ବିବାହ ପୂର୍ବରୁ ଏମିତି ହେଲା ଫଟୋସୁଟ୍, କଫିନରେ ନଜର ଆସିଲେ ବର

ବର୍ତ୍ତମାନ ସାରା ବିଶ୍ୱରେ ୱେଡିଂ ଫଟୋ ସୁଟର ଟ୍ରେଣ୍ଡରେ ରହିଛି । ଦମ୍ପତିମାନେ ସେମାନଙ୍କର ଫଟୋ ସୁଟକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଇବାକୁ ଚେଷ୍ଟା କରନ୍ତି। ଲୋକମାନେ ସେମାନଙ୍କର ବିବାହକୁ ସ୍ୱତନ୍ତ୍ର କରିବା ପାଇଁ କିଛି ବି କରିପାରନ୍ତି ? ଏହାକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ସେମାନେ ସମସ୍ତ ପ୍ରକାର ଚେଷ୍ଟା କରନ୍ତି। ପ୍ରାୟତଃ ଲୋକମାନେ ଏପରି କାର୍ଯ୍ୟ କରନ୍ତି, ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଯାହାକୁ ବିଶ୍ୱାସ କରିବା ଟିକିଏ କଷ୍ଟସାଧ୍ୟ ହୋଇଯାଏ। ନିକଟରେ କିଛି ଏମିତି କରିଛନ୍ତି ଥାଇଲାଣ୍ଡର ଏକ ଦମ୍ପତି, ଯେଉଁମାନେ ନିଜର ବିବାହ ଫଟୋସୁଟ୍ କୌଣସି ସୁନ୍ଦର ଲୋକେସନରେ କରିନାହାଁନ୍ତି ବରଂ ଫଟୋସୁଟ୍ କରିଛନ୍ତି ମଶାଣିରେ । ଆଉ ଏବେ ସେମାନଙ୍କର ଏହିସବୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କର ପ୍ରି-ୱେଡିଙ୍ଗ ଫଟୋସୁଟ୍ ର ଥିମ ମଧ୍ୟ ରଖାଯାଇଛି ‘ଅନ୍ତିମ ସଂସ୍କାର’ ।
Mashable South East Asia ଅନୁଯାୟୀ , ବର୍ତ୍ତମାନ ସେମାନଙ୍କର ଫଟୋସୁଟର ଫଟୋ ସୋସିଆଲ ମିଡିଆରେ ଦେଖାଯାଉଛି। ତାଙ୍କର ଏହି ଫଟୋସୁଟ୍ ବାସ୍ତବରେ ଭୟାନକ ଅଟେ। ପ୍ରି-ୱେଡିଂ ଫଟୋସୁଟର ଥିମ୍ ରଖାଯାଇଥିଲା ଅନ୍ତିମ ସଂସ୍କାର । ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଫଟୋସୁଟ ହେଉଛି ୩୨ ବର୍ଷୀୟ ଥାଇ ଗ୍ରାଫିକ୍ସ ଡିଜାଇନର ନୋଣ୍ଟସ୍ କଙ୍ଗଚ୍ୟାଉଙ୍କ ପ୍ରି-ୱେଡିଙ୍ଗ ଫଟୋସୁଟ୍ । ନିଜେ ନୋଣ୍ଟସ୍ କଙ୍ଗଚ୍ୟାଉ ତାଙ୍କର ଫେସବୁକ୍ ଆକାଉଣ୍ଟରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି ।
ବିବାହ ଏପରି ଏକ ଜିନିଷ ଯେଉଁଠାରେ ଏକ ନୂତନ ଜୀବନ ଆରମ୍ଭ ହୁଏ, କିନ୍ତୁ ଦମ୍ପତିଙ୍କ ଏହି ଫଟୋସୁଟ୍ ଦେଖିଲା ପରେ ଜୀବନର ଶେଷ ପରି ମନେ ହେଉଛି ।ସେମାନଙ୍କ ପୋଷ୍ଟରେ ଏହା ଦେଖିବାକୁ ମିଳିଛି ଯେ ଦୁହେଁ କଫ, କଫିନ୍ ଏବଂ କବର ଚାରିପାଖରେ ସୁସଜ୍ଜିତ ଦମ୍ପତି ଫଟୋ ଉଠାଉଛନ୍ତି। ଯେଉଁଠାରେ ଗୋଟିଏ ଫଟୋରେ ସେମାନେ ପରସ୍ପରକୁ ପ୍ରସ୍ତାବ ଦେଉଥିବାର ଦେଖାଯାଇଥିଲା, କେତେକରେ ସେମାନେ ମଧ୍ୟ ପୋଜ୍ ଦେଉଥିଲେ। ସେଗୁଡିକର ଏକ ଫଟୋ ଏପରି ଭାବରେ ଦେଖାଯାଇଥିଲା ଯେଉଁଥିରେ ଏହି ଦମ୍ପତି କବର ଭିତରେ ଦେଖାଯାଇଥିଲେ।
ଏହି ଅଜବ ଫଟୋସୁଟ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି, ତେବେ ଏହାକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ତାଙ୍କର କ୍ରିଏଟିଭିଟିକୁ ପ୍ରଶଂସା କରୁଥିବାବେଳେ, କିଛି ଲୋକ ଏହି ଫଟୋକୁ ଅସମ୍ମାନ ବୋଲି କହିଥିବାବେଳେ କିଛି ଲୋକ ବିବାହ ବନ୍ଧନକୁ ଏପରି ଭାବରେ ଦେଖାଇବା ଯୋଗୁଁ ସେମାନଙ୍କୁ ପାପ ହେବ ବୋଲି କହିଛନ୍ତି । ୟୁଜର୍ସ ସେମାନଙ୍କୁ ବିବାହର ମଜା ନ ଉଡ଼ାଇବାକୁ ପରାମର୍ଶ ଦେଇଛନ୍ତି ।