ହଜାର ବର୍ଷ ପୁରୁଣା ଭାରତର ଏହି ଐତିହାସିକ ମନ୍ଦିିରର କାହାଣୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତର ଏହି ପ୍ରାଚୀନ ମନ୍ଦିରର ନାମ ହେଉଛି ବୃହଦେଶ୍ୱର ମନ୍ଦିର। ଯାହାକି ତାମିଲନାଡ଼ୁର ତଞ୍ଜୋର ରେ ରହିଛି। ଏହି ମନ୍ଦିରରେ ଅଛି ସ୍ୱର୍ଣ୍ଣକଳସ। ହଜାର ବର୍ଷ ପୁରୁଣା ଭାରତର ଏହି ଐତିହାସିକ ମନ୍ଦିିରର କାହାଣୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହଜାର ବର୍ଷ ପୁରୁଣା ଭାରତର ଏହି ପୁରୁଣା ମନ୍ଦିର। ଯାହାର ରହସ୍ୟ ଆଜି ଯାଏ ଜଣାପଡ଼ା ନାହିଁ। ଭାରତର ମନ୍ଦିର ଓ ତୀର୍ଥ ସ୍ଥଳ ର ଦେଶ କୁହାଯାଏ। ଏଠାରେ ପାଖାପାଖି ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ମନ୍ଦିର ରହିଛି। ଏହାର କାରଣ ଏହା ଯେ ଭାରତର ଲୋକେ ଈଶ୍ୱର ବିଶ୍ୱାସୀ। ଏହାସହ ପ୍ରତ୍ୟେକ ମନ୍ଦିର ର ଆକାର ବିଶାଳକାୟ ହୋଇଥାଏ। ନୂଆ ମନ୍ଦିର ତିଆରି କରିବା ସମୟରେ ମଧ୍ୟ ଶୈଳୀ ସେଭଳି ପ୍ରସ୍ତୁତ ହୋଇଥାଏ। ଏହା କିଛି ନୂଆ କଥା ମଧ୍ୟ ନୁୁହେଁଁ। ବହୁ ପୁରାତନ କାଳରୁ ଏପରି ଚାଲିଆସୁଛି। ଦେଶରେ ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ଏଯାଏ ଲୁଚି ରହିଛି। ଆଜି ଆମେ ଆପଣଙ୍କୁ ଏମତି ଆଉ ଏକ ମନ୍ଦିର ସମ୍ପର୍କରେ କହିବୁ।

ଭାରତର ଏହି ପ୍ରାଚୀନ ମନ୍ଦିରର ନାମ ହେଉଛି ବୃହଦେଶ୍ୱର ମନ୍ଦିର। ଯାହାକି ତାମିଲନାଡ଼ୁର ତଞ୍ଜୋର ରେ ରହିଛି। ଏହାକୁ ସେଥିପାଇଁ ତଞ୍ଜୋର ମନ୍ଦିର କୁହାଯାଏ। ଏହାର ନିର୍ମାେଣ ୧୦୦୩-୧୦୧୦ ଶତାବ୍ଦୀ ରେ ହୋଇଥିଲା। ଚୋଳ ଶାସକ ପ୍ରଥମ ରାଜରାଜ ଚୋଳ ଏହାକୁ ନିର୍ମାଣ କରାଇଥିଲେ। ।ତାଙ୍କ ନାମରେ ଏହି ମନ୍ଦିରର ନାମ ରାଜରାଜେଶ୍ୱର ରଖାଯାଇଛି। କୁହାଯାଏ ଏହି ମନ୍ଦିରକୁ ନିର୍ମାଣ କରିବା ପାଇଁ ତାଙ୍କୁ ଏକ ସ୍ୱପ୍ନ ଆସିଥିଲା। ସେତେବେଳେ ସେ ଶ୍ରୀଲଙ୍କା ଗମନ କରୁଥିଲେ ।

ମନ୍ଦିର ସମ୍ପର୍କରେ ଜାଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମନ୍ଦୀର ପୂର୍ଣ୍ଣ ରୂପେ ଗ୍ରାନାଇଟ ରେ ତିଆରି ହୋଇଛି। ଦୁନିଆରେ ହୁଏତ ଏହା ଏକ ମାତ୍ର ମନ୍ଦିର ଯାହାକି ଗ୍ରାନାଇଟରେ ତିଆରି ହୋଇଛି। ଏହା ନିଜର ଭବ୍ୟତା, ବାସ୍ତୁଶିଳ୍ପ ପାଇଁ ଦେଶ ସାରା ପ୍ରସିଦ୍ଧି ଲାଭ କରିଥାଏ। ଏହି ମନ୍ଦିର ୟୁନେସ୍କୋ ଦ୍ୱାରା ବିଶ୍ୱସ୍ଥଳୀ ତାଲିକାରେ ସ୍ଥାନ ପାଇଛି।

ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିର ୧୩ ମହଲା ବିଶିଷ୍ଟ । ଯାହାର ଉଚ୍ଚତା ରହିଛି ପାଖାପାଖି ୬୬ ମିଟର। ତେବେ ସବୁ ମନ୍ଦିର କିମ୍ବା ଘର ବନିବା ପାଇଁ ପିଲରର ଆବଶ୍ୟକତା ରହିଥାଏ। କିନ୍ତୁ ଆଶ୍ଚର୍ଯ୍ୟହେବେ ଆପଣ ଏହା ବିନା ପିଲରରେ ହଜାର ହାଜର ବର୍ଷ ହେବ ସୁରକ୍ଷିତ ଭାବେ ଛିଡ଼ା ହୋଇଛି। ଏହା ଏକ ରହସ୍ୟ ଯେ ବିନା ପିଲରରେ ମନ୍ଦିର ଏତେ ମଜବୁତ କିପରି ରହିଛି।

ଏହି ମନ୍ଦିରର ଶିଖରରେ ବା ଚୂଳରେ ଏକ ସ୍ୱର୍ଣ୍ଣକଳସ ରହିଥିବାର ଶୁଣିବାକୁ ମିଳେ। ଆଉ ଏହି କଳସ ଯେଉଁ ପଥରରେ ରହିଛି, ତାହାର ଓଜନ ପାଖାପଖି ୮୦ ଟନ। ଯାହାକି ଗୋଟିଏମାତ୍ର ପଥର। ତେବେ ପ୍ରଶ୍ନ ଉଠୁଛି ମନ୍ଦିରର ଚୂଳକୁ ଏତେ ଓଜନିଆ ପଥର କିପରି ନିଆଗଲା? ଯାହାକି ପୁଣି ଏକ ରହସ୍ୟ ସୃଷ୍ଟି କରୁଛି। କୁହାଯାଏ ଯେ ଏହି କଳସର ଛାଇ ଭୂମିରେ ପଡ଼େ ନାହିଁ। କିନ୍ତୁ ଏହାକୁ ନେଇ କିଛି ସତ୍ୟତା ସାମ୍ନାକୁ ଆସିନାହିଁ।