ବିବାହ ମଣ୍ଡପ ସାଜିଲା ରଣକ୍ଷେତ୍ର, ବର କନ୍ୟା ହେଲେ ଚାପୁଡ଼ା ମରାମରି: ଭିଡିଓ ଦେଖି ଲୋକେ କହିଲେ ଏଇତ ଆରମ୍ଭ …

ଆଜିକାଲି ବିବାହ ଋତୁ ଚାଲିଛି। ଏଭଳି ପରିସ୍ଥିତିରେ ବିବାହ ସମ୍ବନ୍ଧୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର ଏବଂ କନ୍ୟା ପରସ୍ପରକୁ ଚାପୁଡ଼ା ମରାମରି ହେଉଥିବାର ଦେଖାଯାଉଛି। ଯେପରି ରଣକ୍ଷେତ୍ର ପାଲଟିଛି ବିବାହ ମଣ୍ଡପ। ଏହାକୁ ଜଣାଶୁଣା ହାସ୍ୟ ଅଭିନେତା ତଥା ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ ସେହି ବିବାହର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ ଭିଡିଓରେ ଏକ କ୍ୟାପସନ୍ ଲେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ବିବାହ ମଣ୍ଡପରେ ବର କନ୍ୟା ଛିଡା଼ ହୋଇଛନ୍ତି। ଯେଉଁଠି କନ୍ୟା ବରକୁ ମିଠା ଖୁଆଇବାକୁ ଚେଷ୍ଟା କରୁଛି। ମାତ୍ର ବର ମିଠା ଉପରେ ଧ୍ୟାନ ଦେଇନାହିଁ। ଏାହାକୁ ଦେଖି ତାତି ଉଠିଥିବା କନ୍ୟା ବର ମୁହଁରେ ମିଠା ମାଡ଼ି ଦେଉଛି। ଏହା ପରେ ବର ରାଗିଯାଇ କନ୍ୟାକୁ ବିବାହ ମଣ୍ଡପରେ ଏକ ଥାପଡ଼ ମାରି ଦେଇଥିଲା। ଥାପଡ଼ ବାଜିବା ପରେ ବରକୁ ପାଲଟା ଜବାବ ଦେଇଥିଲା କନ୍ୟା। ବିବାହ କାର୍ଯ୍ୟକ୍ରମରେ ମିଠା ଖୁଆଇବାକୁ ନେଇ ବର କନ୍ୟାଙ୍କ ମଧ୍ୟରେ ହୋଇଥିବା ବିବାଦ ଶେଷରେ ଥାପଡ ଯୁଦ୍ଧରେ ପରିଣତ ହୋଇଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗେ ଖୁବ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Sunil Grover (@whosunilgrover)

ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି- ‘ରାଗନ୍ତୁ ନାହିଁ, ଜୀବନ ବର୍ତ୍ତମାନ ଆରମ୍ଭ ହୋଇଛି। ବାସ୍ତବରେ ଗ୍ରୋଭର ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଲୋକମାନେ ବହୁତ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଆହୁରି ମଧ୍ୟ ହସି ହସି ଗଡି ଯାଇଛନ୍ତି। ଜଣେ ଉପଭୋକ୍ତା ଭିଡିଓ ଉପରେ ପ୍ରଶ୍ନ କରି ମନ୍ତବ୍ୟ ଦେଇଛନ୍ତି – ‘ଉଭୟ କହୁଛନ୍ତି ପରସ୍ପରକୁ ଭଲ ପାଉ।’

Leave A Reply

Your email address will not be published.