ହଠାତ୍ ନଦୀରେ ଭାସିବାକୁ ଲାଗିଲା ପାଞ୍ଚ ମହଲା ଅଟ୍ଟାଳିକା, ବିଶ୍ବାସ ହେଉନି ଯଦି ଦେଖନ୍ତୁ ଭିଡିଓ

ଏବେ ପର୍ଯ୍ୟନ୍ତ ଆପଣ ପାଣିରେ ଡଙ୍ଗା ଏବଂ ବଡ ବଡ ଜାହାଜକୁ ଭାସୁଥିବାର ଦେଖିଛନ୍ତି କିନ୍ତୁ ଥରେ ଭାବନ୍ତୁ ଯଦି ନଦୀରେ ହଠାତ୍ ପାଞ୍ଚ ମହଲା ଘର ଭାସିବାର ଲାଗେ ତେବେ। ଏହା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏମିତି ଏକ ଘଟଣା ଚୀନରେ ମଧ୍ୟ ଦେଖିବାକୁ ମିଳିବ।

ଟ୍ବିଟରରେ ଏକ ବ୍ୟକ୍ତି ୧୧ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏକ ପାଞ୍ଚ ମହଲା କୋଠା ୟାଙ୍ଗଟେଜ୍ ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ସେୟାର କରିବାର ମାତ୍ର ଦୁଇ ଦିନ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।

ଭିଡିଓକୁ ଯେଉଁ ବ୍ୟକ୍ତି ସେୟାର କରିଛନ୍ତି ସେ ଲେଖିଛନ୍ତି ଏହି ଘଟଣା ୨୦୧୮ର ଅଟେ। ଏକ ପାଞ୍ଚ ମହଲା ଅଟ୍ଟାଳିକା ନଦୀରେ ଭାଷୁଥିଲା ଯାହା ପ୍ରକୃତରେ ଏକ ଭାସମାନ ରେଷ୍ଟୁରାଣ୍ଟ। ଯାହାକୁ ନିୟମର ପରିବର୍ତ୍ତନ କାରଣରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସିଫ୍ଟ କରାଯାଉଥିଲା। ଏଥିପାଇଁ ଅନେକ ଡଙ୍ଗାକୁ ଏକା ସାଥିରେ ଯୋଡା ଯାଇ ସ୍ଥାନାନ୍ତର କରାଯାଉଥିଲା।