ସ୍ପେଶାଲ

ବିସ୍କୁଟ ଖାଇ ଅଭିନେତ୍ରୀଙ୍କ ବ୍ରେନ୍‌ ଡ୍ୟାମେଜ୍‌, ଅଭିନେତ୍ରୀଙ୍କୁ ୨୨୨ କୋଟି ଟଙ୍କାର ସହାୟତା ପାଇଁ କୋର୍ଟ ଦେଲେ ଆଦେଶ

ଆମେରିକାର ମଡେଲ ତଥା ଅଭିନେତ୍ରୀ ଶାଣ୍ଟିଲ୍‌ ଗ୍ୟାକ୍‌ଲେନ୍‌ ବିସ୍କୁଟ ଖାଇବା ପରେ ତାଙ୍କର ବ୍ରେନ ଡ୍ୟାମେଜ୍‌ ହୋଇଯାଇଥିଲା । ଏହି ମାମଲାର ବିଚାର କରି ଲସ୍‌ ବେଗସ୍‌ର ଏକ ଅଦାଲତ ଅଭିନେତ୍ରୀଙ୍କ ପରିବାରକୁ ୨୯.୫ ମିଲିୟନ୍‌ ଡଲାର୍ସ ଅର୍ଥାତ ୨୨୨ କୋଟି ଟଙ୍କାର ସହାୟତା ଦେବାକୁ ଆଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ :  ବେଳେ ବେଳେ ଛୋଟିଆ ଭୁଲ୍‌ ପାଇଁ ବଡ଼ ତଣ୍ଡ ଦେବାକୁ ପଡ଼ିଥାଏ । କୌଣସି କମ୍ପାନି ତା’ର ପ୍ରଡକ୍ଟକୁ ବଜାରକୁ ଛାଡ଼ିବା ପୂର୍ବରୁ ବିଭିନ୍ନ ପରୀକ୍ଷା କରିଥାଏ । ହେଲେ ଏକ ବିସ୍କୁଟ କମ୍ପାନିର ଛୋଟିଆ ଭୁଲ୍‌ ପାଇଁ ତାକୁ ବଡ଼ ତଣ୍ଡ ଦେବାକୁ ପଡ଼ିଛି । ଏମିତି ଏକ ଘଟଣା ଘଟିଛି ଆମେରିକାର ଲସ୍‌ ବେଗାସ୍‌ରେ । ଆମେରିକାର ମଡେଲ ତଥା ଅଭିନେତ୍ରୀ ଶାଣ୍ଟିଲ ଗ୍ୟାକ୍‌ଲେନ୍‌ ଏକ ବିସ୍କୁଟ ଖାଇବା ଦ୍ୱାରା ତାଙ୍କର ଆଲର୍ଜିରୁ ବ୍ରେନ୍‌ ଡ୍ୟାମେଜ ହୋଇଯାଇଥିଲା । ଫଳରେ ପରିବାର ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଲସ୍‌ ବେଗାସ୍‌ର ଏକ କୋର୍ଟ ଏହି ମାମଲାର ବିଚାର କରି ଅଭିନେତ୍ରୀଙ୍କ ପରିବାରକୁ ୨୯.୫ ମିଲିୟନ୍‌ ବା ୨୨୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିସ୍କୁଟ ଖାଇବା ଦ୍ୱାରା କିପରି ହେଲା ଏହି ରୋଗ :

ଏହା ଏକ ପ୍ରକାର ଏଲର୍ଜି ରୋଗ । ଏହାକୁ ମେଡିକାଲ ଭାଷାରେ ଏନ୍‌ଫାୟୋଲେକ୍ସିସ୍‌ କୁହାଯାଏ । ବିସ୍କୁଟରେ କୌଣସି ଫଙ୍ଗସ ସୃଷ୍ଟି ହେଲେ କିମ୍ବା କୌଣସି କୀଟ ଏଥିରେ ଥିଲେ ଏପରି ଆଲର୍ଜି ସୃଷ୍ଟି ହୋଇଥାଏ ।  ଏହି ରୋଗ ହେଲେ ବ୍ଲଡ୍‌ ପ୍ରେସର କମିଯାଏ । ଏପରିକି ଜୀବନ ଯିବାର ମଧ୍ୟ ବହୁ ସମ୍ଭାବନା ରହିଥାଏ ।

୨୦୧୩ ମସିହାରେ ଏକ ଫ୍ୟାସନ୍‌ ଶୋ’ରେ ଶାଣ୍ଟିଲ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏହି ବିସ୍କୁଟ ଖାଇବାକୁ ଦେଇଥିଲେ । ଏହାକୁ ଖାଇ ତାଙ୍କର ଆଲର୍ଜି ସୃଷ୍ଟି ହୋଇଥିଲା । ଫଳରେ ସେ ଏନ୍‌ଫାୟୋଲେକ୍ସିସ୍‌ ସକ୍‌ରେ ଚାଲିଯାଇଥିଲେ । ୩୫ ବର୍ଷୀୟା ଶାଣ୍ଟିଲ ଏହି ରୋଗରୁ ଏପର୍ଯ୍ୟନ୍ତ ଠିକ୍‌ ହୋଇ ନାହାଁନ୍ତି ।

ପରିବାର ପକ୍ଷରୁ ଏଯାଏ ତାଙ୍କର ଦେଖାଶୁଣା କରୁଛନ୍ତି । ୨୦୧୩ ରେ ସେ ବିସ୍କୁଟ ଖାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ରୋଗରୁ ଭଲ ହୋଇନାହାଁନ୍ତି । ବହୁ କଷ୍ଟରେ ଏବେ ସେ କଥା କହିପାରୁଛନ୍ତି । ତାଙ୍କର ଏହି ପରିସ୍ଥିତି ପାଇଁ କୋର୍ଟ ତାଙ୍କ ପରିବାରକୁ ୨୨୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛି ।

 

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago