ନିଜ ବିବାହ ରିସେପ୍ସନରେ ଟ୍ରାକସୁଟ ପିନ୍ଧି ଆସିଲେ ବରକନ୍ୟା, ତାପରେ କଣ ହେଲା ଜାଣନ୍ତୁ

ବିବାହ ଦିନଟି ସମସ୍ତଙ୍କ ପାଇଁ ଖୁବ ଖାସ ହୋଇଥାଏ । ବିବାହର ଅନେକ ଦିନ ପୂର୍ବରୁ ହିଁ ସପିଙ୍ଗ ଆରମ୍ଭ ହୋଇଯାଏ । ଆଉ ସବୁଠୁ ବେଶୀ ଚିନ୍ତା ଥାଏ ସେଦିନ କଣ ଡ୍ରେସ ପିନ୍ଧିବେ । କେଉଁ ପୋଷାକ ପିନ୍ଧିଲେ ଉଭୟେ ସବୁଠୁ ସୁନ୍ଦର ଦେଖାଯିବେ । କାରଣ ଉଭୟ ବରକନ୍ୟା ଏମିତି ଏକ ବିଶେଷ ଦିନରେ ସବୁଠୁ ବେଷ୍ଟ ଦେଖାଯିବାକୁ ଇଚ୍ଛା ରଖିଥାନ୍ତି । ଏହି ଦିନରେ ଉଭୟଙ୍କ ମୁହଁରେ ଏକ ଅଲଗା ପ୍ରକାରର ଚମକ ଥାଏ । କିନ୍ତୁ ଏକ ଯୋଡି କ୍ଷେତ୍ରରେ ଏହି ଉକ୍ତିଟି ଯେମିତି ମିଥ୍ୟା ପ୍ରମାଣିତ ହୋଇଛି । କିଛିଟା ଭିନ୍ନତା ଦେଖାଦେଇଛି ଏମାନଙ୍କ କ୍ଷେତ୍ରରେ । ଏହି ଯୋଡି ନିଜ ବିବାହ ଦିନ କୌଣସି ମହଙ୍ଗା ଡ୍ରେସରେ ନୁହେଁ ବରଂ ସାଧାରଣ ଟ୍ରାକସୁଟରେ ନଜର ଆସିଥିଲେ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା ଖେଳ ପଡିଆରେ ଯେଉଁ ପୋଷାକ ପିନ୍ଧି ଆମେ ୱାର୍କ ଆଉଟ କରିଥାଉ ସେହି ଡ୍ରେସ ପିନ୍ଧି ଏମାନେ ବିବାହ କରିଥିଲେ । ଖାଲି ସେତିକି ନୁହେଁ ଏମାନେ ନାଚୁଥିବାର ନଜର ଆସିଛନ୍ତି । ଉଭୟ ଉଭୟେଙ୍କୁ କିସ ବି କରିଥିଲେ । ନିଜ ରିସେପ୍ସନ ପାର୍ଟିରେ ଏମିତି ଅଦ୍ଭୁତ ପୋଷାକ ପିନ୍ଧି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ ଏଦୁହେଁ ।

ଭିଡିଓଟି ଭାଇରଲ ହେବା ପରେ କିଛି ୟୁଜର ଏହାକୁ କମେଣ୍ଟ କରିଥିବା ବେଳେ କିଛି ଜଣ କମ୍ପ୍ଲିମେଣ୍ଟ ଦେଇଛନ୍ତି । ଜଣେ ତ ଏମିତି ବି ଲେଖିଛନ୍ତି ଏହା ଏକ ଟ୍ରେଣ୍ଡ ପାଲଟି ଥିବାରୁ ଉଭୟ ବୋଧେ ଏହି ପୋଷାକ ପିନ୍ଧି ଆସିଛନ୍ତି । ଆଉ ଜଣେ ତ ଲେଖିଛନ୍ତି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦାମୀ ଡ୍ରେସ ପିନ୍ଧିବା ଅପେକ୍ଷା କମ ଟଙ୍କାରେ ଏମିତି ଡ୍ରେସ ପିନ୍ଧିବା ସର୍ବୋତ୍ତମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.