ସ୍ପେଶାଲ

ବରଣମାଳା ପକାଇବା ବେଳେ ବର ଗାଲରେ ଠୋ ଠୋ କରି ଚାପୁଡ଼ା କସି ଦେଲା ଝିଅ, ବନ୍ଦ ହେଲା ବାହାଘର; ଦେଖନ୍ତୁ ଭିଡିଓ

ବିବାହ ବେଳର ଅନେକ ମଜାଦାର ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିଛି ଭିଡିଓରେ ବର ଓ ବଧୂ ଉଭୟେ ବେଶ୍‌ ପ୍ରେମରେ ଥାଆନ୍ତି ତ ଆଉ କିଛିରେ ଗରମ ମିଜାଜ୍‌ରେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ବୋହୂର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ବୋହୂଟି ବରଣ ମାଳା ପକାଇବା ସମୟରେ ବର ଗାଲକୁ ଚାପୁଡ଼ା ମାରୁଥିବା ଦେଖାଯାଇଛି। ବରଟି କିଛି ବୁଝିବା ପୂର୍ବରୁ ଝିଅଟି ସ୍ଥାନ ଛାଡ଼ି ବି ଚାଲିଯାଉଛି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଏହି ଘଟଣା ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାର ଲଲପୁରା ଅଞ୍ଚଳର ବୋଲି ଜଣାପଡ଼ିଛି। ରିପୋର୍ଟ ମୁତାବକ, ଏଠାରେ ନିକଟରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ବିବାହରେ ବରଣମାଳା ବେଳେ ବରକୁ କନ୍ୟା ଚାପୁଡ଼ା ପରେ ଚାପୁଡ଼ା ମାରୁଥିବା ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖା ଯାଇଛି ଯେ ପୁଅଟି ଝିଅ ବେକରେ ବରଣମାଳା ପକାଇବାରୁ ଝିଅର ରାଗ ମୁଣ୍ଡକୁ ଚଢ଼ିଯାଉଛି। ପରେ ସେ ପୁଅର ଗାଲକୁ ଠୋ ଠୋ କରି ଚାପୁଡ଼ା କସି ଦେଉଛି। ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବର ପହଞ୍ଚିବା ପରେ ପ୍ରଥମେ ବରଣୀ କରାଯାଇ ତାଙ୍କୁ ଭିତରକୁ ନିଆଯାଉଛି। କର୍ମ ସରିବା ପରେ ଝିଅକୁ ତା ସାଙ୍ଗମାନେ ଷ୍ଟେଜ୍‌ ଉପରକୁ ଆଣୁଛନ୍ତି। ଏହା ପରେ କନ୍ୟା ବି ସାଙ୍ଗସାଥୀଙ୍କ ସହ ଷ୍ଟେଜ୍‌ରେ ପହଞ୍ଚୁଛନ୍ତି। ତା’ ପରେ ଆରମ୍ଭ ହେଉଛି ବରଣମାଳା କାର୍ଯ୍ୟକ୍ରମ। ବରଣମାଳା ପାଇଁ ପଣ୍ଡିତ କହିବା ପରେ ପ୍ରଥମେ ବର କନ୍ୟା ବେକରେ ମାଳା ପକାଉଛି। କିନ୍ତୁ ଏହି ସମୟରେ ଝିଅଟି ରାଗରେ ନିଆଁ ହୋଇଯାଉଛି ଓ ସେ ବରକୁ ଚାପୁଡ଼ା ପରେ ଚାପୁଡ଼ା କସି ଦେଉଛି। କେବଳ ଏତିକିରେ ଝିଅର ରାଗ ଶାନ୍ତ ହୋଇ ନାହିଁ। ମାଡ଼ ମାରିବା ପରେ ସେ ଷ୍ଟେଜ୍‌ ଛାଡ଼ି ଭିତରକୁ ଚାଲିଯାଉଥିବା ଦେଖାଯାଇଛି।

ତେବେ କୁହାଯାଉଛି ଯେ ଝିଅକୁ ପୁଅ ପସନ୍ଦ ନଥିଲା। ଏଣୁ ସେ ଏଭଳି କାଣ୍ଡ କରିଛି। ସେହିପରି ଆଉ କିଛି ଲୋକ କହୁଛନ୍ତି ଯେ ବର ମଣ୍ଡପକୁ ଯିବା ସମୟରେ ନିଶାସକ୍ତ ଅବସ୍ଥାରେ ଥିଲା। ଏଣୁ ଝିଅଟି ରାଗିଯାଇ ତାକୁ ଚାପୁଡ଼ା ମାରିଛି। ତେବେ ଏହି ଘଟଣା ପରେ ବାହାଘର ବନ୍ଦ ହୋଇଥିବା ଜଣାଯାଇଛି।

Also Read: ଗରମା ଗରମ କଫି, ସତ ନୁହେଁ ଛବି; ଇଏ ତ ଚିତ୍ରକରର କରାମତି

WCW 11

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

12 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

28 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

37 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

45 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago