ସାରା ଦେଶରେ ଦୀପାବଳି ଧୁମଧାମରେ ପାଳନ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ହିମାଳୟର ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ଦୀପାବଳି ଗୋଟିଏ ମାସ ପରେ ପାଳନ କରାଯାଏ । ଯାହାକୁ ବୁଢୀ ଦୀପାବଳୀ କୁହାଯାଏ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଏହି ଦୀପାବଳି ପାଳନ କରିବାର ମଧ୍ୟ ଅନ୍ୟାନ୍ୟ ପ୍ରଥା ଏବଂ ପରମ୍ପରା ରହିଛି । ରସ୍ସାକଶୀ,ମଶାଲ ଭଳି ଅନ୍ୟାନ୍ୟ ରୀତିନୀତି ଏହି ପରମ୍ପରାରେ ସାମିଲ ହୋଇ ରହିଛି ।
ଉତ୍ତରାଖଣ୍ଡରେ ଦୀପାବଳି ମୁଖ୍ୟତଃ ଅକ୍ଟୋବର ମାସର ତୃତୀୟ ସପ୍ତାହ ଅର୍ଥାତ୍ ୨୦ କିମ୍ବା ୨୧ ତାରିଖରେ ପାଳନ କରାଯାଉଛି । ସେହି ଅଞ୍ଚଳଗୁଡିକରେ ବୁଢୀ ଦୀପାବଳିର ବିଶେଷ ମହତ୍ତ୍ବ ରହିଛି । ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଦିପାବଳିର ୧୧ ଦିନ ଏହି ପର୍ବ ପାଳନ କରାଯାଏ । ସ୍ଥାନୀୟ ଲୋକମାନେ ଏହାକୁ ବଗୱାଲ ବୋଲି କହିଥାଆନ୍ତି । ଉତ୍ତରାଖଣ୍ଡର ଜୌନସାର ବାୱର ଏବଂ ହିମାଚଳର କୁଲ୍ଲୁରେ ନଭେମ୍ବର ମାସର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦୀପାବଳି ପାଳନ କରାଯାଏ ।
ବୁଢୀ ଦୀପାବଳି ପାଳନ କରିବାର ଏକ ବିଶ୍ବାସ ରହିଛି ଯେ, ଏହା ଦୀପାବଳିର ଗୋଟିଏ ମାସ ପରେ ପରେ ପଡ଼ିଥାଏ । ଯାହା ଖାସ୍ କରି ପାହାଡ଼ିଆ ଅଞ୍ଚଳରେ ପାଳନ କରାଯାଇଥାଏ । ଏହା ରାମ ଏବଂ ରାବଣଙ୍କ ଯୁଦ୍ଧ ପରେ ଅଯୋଧ୍ୟାକୁ ରାମଙ୍କ ଆଗମନ ସହିତ ଜଡିତ । ରାମଙ୍କ ବିଜୟ ଖବର ପ୍ରଥମେ ସେହି ସ୍ଥାନୀୟ ଲୋକେ ପାଇଥିଲେ । ତେଣୁ ଆନନ୍ଦରେ ଦୀପାବଳି ପାଳନ କରୁଥିଲେ । ଯାହା ଜୀବନର ପୁରୁଣା ଦୁଃଖ ଏବଂ ଖରାପରୁ ମୁକ୍ତିର ବାର୍ତ୍ତା ଦେଇଥାଏ ।
ସେହିପରି ଭାବେ ଜୌନସାର ବାୱର ଅଞ୍ଚଳରେ ଦୀପାବଳି କିଛି ଦିନ ଧରି ପାଳନ କରାଯାଏ । ଏହି ପର୍ବର ଖାସ୍ କଥା ହେଉଛି ଯେ, ବାଣ ଫୁଟାନ୍ତି ନାହିଁ ବରଂ ମଶାଲ ଜଳାଯାଇଥାଏ । ଏହି ସମୟରେ ଗାଁର ପାରମ୍ପାରିକ ପୋଷାକ ପିନ୍ଧି ଗାଁଲୋକମାନେ ଗାଁ ପଞ୍ଚାୟତ କିମ୍ବା ଖଳାରେ ଏକାଠି ହୋଇଥାଆନ୍ତି । ସେଠାରେ ଢୋଲ ଏବଂ ଡମ୍ବୁରର ତାଳେ ତାଳେ ରାସୋ, ତାଦୀ, ଝୈନ୍ତା ଆଦି ଭଳି ନାଚ କରିଥାଆନ୍ତି । ଏହା ବ୍ୟତୀତ ଜୌନସାର ବାୱର କୃଷି କ୍ଷେତ୍ର ତେଣୁ ଲୋକମାନେ ଫସଲ ଅମଳ ପରେ ଏହି ପର୍ବ ପାଳନ କରାଯିବାର ପରମ୍ପରା ରହିଛି ।
Also Read : ଦୀପାବଳିର ପୂଜା ବିଧି ଏବଂ ଶୁଭ ମୂହୁର୍ତ୍ତ ଜାଣନ୍ତୁ, ଏମିତି କଲେ ଦେବୀ ଲକ୍ଷ୍ମୀ ହେବେ ପ୍ରସନ୍ନ