ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ: ବ୍ରିଟେନରେ ରହିଛି ଏହି ଅଦ୍ଭୁତ ବୃକ୍ଷ, ଯାହା ଆପେ ଆପେ କରୁଛି ଲିଙ୍ଗ ପରିବର୍ତ୍ତନ!

ଆଜି ପଯ୍ୟର୍ନ୍ତ ଆପଣ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷ ଦେଖିଥିବେ, କିନ୍ତୁ ବ୍ରିଟେନର ପର୍ଥଶାୟରରେ ଥିବା ଏକ ବୃକ୍ଷ ବିଷୟରେ ହୁଏତ କେବେ ବି ଶୁଣି ନ ଥିବେ। ବୈଜ୍ଞାନିକଙ୍କ ମୁତାବକ, ଏହି ଗଛ ବଡ଼ ଅଦ୍ଭୁତ, ଯାହାକି କେବେ ପୁରୁଷ ତ କେବେ ନାରୀ ଭଳି ନିଜ ଭିତରେ ପରିବର୍ତ୍ତନ କରିଥାଏ। ବର୍ତ୍ତମାନ ଗଛଟି ପୁରୁଷ ରହିଛି, ଧୀରେ ଧୀରେ ଏହା ଫିମେଲ୍‌ ହେବାକୁ ଯାଉଛି।

t443

‘Fortingall Yew’ ନାମକ ଏହି ଗଛରେ ଦୁଇଟି ପ୍ରଜାତି ଦେଖାଯାଇଥାଏ। ଗୋଟିଏ ହେଲା ମେଲ୍‌(ପୁରୁଷ) ଓ ଅନ୍ୟଟି ଫିମେଲ୍‌(ନାରୀ)। ମେଲ୍‌ ଗଛରେ ପଲିନ୍‌ ନାମକ ଫଳ ଫଳୁଥିବା ବେଳେ ଫିମେଲ୍‌ ପ୍ରଜାତିରେ ନାଲି ଫଳ ଆସିଥାଏ।

t233

ବ୍ରିଟେନରେ ଥିବା ଏହି ଗଛଟି ହେଉଛି ମେଲ୍‌ ପ୍ରଜାତିର। କିନ୍ତୁ ଚକିତ କଲା ଭଳି କଥା ହେଉଛି, ଏବେ ଏହା ଲିଙ୍ଗ ପରିବର୍ତ୍ତନ କରୁଛି। ଗଛଟି ବହୁତ ପୁରାତନ, ଯାହାକି ୫୦୦୦ ବର୍ଷ ପରେ ଫିମେଲ୍‌ ପ୍ରଜାତିରେ ବଦଳୁଛି। କୁହାଯାଏ, ଥରେ ଲିଙ୍ଗ ପରିବର୍ତ୍ତନ କଲା ପରେ ମେଲ୍‌ ଗଛ ଫିମେଲ ଗଛ ଭଳି ନାଲି ଫଳ ଦେବା ଆରମ୍ଭ କରିଥାଏ।

t1

university of aberystwythର ଜଣେ ପ୍ରଫେସର ଜନ୍‌ ବାରେନ୍‌ ଏମିତି ଆଉ ଏକ ଗଛ ବିଷୟରେ ମଧ୍ୟ ପତ୍ତା ଲଗାଇଥିଲେ, ଯାହା ‘Fortingall Yew’ ଭଳି ପୁରୁଷରୁ ନାରୀ ହୋଇଥାଏ। କୁହାଯାଏ, ଏମିତି ଗଛ ଏକପ୍ରକାର ଟ୍ରାନ୍ସଜେଞ୍ଜର ହୋଇଥାଏ।