ବିବାହ ମଣ୍ଡପରେ ଭାରି ପଡିଲା ଷ୍ଟଣ୍ଟ, କନ୍ୟାର ଶରୀରରେ ଲାଗିଲା ନିଆଁ, ଦେଖିଲେ ଭିଡିଓ ଥରି ଯିବ ଛାତି

କେବେ କେବେ ବର-କନ୍ୟା କିଛି ନୂଆ କରିବାକୁ ଷ୍ଟଣ୍ଟ ମଧ୍ୟ କରିଥାନ୍ତି । ବେଳେ ବେଳେ ଏହା ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ । ଜୀବନ ଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ । ନିକଟରେ ମହାରାଷ୍ଟ୍ରର ଏକ ବିବାହ ଉତ୍ସବରେ ବର-କନ୍ୟା ଏମିତି କିଛି ଷ୍ଟଣ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣଙ୍କ ଆଖି ବନ୍ଦ ହୋଇଯିବ ।

ନୂଆଦିଲ୍ଲୀ : ବିବାହକୁ ସ୍ମରଣୀୟ ତଥା ଭିନ୍ନ କରିବା ପାଇଁ ବର-କନ୍ୟା ବିଭିନ୍ନ ପ୍ରକାର କାର୍ଯକ୍ରମ କରିଥାନ୍ତି । କେଉଁଠି ହେଲିକପ୍ଟରରେ ବର ଓହ୍ଲାଇଲାଣିତ କେଉଁଠି ମଝି ସମୁଦ୍ରରେ ବର-କନ୍ୟା ବିବାହ କଲେଣି । କେବେ କେବେ ବର-କନ୍ୟା କିଛି ନୂଆ କରିବାକୁ ଷ୍ଟଣ୍ଟ ମଧ୍ୟ କରିଥାନ୍ତି । ବେଳେ ବେଳେ ଏହା ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ । ଜୀବନ ଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ । ନିକଟରେ ମହାରାଷ୍ଟ୍ରର ଏକ ବିବାହ ଉତ୍ସବରେ ବର-କନ୍ୟା ଏମିତି କିଛି ଷ୍ଟଣ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣଙ୍କ ଆଖି ବନ୍ଦ ହୋଇଯିବ ।

ଏଠାରେ ବର-କନ୍ୟା ହାତରେ ସ୍ପାର୍କିଂ ଗନ ଧରି ଫଟୋ ଉଠାଉଥିଲେ । ହେଲେ ଏହି ଷ୍ଟଣ୍ଟ କନ୍ୟା ପାଇଁ ମାରାତ୍ମକ ହୋଇଥିଲା । ଏହି ବିପଦପୂର୍ଣ୍ଣ ଭିଡିଓକୁ ଅଦିତି ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି । ୧୩ ସେକେଣ୍ଡର କ୍ଲିପରେ କନ୍ୟା ଷ୍ଟେଜରେ ପୋଜ ଦେଉଥିବା ଦେଖାଯାଉଛନ୍ତି । ବର-କନ୍ୟାଙ୍କ ହାତରେ ସ୍ପାକିଂ ଗନ ରହିଛି । ସେଥିରୁ ସେମାନେ ଫାୟାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହି ସମୟରେ କନ୍ୟାଙ୍କ ଗନରୁ ନିଆଁ ହଠାତ୍‌ ଆସି ତାଙ୍କ ଦେହରେ ଲାଗିଗଲା ।

କନ୍ୟା ବନ୍ଧୁକ ଫିଙ୍ଗି ଦଉଡିବାକୁ ଲାଗିଲେ । ଅନ୍ୟମାନେ ନିଆଁ ଲିଭାଇବାକୁ ମଧ୍ୟ କନ୍ୟା ଆଡକୁ ଦଉଡୁଥିବା ଦେଖିବାକୁ ମିଳିଛ । ଏହି ଭିଡିଓ ପୋଷ୍ଟ କଲାବେଳେ କ୍ୟାପସନରେ ଲେଖାଯାଇଛି- ‘‘ ଜଣାନାହିଁ, ଆଜିକାଲି ଲୋକଙ୍କୁ କ’ଣ ହୋଇଯାଇଛି ’’ । ବିବାହରେ ଏପରି ଷ୍ଟଣ୍ଟ କରି ନିଜ ଜୀବନ ସହ ଖେଳୁଛନ୍ତି । ଏହି ଭିଡିଓକୁ ଏଯାଏ ଲକ୍ଷେରୁ ଅଧିକ ଲୋକେ ଦେଖିସାରିଲେଣି । ଏହି ଭିଡିଓରେ ମଧ୍ୟ ବହୁ ପ୍ରତିକ୍ରିୟା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.