ପାର୍ଲରରୁ ବିବାହ ମଣ୍ଡପକୁ ବୁଲେଟରେ ଯିବାକୁ ବାପାଙ୍କୁ ଜିଦି କଲେ କନ୍ୟା, ଦେଖନ୍ତୁ ଭିଡିଓ

ବାହାଘର ସମୟରେ କିଛି ଖାସ୍‌ କରି ସ୍ମୃତିକୁ ସାଇତିବା ପାଇଁ କିଛି ଲୋକ ଅଦ୍ଭୁଦ କାମ କରନ୍ତି। ହୁଏତ ଏମିତି କିଛି ଘଟଣା ବିଷୟରେ ଆପଣ ପୂର୍ବରୁ ଜାଣିଥିବେ। ଆଉ ଆଜିକାଲିର ବାହାଘର ବେଳେ କେତେ ପ୍ରକାରର ଫଙ୍କସନ ମଧ୍ୟ କରାଯାଉଛି। ଏହି ସମୟରେ ବର କନ୍ୟାଙ୍କ ଅଜବ ଡିମାଣ୍ଡ ମଧ୍ୟ ହେଉଛି। ବ୍ରାଇଡାଲ ଏଣ୍ଟ୍ରି ଠାରୁ ଆରମ୍ଭ କରି ବରଯାତ୍ରୀ ଏଣ୍ଟ୍ରି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଇଭେଣ୍ଟ ଦେଖିବାକୁ ମିଳିଛି। ଆଉ ବେଳେ ବେଳେ କନ୍ୟାର ଅଜବ ଡିମାଣ୍ଡକୁ ପୂରଣ କରିବା ପାଇଁ ସମସ୍ତ ଚେଷ୍ଟା କରିବାକୁ ପଡୁଛି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଠି ଯୁବତୀ ଜଣକ ପାର୍ଲରୁବିବାହ ମଣ୍ଡପକୁ ବୁଲେଟ ଚଲାଇ ଆସିଛନ୍ତି।

ତେବେ କନ୍ୟା ଜଣକ କିପରି ଏତେ ଓଜନର ଲେହେଙ୍ଗା ପିନ୍ଧି ବୁଲେଟ ଚଲାଇ କିପରି ଯିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ରହିଥିଲେ। ବିବାହ ପାଇଁ ପାର୍ଲର ଯାଇଥିବା ଯୁବତୀ ବିବାହ ମଣ୍ଡପକୁ ଯିବା ପାଇଁ ବୁଲେଟ ଚଢି ଯିବେ ବୋଲି ବାପାଙ୍କ ପାଖରେ ଜିଦି କରିଥିଲେ। ତା’ ପରେ ଝିଅର ଜିଦି ପୂରଣ କରିବା ପାଇଁ ବାପା ବୁଲେଟ୍‌ ଆଣି ଝିଅକୁ ଦେଇଥିଲେ। ଆଉ ଯୁବତୀ ଜଣକ ଓଜନ ଲେହେଙ୍ଗାରେ ସଜେଇ ହୋଇ ପାର୍ଲରରୁ ବୁଲେଟରେ ବିବାହ ମଣ୍ଡପକୁ ଯାଇଥିଲେ।

 

View this post on Instagram

 

A post shared by Deepalimakeovers (@deera.makeovers)

ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ deera.makeovers ନାମକ ଆକାଉଣ୍ଟରେ ସେୟାର ହୋଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷ ଲୋକ ଲାଇକ କରିସାରିଲେଣି।

 

View this post on Instagram

 

A post shared by Deepalimakeovers (@deera.makeovers)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.