ଏକାଥରକେ ୧୧୫ଟି ସିଙ୍ଗଡ଼ା ସହିତ ୧୨ ଲିଟର କୋଲ୍ଡ ଡ୍ରିକ୍ସ ପିଅନ୍ତି ଏହି ବ୍ଯକ୍ତି, ଖାଇବାକୁ ଏତେ ଭଲପାଉଥିଲେ ଯେ ଖାଉ ଖାଉ ଚାଲିଗଲା ଜୀବନ

ବ୍ରିଟେନର ସବୁଠାରୁ ମୋଟା ବ୍ଯକ୍ତି ବେରି ଅଷ୍ଟନୀ । ଲୋକଟି ଦେଖିବାକୁ ଯେମିତି ଖାଦ୍ଯ ଖାଇବାରେ ସେମିତି ପାରଙ୍ଗମ। ବେରୀ ଦିନକୁ ୨୯ ହଜାର କ୍ୟାଲୋରୀରୁ ଅଧିକ ଖାଦ୍ୟ ଖାଆନ୍ତି । ଭାରତୀୟ ଖାଦ୍ୟକୁ ବେଶ୍ ଭଲ ପାଆନ୍ତି । ରୁଟି,ନାନ୍ବ, ଟର ଚିକେନ୍, ପନିର ପ୍ରଚୁର ଖାଆନ୍ତି । ପିଜା , ସ୍ୟାଣ୍ଡଓ୍ୱିଚ୍ ଓ ବର୍ଗର ପ୍ରବଳ ଖାଆନ୍ତି । ଏକା ଥରକେ ୧୧୫ ସିଙ୍ଗଡ଼ା ଖାଇବା ସହ ୧୨ ଲିଟର କୋଲ୍ଡ ଡ୍ରିଙ୍କ ପିଇ ଦିଅନ୍ତି ।

ଡାକ୍ତରମାନେ ବାରମ୍ବାର କହିଥିଲେ ମଧ୍ୟ ବେରୀ ତାଙ୍କ କଥାକୁ ଧ୍ୟାନ ଦେଇ ନଥିଲେ । ସେ ଖାଇକରି ତା ଫଟୋ ସେୟାର କରିଥାଆନ୍ତି । କିନ୍ତୁ ଏହି ଖାଇବା ତାଙ୍କ ପାଇଁ କାଳ ସାଜିଛି। ବେରୀ ଅଷ୍ଟିନଙ୍କର ଖାଉ ଖାଉ ମୃତ୍ୟୁ ହୋଇଯାଇଛି । ତାଙ୍କର ଝିଅ ଡେନିୟଲ କହିଛନ୍ତି ଯେ, ବେରୀଙ୍କର ହାର୍ଟ ଆଟାକ ହୋଇଥିବା ସୂଚନା ମିଳିଛି । ଅତ୍ୟଧିକ ଖାଇ ମୋଟା ହୋଇଯିବାରୁ ତାଙ୍କର ଏପରି ହୋଇଛି ।

bratin

ଅଷ୍ଟିନଙ୍କର ଓଜନ ୪୧୨ କିଲୋ । ତାଙ୍କର ଓଜନ ଏତେ ଅଧିକ ହୋଇଯାଇଥିଲା ଯେ, ସେ ସହଜରେ ଚଳପ୍ରଚଳ କରିପାରୁ ନଥିଲେ । ପ୍ରଥମେ ସେ କ୍ଯାବ୍ ଚାଳକ ଥିଲେ । ମାତ୍ର ଶେଷରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ । ସେ ବ୍ରିଟେନ୍ସର ବୁଠାରୁ ମୋଟା ବ୍ୟକ୍ତି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.