ନିଜ ବିବାହରେ ହିଁ ଶୋଇଗଲା କନ୍ୟା, ଅପେକ୍ଷା କରି କରି ଠିଆ ହେଲା ବର; ଦେଖନ୍ତୁ ମଜାଦାର ଭିଡିଓ

ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ ଅନେକ ଫଟୋ ଓ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଇମୋସନାଲ କରି ଦେଉଥିବା ବେଳେ ଆଉ କିଛି ବେଶ୍‌ ମଜାଦାର ଲାଗେ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ମଜାଳିଆ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ଏହି ଭିଡିଓଟି ଏକ ବିବାହ ବେଳର। ଭିଡିଓରେ ବଧୂ ଜଣକ ବେଦୀକୁ ଯିବେ କଣ ସେଠାରେ ବସି ଘୁମାଉଥିବା ଦେଖାଯାଇଛି। ସେ ଏତେ ନିଦରେ ଅଛନ୍ତି ଯେ ଭୁଲିଯାଇଛନ୍ତି ତାଙ୍କ ବାହାଘର ଚାଲିଛି।

ଭାଇରାଲ ହେଉଥିବା ଏହି କିଛି ସେକେଣ୍ଡର ଭିଡିଓରେ ବର ବରଯାତ୍ରୀ ସହ ମଣ୍ଡପକୁ ଆସି ପହଞ୍ଚିଛନ୍ତି। ସେଠାରେ ସେ ଏକ ଚେୟାରରେ ବସୁଛନ୍ତି। ତାଙ୍କ କଡ଼ରେ କନ୍ୟା ମଧ୍ୟ ବସିଛି। କିଛି ସମୟ ପରେ ଉଭୟଙ୍କୁ ବେଦୀକୁ ଡକା ଯାଉଛି। ବର ଜଣକ ନିଜ ଚେୟାରରୁ ଉଠି ଠିଆ ହୋଇଥିବା ବେଳେ କନ୍ୟା କିନ୍ତୁ ଗାଢ଼ ନିଦ୍ରାରେ ଥିବା ଦେଖାଯାଇଛି। ତାଙ୍କୁ ଡାକିଲେ ମଧ୍ୟ ସେ ଶୁଣୁନଥିବା ନଜର ଆସିଛି। ଯାହା ସେଠାରେ ଏକ ହସର ମାହୋଲ୍ଲ ସୃଷ୍ଟି କରିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by WedAbout.com (@wedabout)

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ Wedabout ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓ ଉପରେ ଲେଖାଯାଇଛି Tag a sleepy bride। ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି- ଜଣେ ଏମିତି କନ୍ୟାକୁ ଟ୍ୟାଗ୍‌ କର ଯାହା ପାଇଁ ତା’ବିବାହଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନିଦ ହୋଇଥିବ। କିଛି ସମୟ ମଧ୍ୟରେ ଏହି ଭିଡିଓରେ ୧୭୦୭ ଲାଇକ୍‌ ମିଳିଛି। ସେହିପରି ଅନେକ ଲୋକ କମେଣ୍ଟ କରିଥିବା ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.