ନୂଆ ଢ଼ଙ୍ଗରେ ବିବାହ କଲେ ବର-କନ୍ୟା, ଶୂନ୍ୟରେ ପିନ୍ଧାଇଲେ ଜଣେ ଅନ୍ୟଜଣଙ୍କୁ ବରମାଳା

ବର କନ୍ୟା ଘରକୁ ଆସି ମଣ୍ଡପରେ ମନ୍ତ୍ର ଉଚ୍ଚାରଣରେ ବିବାହ କରିବାକୁ ସାଧାରଣତଃ ବିବାହ କହିଥାଉ । ଏବେ କିନ୍ତୁ ବିବାହର ନିୟମ ବଦଳି ଯାଇଛି । ଶାସ୍ତ୍ରରେ ଯେଉଁ ୭ ପ୍ରକାର ବିବାହ କଥା କୁହାଯାଇଛି, ତାହା ଛାଡି ଆଜିକାଲିର ଯୁବକ-ଯୁବତୀ ଆହୁରି ଭିନ୍ନ ଭିନ୍ନ ତରିକାରେ ବିବାହ କରୁଥିବା ଦେଖାଯାଉଛି । କିଏ ପାଣି ଭିତରେ ବିବାହ କଲେଣି ତ କିଏ ଆକାଶରେ । ହେଲେ ଏବେ ଏମିତି ଏକ ବିବାହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ବର-କନ୍ୟା ଶୂନ୍ୟରେ ବିବାହ କରୁଛନ୍ତି ।

୮୦ ପୁଟ ଉଚ୍ଚରେ ହେଉଛି ବାହାଘର

ଛତିଶଗଡର ଦୁର୍ଗ ଜିଲ୍ଳା ଭିଲାଇ ସେକ୍ଟର ୭ ସ୍ଥିତ ଦଶହରା ପଡିଆରେ ହୋଇଛି ଏପରି ଏକ ବିବାହ । ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ବର-କନ୍ୟା ଏଠରେ ୮୦ ଫୁଟ ଉଚ୍ଚରେ ଜଣେ ଅନ୍ୟଜଣଙ୍କୁ ବରମାଳା ପିନ୍ଧାଇଛନ୍ତି । ଖାଲି ସେତିକି ନୁହେଁ ପ୍ରାରମ୍ଭିକ ପରମ୍ପରା ପରେ ବର-କନ୍ୟା ବେଲୁନରେ ବସି ଷ୍ଟେଜରେ ପହିଞ୍ଚିଥିଲେ । ସୋସିଆଲ ମିଡିଆରେ ଏହି ବିବାହ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଜସ୍ଥାନରୁ ମଗାଯାଇଥିଲା ଏହି ବେଲୁନ

ଏହି ବେଲୁନକୁ ଖାସ କରି ରାଜସ୍ଥାନର ବିକାନେରରୁ ମଗାଯାଇଥିଲା । ଏହା ସହ ଏକ ୬ ଜଣିଆ ଟିମ ମଧ୍ୟ ଭିଲାଇରେ ପହଞ୍ଚିଥିଲେ । କନ୍ୟାଙ୍କ ପିତା ଅବଧେଶ ପାଣ୍ଡ୍ୟା ଝିଅର ବିବାହକୁ ସ୍ମରଣୀୟ କରିବାକୁ ଏପରି କରିଥିଲେ । ଝିଅର ବିବାହ ଦୁର୍ଗର ଗୟାନଗର ନିବାସୀ ରବି ତିଓ୍ଵାରିଙ୍କ ସହ ହୋଇଥିଲା ।

ଝିଅକୁ ପରି ଭାବୁଥିବାରୁ ପିତା ଶୂନ୍ୟରେ କଲେ ବିବାହ

କନ୍ୟାଙ୍କ ପିତା ନିଜ ଝିଅକୁ ପରି ବୋଲି କହୁଥିବାରୁ ପରି ଭଳି ପବନରେ ବିବାହ କରିବାକୁ ଚିନ୍ତା କରିଥିଲେ । ସେଥିପାଇଁ ସେ ଏପରି ଆୟୋଜନ କରିଥିଲେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.