍ୟମରେ ମସ୍ତିଷ୍କର ବୟସ ବଢ଼ାଇବା ଉପରେ କାମ କରୁଛନ୍ତି।

ଏହି ଏନ୍‌ଜିଓର ନାମ ‘2045 Initiative’। ଦାବି କରାଯାଉଛି, ମଣିଷର ମୃତ୍ୟୁ ପରେ ବି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ତା’ର ଶରୀରକୁ ଡିଜିଟାଲ ରୂପ ଦିଆଯାଇ ପାରିବ। ମେଟାଭର୍ସ ଟେକ୍ନୋଲୋଜି ଦ୍ୱାରା ମଣିଷର ମସ୍ତିଷ୍କ ସେହି ଶରୀରରେ ଯାଇ ବର୍ଷ ବର୍ଷ ଧରି ଜୀବନ୍ତ ରହି ପାରିବ। ଏହି ଅଦ୍ଭୁତ ପ୍ରୋଜେକ୍ଟ ପାଇଁ ମଣିଷକୁ ନିଜ ମସ୍ତିଷ୍କ ମେଟାଭର୍ସରେ ଅପ୍‌ଲୋଡ କରିବାକୁ ପଡ଼ିବ।

ମେଟାଭର୍ସରେ ଜୀବନ୍ତ ରହିବ ମସ୍ତିଷ୍କ!

ଦିମିତ୍ରୀ ଉତ୍ସକୋଭ ୨୦୪୫ ମସିହା ପର୍ଯ୍ୟନ୍ତ ନିଜ ପ୍ରୋଜେକ୍ଟ ଉପରେ କାମ କରିବାକୁ ଆଶା ରଖିଛନ୍ତି। ଏକ ରିପୋର୍ଟ ମୁତାବକ, ଦିମିତ୍ରୀଙ୍କ କହିବା ହେଲା, ଏହାଦ୍ୱାରା ଲୋକେ ନିଷ୍ପତ୍ତି ନେଇପାରିବେ ଯେ ସେମାନଙ୍କୁ ନିଜ ଜୀବନ ଆଗକୁ ବଢ଼ାଇବାର ଅଛି କି ନାହିଁ। ଯେବେ ସେମାନଙ୍କ ବାୟୋଲୋଜିକାଲ ଶରୀର ନଷ୍ଟ ହେବାକୁ ଲାଗିବ, ତ ସେମାନେ ଏହି କନସେପ୍ଟ ଜରିଆରେ ନିଜ ମସ୍ତିଷ୍କର ଡିଜିଟାଲ କପି ତିଆରି କରି ପାରିବେ, ଯାହା ସାଇବରସ୍ପେସ୍‌ରେ ଜୀବନ୍ତ ରହି ପାରିବ। ଏହି ପ୍ରକ୍ରିୟାକୁ ‘ମାଇଣ୍ଡ ଅପଲୋଡିଂ’ କୁହାଯିବ।

ଏତିକି ହିଁ ନୁହେଁ, ଉତ୍ସକୋଭ ପ୍ରଥମ ଥର ବ୍ରେନ-କମ୍ପ୍ୟୁଟର ଲିଙ୍କିଙ୍ଗ୍‌ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି। ଟେସ୍‌ଲାର ସିଇଓ ଏଲନ ମସ୍କଙ୍କର ବି ନ୍ୟୁରାଲିଙ୍କ୍‌ ନାମକ କମ୍ପାନୀ ଏହା ଉପରେ ରିସର୍ଚ୍ଚ କରୁଛି। ଏଥିରେ ସାଇବରରେ ପୂରା ବ୍ରେନ ଅପଲୋଡ୍‌ କରାଯାଇ କାମ କରାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.