ଘରେ ଯଦି ଦୀର୍ଘ ଦିନ ଧରି ଲାଗି ରହିଥାଏ କାଙ୍ଗାଳ ଅବସ୍ଥା, ଘରେ ତୁରନ୍ତ ରଖନ୍ତୁ ଏହି ସବୁ ଜିନିଷ, ଦୂର ହେବ ସବୁ ଅସୁବିଧା

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି ।

ଘରେ ଯଦି କଷ୍ଟ, ଆର୍ଥିକ ଅସୁବିଧା, ଶାରିରୀକ ପିଡା ଓ ରୋଗ ଆଦି ଲଗାତାର ଲାଗି ରହୁଥାଏ । ତେବେ ଘରେ ବାସ୍ତୁ ଅନୁସାରେ କିଛି ଜିନିଷ ରଖନ୍ତୁ । ଯାହାଦ୍ୱାରା ଆପଣଙ୍କ ଅସୁବିଧା ଦୂର ହେବ । ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବୁ ଯାହାକୁ ଘରେ ରଖିବା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିବ ଓ ଆପଣଙ୍କ ସବୁ ବାଧା ଦୂର ହେବ ।

ଶଙ୍ଖ : ସନାତନ ଧର୍ମରେ ଶଙ୍ଖର ବହୁତ ମହତ୍ତ୍ୱ ରହିଛି । ବହୁତ ଦେବାଦେବୀଙ୍କ ହାତରେ ଶଙ୍ଖ ଦେଖିବାକୁ ମିଳେ । ଶଙ୍ଖ ସକରାତ୍ମକର ପ୍ରତୀକ ହୋଇଥାଏ । ଯେଉଁ ଘରେ ଶଙ୍ଖ ବଜାଯାଇଥାଏ, ସେଠାରୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ । ଶଙ୍ଖକୁ ଘରେ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ୱାରା ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ନଡ଼ିଆ : ସନାତନ ଧର୍ମରେ କିଛି ବି ଶୁଭ କାର୍ଯ୍ୟରେ ନଡ଼ିଆର ବଡ଼ ମହତ୍ୱ ରହିଛି । ଏହାକୁ କପଡ଼ାରେ ବାନ୍ଧି କରି ପୂଜା ସ୍ଥଳରେ ରଖାଯାଏ । ଏହା ମା’ ଲକ୍ଷ୍ମୀଙ୍କ ଅତି ପ୍ରିୟ ହେବା କାରଣରୁ ନଡ଼ିଆ ଚଢ଼ାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ନଡ଼ିଆ ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ ।

ମାତା ଲକ୍ଷ୍ମୀ ଓ କୁବେରଙ୍କ ଫଟୋ : ମାତା ଲକ୍ଷ୍ମୀ ଓ କୁବେର ଉଭୟ ଧନର ଦେବତା । ତେଣୁ ମାତା ଲକ୍ଷ୍ମୀ ଓ କୁବେରଙ୍କ ଛବି ଘରେ ରଖିବା ଦ୍ୱାରା ଅସୁବିଧା ଦୂର ହୋଇଥାଏ । ଯାହାଦ୍ୱାରା ଗୃହ କଷ୍ଟ ଓ ବିଭିନ୍ନ ସମସ୍ୟାର ଅନ୍ତ ଘଟିଥାଏ । ଘରେ ସୁଖ ଶାନ୍ତି ବିରାଜମାନ କରିଥାଏ ଓ ଜୀବନ ସୁଖମୟ ହୋଇଥାଏ ।

ଭଗବାନ ଗଣେଶଙ୍କ ପ୍ରତିମା ରଖିବା : ଦୁଃଖ ଓ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପ୍ରତିମା ଘରେ ସ୍ଥାପନ କଲେ ଘରେ ଦରିଦ୍ରତା ନାଶ ହୋଇଥାଏ । ତେଣୁ ଘରୁ ନକରାତ୍ମକ ଶକ୍ତିକୁ ବିନାଶ କରିବା ପାଇଁ ଘରେ ଭଗବାନ ଗଣେଶଙ୍କ ପ୍ରତିମା ଜରୁର ରଖନ୍ତୁ ।

Leave A Reply

Your email address will not be published.