ବୁଧ କରୁଛନ୍ତି ରାଶି ପରିବର୍ତ୍ତନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହେବ ଧନବର୍ଷା, ମିଳିବ ପ୍ରତିଷ୍ଠା
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଜିର ଦିନ ଅନେକ ରାଶି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବୁଧ ଗ୍ରହକୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ଅନ୍ୟ ସବୁ ଗ୍ରହ ତୁଳନାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର ଥାନ୍ତି। ଆଜିଠାରୁ ବୁଧ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଆଜିଠାରୁ ବୁଧ ସିଂହ ରାଶିରୁ କନ୍ୟା ରାଶିକୁ ପ୍ରବେଶ କରୁଛନ୍ତି। ବୁଧ କନ୍ୟା ରାଶିରେ ଗୋଚର ହେବା ଦ୍ୱାରା ଅନେକ ରାଶିର ଜାତକରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିବ। ଖାସ୍ କରି ବେପାର ଏବଂ ଚାକିରି ସହିତ ଜଡିତ ମାମଲାରେ ଉନ୍ନତି ପରିଲକ୍ଷତି ହେବ। ତେବେ ବୁଧ ରାଶି ପରିବର୍ତ୍ତନ କରିବା କେଉଁ ରାଶି ଉପରେ ଶୁଭ ପ୍ରଭାବ ପଡିବ। ବୃଷ ରାଶିକୁ ଶୁକ୍ର ଦେବଙ୍କ ରାଶି ବୋଲି କୁହାଯାଏ।
ବୁଧ ଗୋଚର ସମୟ :
କନ୍ୟା ରାଶିରେ ବୁଧ ରବିବାର ରାତି ୨.୧୪ରୁ ଗୋଚର ହେଲେଣି। ୨୧ ଅଗଷ୍ଟରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ କନ୍ୟା ରାଶିରେ ରହିବେ ବୁଧ। ବୁଧ କନ୍ୟା ରାଶିରେ ୩୪ ଦିନ ପର୍ଯ୍ୟନ୍ତ ରହିବେ।
କେଉଁ ରାଶିକୁ ମିଳିବ ଲାଭ :
ବୃଷ ରାଶି : ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଯାହାର ଆର୍ଥିକ ସଙ୍କଟ ଥିବ ଦୂର ହେବ। ନୂଆ ଚାକିରିର ଅଫର ମିଳିବ। ଲଭ ପାର୍ଟନର ସହିତ ସଂପର୍କ ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ମିଥୁନ ରାଶି : ଏହି ରାଶିର ଭାଗ୍ୟୋଦୟ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଧନଲାଭର ପ୍ରବଳ ଯୋଗ ରହିଛି। ମାନ-ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। ବେପାରରେ ଲାଭ ମିଳିବ।
କନ୍ୟା ରାଶି : ବୁଧ କନ୍ୟା ରାଶିରେ ଗୋଚର ହେବା ଏହିସବୁ ରାଶିକୁ ମିଳିବ ଫାଇଦା। ଚାକିରି ହେଉ ଅବା ବିଜନେସରେ ନୂଆ ଉପଲବ୍ଧି ହାସଲ ହେବ। ଆତ୍ମବିଶ୍ୱାସ ବଢିବା ଯୋଗୁଁ ଅନେକ କାମରେ ସଫଳତା ମିଳିବ। ଜୀବନସାଥିଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
ସିଂହ ରାଶି : ଆର୍ଥିକ ସ୍ଥିତି ଉନ୍ନତ ହେବ। ପ୍ରତି କାର୍ଯ୍ୟରେ ସଫଳତା ସହଜରେ ମିଳିବ। ନେଣଦେଣ ପାଇଁ ଏହି ସମୟ ବେଶ୍ ଶୁଭମୟ। ଚାକିରି ଏବଂ ବେପାରରେ ଉନ୍ନତି ଯୋଗ ରହିଛି। ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ବୃଦ୍ଧି ହେବ।