ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଘରକୁ ନିଶ୍ଚୟ ଆଣନ୍ତୁ ଏହି ୫ଟି ଶୁଭ ଜିନିଷ, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ବର୍ଷ ୨୦୨୨କୁ ସ୍ୱାଗତ କରିବା ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ସମସ୍ତେ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆବର୍ଷ ପାଇଁ ଲୋକଙ୍କ ମନରେ ଅନେକ ଆଶା ଆକାଂକ୍ଷା ରହିଛି। ତେବେ ବାସ୍ତୁ ଅନୁସାରେ, ୨୦୨୨ରେ ଘରକୁ କିଛି ଜିନିଷ ଆଣିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା କ’ଣ ସେସବୁ ଜିନିଷ…
ମୟୂର ପୂଚ୍ଛ:
ମୟୂର ପୂଚ୍ଛର ସମ୍ପର୍କ ଶ୍ରୀକୃଷ୍ଣଙ୍କ ସହ ରହିଛି। କୁହାଯାଏ ଯେଉଁ ଘରେ ମୟୂର ପୂଚ୍ଛ ରହିଥାଏ, ସେଠାରେ ଧନର ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ଏଣୁ ଯଦି ଆପଣ ନୂଆବର୍ଷରେ ଘରକୁ ମୟୂର ପୂଚ୍ଛ ଆଣୁଛନ୍ତି, ତେବେ ଶୁଭ ସାବ୍ୟସ୍ତ ହୋଇପାରେ।
ଧାତୁର କଇଁଛ:
ଯେକୌଣସି ଧାତୁରେ ତିଆରି କଇଁଛ ବାସ୍ତୁ ଅନୁସାରେ ଶୁଭ ହୋଇଥାଏ। ବାସ୍ତୁ ଅନୁସାରେ ଚାନ୍ଦି, ପିତ୍ତଳ କିମ୍ବା କଂସାର ଧାତୁରେ ତିଆରି କଇଁଛ ଶୁଭ ହୋଇଥାଏ। ଧାତୁର କଇଁଛକୁ ଉତ୍ତର ଦିଗରେ ରଖିଲେ ଘରେ ନକାରାତ୍ମକ ଉର୍ଜା ନଷ୍ଟ ହୋଇଥାଏ। ଏଥିସହ ପରିବାରରେ ସୁଖ ସମୃଦ୍ଧି ଆସେ।
ଗୋମତୀ ଚକ୍ର:
ଗୋମତୀ ଚକ୍ରକୁ ଜ୍ୟୋତିଷ ଶାସ୍ତ୍ରରେ ଗୋମତୀ ଚକ୍ର ଚମତ୍କାରୀ ବୋଲି ମଧ୍ୟ କୁହାଯାଏ। ଗୋମତୀ ନଦୀରେ ଏହା ମିଳୁଥିବାରୁ ଏହାର ଏଭଳି ନାମକରଣ କରାଯାଇଛି। ଏହା ଦ୍ୱାରା ଶତ୍ରୁ ଭୟ ଦୂର ହୁଏ। ଗୋମତି ଚକ୍ରକୁ ଘର ଭିତରେ ସିନ୍ଦୁର ଡବାରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ନୂଆ ବର୍ଷରେ ଘରକୁ ଆଣିବା ସବୁ ଦୃଷ୍ଟିରୁ ଶୁଭଙ୍କର ହୋଇଥାଏ।
ତୁଳସୀ ଗଛ:
ତୁଳସୀ ଗଛର ସମ୍ପର୍କ ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣଙ୍କ ସହ ରହିଛି। ଏହା ଏକ ଅତ୍ୟନ୍ତ ପବିତ୍ର ଗଛ। ଘରେ ତୁଳସୀ ଗଛ ଥିଲେ କଳହ ଦୂର ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ରହିଥାଏ।
ଚାନ୍ଦିର ହାତୀ:
ବାସ୍ତୁରେ ଚାନ୍ଦିର ହାତୀକୁ ଅତ୍ୟନ୍ତ ଶୁଭ ବିବେଚିତ କରାଯାଏ। ଏହାର ଅନେକ ସକରାତ୍ମକ ପ୍ରଭାବ ରହିଛି। ରାହୁ-କେତୁର ଖରାପ ପ୍ରଭାବରୁ ବି ଏହା ମୁକ୍ତି ଦିଏ। ଏଣୁ ନୂଆ ବର୍ଷରେ ଘରକୁ ନିହାତି ଭାବେ ଚାନ୍ଦିର ହାତୀ ଆଣନ୍ତୁ। ଘରେ ସୁଖ ଶାନ୍ତି ବଜାୟ ରହିବ।