ସୋର: ଆଖିରୁ ବହିଯାଉଛି ଧାର ଧାର ଲୁହ । ମା କାନ୍ଦି କାନ୍ଦି ଚେତା ହରାଉଛି । ଏ ଦୃଶ୍ୟ ଦେଖିଲାରୁ ଛାତି ଫାଟି ପଡ଼ୁଛି । କୋଉ ମା କେମିତି ବା ଧେର୍ଯ୍ୟ ଧରି ରହିପାରିବ । ଗୋଟାଏ ପରିବାରର ଦୁଇ ଭାଇ ହାତ ଧରା ଧରି ହୋଇ ଚାଲିଗଲେ l ଏ ଦୁଃଖ ଭଗବାନ କାହାକୁ ବା ନ ଦିଅନ୍ତୁ । କାରଣ ରୋଜଗାରିଆ ପୁଅକୁ ହରାଇ ଏ ଦୁଃଖ ଯେଉଁ ମା ଆଜି ସହିଛି ସେ ଦୁଃଖ ସହିବାର ସାହସ କାହାର ହେବନି । ପ୍ରତିଦିନ ଦୁର୍ଘଟଣା ଅନେକ ପରିବାର ମୁହଁରେ ହସ ଛଡ଼ାଇ ନେଇଛି । ଏବେ ପୁଣି ସେହି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଆଉ ଗୋଟିଏ ପରିବାର ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବ୍ରାହ୍ମଣ ସବିରା ଗାଁର କରୁଣାକର ସେଠୀ । ବାହାରେନିରେ ହୋଟେଲରେ କାର୍ଯ୍ୟ କରନ୍ତି l ସବୁଦିନ ପରି କାଲି ମଧ୍ୟ କାମକୁ ଯାଇଥିଲେ । ହେଲେ ଦଇବ ଦାଉ ସାଧିଲା । ତାଙ୍କ ସହ ଏଭଳି କିଛି ଘଟିଯିବ ବୋଲି ସେ କେବେ ସ୍ୱପ୍ନରେ ଭାବିନଥିଲେ । ଯାହା ତାଙ୍କ ସହ ଘଟିଯାଇଛି । ଗତକାଲି କରୁଣା କର ସେଠାରେ ହୋଟେଲ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ l
ବାହାରିନରେ ମୃତ କରୁଣାର ବଡ ଭାଇ ରବୀନ୍ଦ୍ର, ପୁଅ ନୀତିଶ କାର୍ଯ୍ୟ କରେ l ନୀତିଶ କରୁଣାଙ୍କର ମୃତ୍ୟୁ ଖବର ବାପା ରବୀନ୍ଦ୍ରକୁ ଦେବାରୁ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଉ ସେ ନିଜ ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ ତାଙ୍କୁ ହାର୍ଟ ଅlଟକ ହୋଇଥିଲା l ପରେ ରବିନ୍ଦ୍ରକୁ ସୋର ଡାକ୍ତରଖାନା ପରେ ବାଲେଶ୍ୱରକୁ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଗୋଟିଏ ପରିବାରରେ ଦୁଇ ଭାଇଙ୍କ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି l ତେବେ ବାହାରିନରେ ମୃତ୍ୟୁ ହୋଇଥିବା କରୁଣା ଶବ ଦୁଇଦିନ ପରେ ଓଡିଶାରେ ପହଞ୍ଚିବ ବୋଲି ସେଠାକାର ହୋଟେଲ୍ ମାଲିକ କରୁଣାଙ୍କ ପରିବାରକୁ ଖବର ଦେଇଛନ୍ତି ।