ଭଉଣୀ ବାହାଘରରେ ଭାଇ ଦେଲା ସରପ୍ରାଇଜ, ମୃତ ବାପାଙ୍କୁ ଜୀବନ୍ତ କରି ଦେଖାଇଲା

ବାପା ମା’ ଙ୍କୁ ହରେଇବାର ଦୁଃଖ ଜୀବନ ସାରା ଭୁଲି ହୁଏ ନାହିଁ । ସମୟ ସିନା ସବୁ କ୍ଷତକୁ ଭରି ଦେଇପାରେ କିନ୍ତୁ ପିତାମାତାଙ୍କୁ ହରାଇଥିବା ସନ୍ତାନଟିଏକୁ ଜୀବନ ସାରା ଏହି ଦୁଃଖ ସହିତ ହିଁ ବଂଚିବାକୁ ହୁଏ । ଯେଉଁ ଘା’ କୁ କେବେ ବି ଭରିହୁଏ ନାହିଁ । ଆଉ ଏମିତିରେ ଝିଅର ବିଭାଘରରେ ବାପା ମା’ ଏକ ଗୁରୁଦାୟିତ୍ୱ ନିଭେଇଥାନ୍ତି । ଝିଅ ବିଦା ହେବା ସମୟରେ ଝିଅଙ୍କୁ ସ୍ୱତନ୍ତ୍ର ବିଦାୟ ଦେଇଥାନ୍ତି ଜଣେ ବାପା । ଯେଉଁ ସ୍ଥାନକୁ କେହି କେବେ ପୁରା କରିପାରିବେ ନାହିଁ । ବାପାଙ୍କ ବିନା ଝିଅର ବିଦାଇ ଯେମିତି ଅଧୁରା ଅଧୁରା ଲାଗେ । ସାଧାରଣତଃ ଲୋକେ ନିଜ ପ୍ରେମକୁ ନିଜ ବିବାହରେ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି । ଅଥବା ନିଜ ପୂର୍ବ ପ୍ରେମକୁ ନିଜ ବିବାହରେ ସ୍ୱତନ୍ତ୍ର ଶୈଳୀରେ ସାମିଲ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଠି ଜଣେ କନ୍ୟା ନିଜ ମୃତ ପିତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଖୋଜି ପାଇଛନ୍ତି । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ଇଏ କି ପ୍ରକାର କଥା । ନିଜ ମୃତ ପିତାଙ୍କୁ କିପରି ଖୋଜିପାଇଲେ ଯୁବତୀ । ହଁ ଆଜ୍ଞା ଏମିତି ହିଁ ଏକ ଘଟଣା ଘଟିଛି ।

father statue
image credit: India statue.com

ଏମିତି ଏକ ଘଟଣା ପଛରେ ଯୁବତୀଙ୍କ ଭାଇଙ୍କର ଏକ ପ୍ରମୁଖ ଭୂମିକା ରହିଛି । ନିଜ ଭଉଣୀ ମାନଙ୍କୁ ସରପ୍ରାଇଜ ଦେବା ପାଇଁ ଭାଇ ଏମିତି ଏକ ପ୍ଲାନ କରିଥିଲେ । ଅବୁଲ ସୁବ୍ରମଣ୍ୟମ ଫନି ନାମକ ଏହି ଯୁବକ ଜଣଙ୍କ ନିଜ ପିତାଙ୍କ ଏକ ମହମ ପ୍ରତିମୂର୍ତ୍ତି ଗଢାଇଛନ୍ତି । ଆଉ ସେହି ପ୍ରତିମୂର୍ତ୍ତିକୁ ବିବାହ ଦିନ ଭଉଣୀ ମାନଙ୍କ ସାମ୍ନାକୁ ଆଣି ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ଖାଲିଯେ ପରିବାର ଲୋକେ ତାହା ନୁହେଁ ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ଅତିଥି ମାନେ ବି ଦଣ୍ଡେ ପାଇଁ ହତବାକ ହୋଇଯାଇଥିଲେ । ଆଉ ମନେ ମନେ ଭାବିଥିଲେକି ସତରେ କଣ ବ୍ୟକ୍ତି ଜଣଙ୍କ( ଝିଅ ମାନଙ୍କ ବାପା) ଜୀବିତ ହୋଇଉଠିଲେ କି | ଭାଇ ଅବୁଲ ଫନି ପ୍ରକୃତରେ ସୁଦୂର ଆମେରିକାରେ ଅବସ୍ଥାନ କରନ୍ତି । ଖୁବ ଜୋରରେ ଭାଇରାଲ ହେଉଥିବା ଭିଡିଓ ତଥା ଫୋଟୋ ଗୁଡିକରେ ଆପଣ ଦେଖିପାରିବେ ଜଣେ କନ୍ୟା କେମିତି ନିଜ ପରିବାର ସଦସ୍ୟ ମାନଙ୍କୁ କୁଣ୍ଢେଇ ଧରି କାନ୍ଦୁଛନ୍ତି । ତାଙ୍କ ପିତାଙ୍କ ପ୍ରତିମୂର୍ତ୍ତି ହ୍ୱିଲ ଚେୟାରରେ ଆସୁଥିବା ଦେଖି ଝିଅମାନେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି । ମହମର ସେହି ପ୍ରତିମୂର୍ତ୍ତିଟି ଏତେ ଅବିକଳ ହୋଇଥିଲାଯେ ବୁଝିବା ବି କଷ୍ଟ ହୋଇପଡ଼ିଥିଲା ଏହା ଜଣେ ଜୀବିତ ବ୍ୟକ୍ତି ନା ଜଣେ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି । ତାହାକୁ ଦେଖି କିସ ପରେ କିସ କରିବା ସହିତ ଜୋରରେ

ରିପୋର୍ଟରୁ ଜଣାଯାଇଛିକି ଯୁବତୀଙ୍କ ପିତା କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କ ଅକ୍ସିଜେନ ସ୍ତର ଖୁବ ଖସି ଯାଇଥିଲା । ଆଉ ଏଥିରେ ଆକ୍ରାନ୍ତ ହୋଇ ତାଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ପିତାମାତା ଉଭୟ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲରେ କାର୍ଯ୍ୟରତ ଥିଲେ । କିନ୍ତୁ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଅବୁଲ ପ୍ରତିମୂର୍ତ୍ତିଟିକୁ କର୍ଣ୍ଣାଟକରେ ତିଆରି ହୋଇଥିବାବେଳେ ଏହା ଶେଷ ହେବା ପାଇଁ ବର୍ଷେରୁ ଅଧିକ ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.