ଝିଅର ସ୍ବପ୍ନକୁ ପୂର୍ଣ୍ଣ କଲେ ବାପା; ବର ଘରକୁ ନେଇକି ଗଲେ କନ୍ୟା ଯାତ୍ରୀ , ଭିଡ଼ିଓ ଭାଇରାଲ
ଆଜିକାଲି ଏକ କନ୍ୟାର ଶୋଭାଯାତ୍ରା ବିଷୟରେ ସୋସିଆଲ ମିଡିଆରେ ଜବରଦସ୍ତ ଆଲୋଚନା ହେଉଛି । ବାସ୍ତବରେ ଏହି କନ୍ୟା ନିଜେ ବିବାହ ଉତ୍ସବରେ ଶୋଭାଯାତ୍ରା ନେଇ ବାହାରିଥିଲେ । କନ୍ୟା ଏକ ଖୋଲା ଜିପ୍ ଉପରେ ଚଢି ଶାଶୁଙ୍କ ଘରେ ପହଞ୍ଚିଲା । ଏହି ସମୟରେ ଯିଏ କନ୍ୟାଙ୍କ ଶୋଭାଯାତ୍ରା ଦେଖିଲା, ସେ ଆଶ୍ଚର୍ୟ୍ଯ ହୋଇରହିଗଲା । ମଧ୍ୟପ୍ରଦେଶର ଭୋପାଳରେ ଏହି ଶୋଭାଯାତ୍ରା କରାଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏପରି ନିଆରା ଶୋଭାଯାତ୍ରାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ କନ୍ୟା ଏକ ଖୋଲା ଜିପ୍ ରେ ନିଜର ଶୋଭାଯାତ୍ରା ନେଇ ଯାଉଛନ୍ତି । ଏହି ସମୟରେ, ଡିଜେ ପୁରା ଧୂମଧାମରେ ବାଜୁଛି ସେ ଜିପ୍ ଉପରେ ବସି ପୁରା ସ୍ୱାଗରେ ନାଚୁଛନ୍ତି। ଭିଡିଓଟି ବହୁତ ଚମତ୍କାର ଅଟେ । ଏହା ଥିଲା ଆଇଟି ପ୍ରଫେସନାଲ ଭାବନା ଲଲଭାନିଙ୍କ ଶୋଭାଯାତ୍ରା । ଭୋପାଳର ବୀରଗଡ ଅଞ୍ଚଳରେ ଭବନଙ୍କ ଶୋଭାଯାତ୍ରା ହୋଇଥିଲା।
लड़की हूं लड़ सकती हूं – जब लड़कों की बारात निकल सकती है तो भोपाल के बैरागढ़ की भावना क्यों पीछे रहें,खुद की बारात में किया शानदार डांस pic.twitter.com/d07pct7lxN
— Satya Vijay Singh (@SatyaVijaySin20) January 31, 2022
ଏହି ଶୋଭାଯାତ୍ରାରେ ତାଙ୍କ ସମ୍ପର୍କୀୟମାନେ ମଧ୍ୟ କାରରେ ଉପସ୍ଥିତ ଥିଲେ। ବାସ୍ତବରେ ଭାବନାଙ୍କ ଜିଦ୍ ଥିଲା ଯେ ସେ କେବଳ ଶୋଭାଯାତ୍ରା ନେଇ ବିବାହ କରିବେ । ଝିଅର ଇଚ୍ଛା ପୂରଣ କରିବା ପାଇଁ ତାଙ୍କ ପିତା ନିଆରା ଭାବେ ନିଜ ଝିଅର ବାହାଘର କରିଥିଲେ । ଏହି ସପକ୍ଷରେ ପିତା ପ୍ରଥମେ ରାଜି ନଥିଲେ ପରେ ଝିଅର ସ୍ବପ୍ନ ଆଗରେ ଭାବପ୍ରବଣ ହୋଇ ଏପରି କରିଥିଲେ । ଝିଅର ଇଚ୍ଛା ପୂରା କରିବା ପାଇଁ ପିତା ସମାଜର ପରମ୍ପରାରୁ ହଟି କନ୍ୟାର ପ୍ରସେସନର ଆୟୋଜନ କରିଥିଲେ ।
ଭାବନାଙ୍କର ବାହାଘର ଶୋଭାଯାତ୍ରା ପାଖାପାଖି ଏକ କିଲୋମିଟର ଯାଏ ଖୋଲା ଗାଡ଼ିରେ ବାହାରି ଥିଲା। ଏଥିରେ ମହିଳା ପୁରୁଷ ପିଙ୍କ ରଙ୍ଗର ପଗଡ଼ି ମୁଣ୍ଡରେ ବାନ୍ଧି ଥିଲେ । କନ୍ୟା ବାଦାମୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଗାଡ଼ିର ବୋନଟ ଉପରେ କନ୍ୟା ନୃତ୍ୟ କରି ଯାଉଥିଲେ । ଏହି ବାହାଘରର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଲୋକେ ଖୁବ୍ ଲାଇକ୍ କରିଛନ୍ତି ।