ବୁଧ ଦେବଙ୍କ ଗୋଚର ଗତିରେ ଏହି ରାଶି ଉପରେ ପଡ଼ିବ ଅତ୍ୟନ୍ତ ଶୁଭ ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

ଜ୍ୟୋତିଷ ଶାସ୍ତ୍ର ମୁତାବିକ ବୁଧ ଗ୍ରହ ଆସନ୍ତା ୨୫ ଅପ୍ରେଲରେ ରାଶି ପରିବର୍ତ୍ତନ କରୁଛନ୍ତି। ବୁଧ ଗ୍ରହ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ ଗ୍ରହ ବୁଦ୍ଧି ଓ ବ୍ୟାପରର ମାନକ। ଏହି ଦୁଇକୁ ପାଇବା ପାଇଁ ହେଲେ ବୁଧ ଗ୍ରହ ଶୁଭ ରହିବା ନିହାତି ଜରୁରୀ।

ତେଣୁ ତାଙ୍କ ରାଶି ପରିବର୍ତ୍ତନ ଲେଣ-ଦେଣ, ନିବେଶ ତଥା ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ। ଏଥର ମଧ୍ୟ ବୁଧ ଗ୍ରହଙ୍କ ସ୍ଥାନ ପରିବର୍ତ୍ତନ ସମସ୍ତ ୧୨ ଟି ରାଶି ଉପରେ ପଡ଼ିବ। ଏମାନଙ୍କ ମଧ୍ୟରୁ ୩ଟି ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ। ଏବେ ଜାଣନ୍ତୁ ନିଜ ରାଶି ସମ୍ପର୍କରେ…

ମେଷ:
ମେଷ ରାଶିରେ ବୁଧଗ୍ରହଙ୍କ ଗୋଚର ଗତି ଖୁବ ଶୁଭ ହେବ। ଏହି ରାଶିକୁ ଧନ ଲାଭ ହେବାସହ ଟଙ୍କା ମିଳିବ। ବ୍ୟାପାରରେ ଉନ୍ନତି ହେବ। କେବଳ ନିଜ ବାଣୀ ଦ୍ୱାରା ସମସ୍ତ କାମ କରିପାରିବେ। ଓକିଲ, ମିଡ଼ିଆ, ମାର୍କେଟିଂ ଓ ଶିକ୍ଷା ସହ ଜଡ଼ିତ ଲୋକଙ୍କ ପାଇଁ ଶୁଭ ହେବ। ଶତ୍ରୁ ଉପରେ ବିଜୟ ହାସଲ କରିବେ।

କର୍କଟ:
କର୍କଟ ରାଶି ଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ। ଟଙ୍କା ମିଳିବା ସହ କ୍ୟାରିଅରରେ ପ୍ରଗତି ହେବ। ଘର ଓ ଗାଡ଼ି କିଣିବାର ସଂଯୋଗ ରହିଛି।

ସିଂହ:
ସି ଂହ ରାଶିରେ ବୁଧ ଦେବଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବ। କ୍ୟାରିଅର ଏବଂ ବ୍ୟାପାରରେ ବଡ଼ ଉନ୍ନତି ହେବ। ନୂଆ ଚାକିରି ଅଫର ମିଳିବ। ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ। ଆପଣଙ୍କ କାମକୁ ପ୍ରଂଶସା କରାଯିବ। ବ୍ୟାପାରରେ ବୃଦ୍ଧି ହେବ। ବଡ଼ ଅର୍ଡର ମିଳିବ। ଅଟକିଯାଇଥିବା ଟଙ୍କା ଫେରିଆସିବ। ମୋଟାମୋଟି ଭାବେ ଏହି ସମୟ ବହୁତ ଶୁଭ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.