ରାସ୍ତାରେ ସ୍କୁଟି ଚଲାଉଛି ଷଣ୍ଢ, ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଉତ୍ତରପ୍ରଦେଶରୁ ଏକ ଅଦ୍ଭୁତ୍ତଜନକ ଦୃଶ୍ୟ ସାମ୍ନାକୁ ଆସିଛି । ଋଷିକେଶ ଅଞ୍ଚଳ ରାସ୍ତାରେ ଷଣ୍ଢଟି ଶିଙ୍ଘ ସାହାଯ୍ୟରେ ଗାଡି ଚଲାଉଥିବା ନଜର ଆସିଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।  ବର୍ତ୍ତମାନ ଭିଡ଼ିଓଟି ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରଲ ହେବାରେ ଲାଗିଛି । ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସିସିଟିଭି ଫୁଟେଜ ଅନୁଯାୟୀ, ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟିଟି ଉପରେ ଷଣ୍ଢଟି ହଠାତ୍  ଚଢିଯାଇଥିଲା । ଏହି ଦୃଶ୍ୟ କାହାଣୀ ପରି ଲାଗିଲେ ମଧ୍ୟ ଏହା ସତ ।  ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଗୋଟିଏ ଷଣ୍ଢ କିପରି ବା ଗାଡି ଚଲାଇପାରିବ । ସେ ସ୍କୁଟିର ସିଟ୍ ସାଇଡରେ ତା’ର ଆଗ ଗୋଡ ଦୁଇଟିକୁ ରଖିଥିଲା । ପଛ ଗୋଡ ସାହାଯ୍ୟରେ ଦୌଡି ଦୌଡି ଗାଡିକୁ ଧକ୍କା ଦେଇ ଆଗକୁ ନେବାରେ ଲାଗିଥିଲା । ସେ ଗାଡିକୁ ଧକ୍କା ଦେବା ସମୟରେ ତା’ ଶିଂଘ ହ୍ୟାଣ୍ଡେଲରେ ଫସି ରହିଥିଲା । କିନ୍ତୁ ପରେ ଷଣ୍ଢଟି ସ୍କୁଟିକୁ ନେଇ ପୋଲ ଖୁଣ୍ଟିରେ ପିଟିଥିଲା । ଯାହାଫଳରେ ଗାଡିଟି ତଳେ ପଡିଯାଇଥିଲା । ଅଚାନକ ଏପରି ଘଟଣା ଦେଖି ଆଖ ପାଖରେ ଥିବା ଲୋକ ଭୟରେ ଦୌଡିବା ଆରମ୍ଭ କରିଥିଲେ । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇରହିଛି ।

ଏପଟେ ସିସିଟିଭିରେ କଏଦ ହୋଇ ରହିଥିବା ଭିଡିଓଟି ସୋସିଆଲ ମିଡିଆରେ ଜୋର ଧରିଛି । ଯାହା ପରେ ଲୋକମାନେ ମଜାକୀୟା ପ୍ରତିକ୍ରିୟା ରଖିଛନ୍ତି ।

Also Read : ପୁଣି ଅଧରାତିରେ LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ଜବାବ ଦେଲା ଭାରତୀୟ ସେନା