ସ୍ପେଶାଲ

୩୭୯୭ ବେଳକୁ ଧ୍ୱଶଂ ହୋଇଯିବ ପୃଥିବୀ, ଏବର୍ଷ ହେବ ତୃତୀୟ ବିଶ୍ୱଯୁଦ୍ଧ

କେନ୍ୟୁଜ୍‌(ବ୍ୟୁରୋ): ଫ୍ରେଞ୍ଚ ଆଷ୍ଟ୍ରୋଲୋଜର ତଥା ଫିଜିସିଆନ ନୋଷ୍ଟ୍ରାଡାମୁସ ଭବିଷ୍ୟବାଣୀ ପାଇଁ ଖ୍ୟାତି ଅର୍ଜନ କରିଥିଲେ । ୧୫୦୩ରେ ଜନ୍ମ ନେଇଥିଲେ ଭବିଷ୍ୟ କଥା କହି ପାରୁଥିବା ନୋଷ୍ଟ୍ରାଡାମୁସ । ଇତିହାସରେ ଘଟି ଯାଇଥିବା ଅନେକ ଘଟଣା ସେପରି ହିଁ ଘଟିଥିଲା ଯାହା ସେ ଭବିଷ୍ୟବାଣୀ ଆକାରରେ ଲେଖିଥିଲେ । ଫ୍ରେଞ୍ଚ ରିଭୋଲୁସନଠୁ ଆରମ୍ଭ କରି ହିଟଲରଙ୍କ କ୍ଷମତା ଦଖଲକୁ ନେଇ ଭବିଷ୍ୟବାଣୀ କରିଥିଲେ । ଏହାସହ ୨୦୦୧ ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ଓ କରୋନା ଭାଇରସ ପାଣ୍ଡେମିକ ପର୍ଯ୍ୟନ୍ତ ସେ ଆକଳନ କରିଥିଲେ । ଯାହା ପରେ ସତ ପାଲଟି ଯାଇଛି । ତାଙ୍କର ବହି The Prophecies ୧୫୫୫ରେ ପ୍ରକାଶିତ ହୋଇଥିଲା । ଏହାପରେ ସେ ବିଶ୍ୱବିଖ୍ୟାତ ହୋଇ ଯାଇଥିଲେ । ନୋଷ୍ଟ୍ରାଡାମୁସଙ୍କ ଅନୁଯାୟୀ ୩୭୯୭ ବେଳକୁ ଧ୍ୱଶଂ ହୋଇଯିବ ପୃଥିବୀ ।

୨୦୨୩କୁ ନେଇ ନୋଷ୍ଟ୍ରାଡାମୁସ ଭବିଷ୍ୟ ଗଣନା କରିଛନ୍ତି । ତେବେ କଣ କହୁଛି ତାଙ୍କର ଭବିଷ୍ୟବାଣୀ । ତାଙ୍କର ଆକଳନ ଅନୁଯାୟୀ ସାତମାସ ଧରି ଭୟାବହ ଯୁଦ୍ଧ ଲାଗିରହିବ, ଶତ୍ରୁର ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିବ । ଦେଖିବାକୁ ଗଲେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଏଥିରେ ଅନେକ ସାଧାରଣ ଜୀବନ ବଳି ପଡ଼ିଲାଣି । ଏହାସହ ପୃଥିବୀର ଅନେକ ମହାଶକ୍ତିଙ୍କ ପରସ୍ପର ଭିତରେ ତିକ୍ତତା ବଢିବାରେ ଲାଗିଛି । ଭବିଷ୍ୟବାଣୀ ସୂଚିତ କରୁଛି ଏହା ବିଶ୍ୱଯୁଦ୍ଧରେ ପରିବର୍ତ୍ତିତ ହେବ । ଏଥିରେ ନ୍ୟୁକ୍ଲିଆର ବୋମା ବ୍ୟବହାର ହେବାସହ ପୃଥିବୀ ଏକ ଧ୍ୱଶଂସ୍ତୁପରେ ପରିବର୍ତ୍ତିତ ହୋଇଯିବ । କହିବାକୁ ଗଲେ ଖୁବଶୀଘ୍ର ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ ।

ନୋଷ୍ଟ୍ରାଡାମୁସଙ୍କ ଭିବିଷ୍ୟବାଣୀ ଅନୁଯାୟୀ ରାଜ ପରିବାରରେ ଶୋକ ଦେଖାଦେବ । ଏହାସହ ରାଜ ପରିବାର ଭିତରେ ଥିବା ବିବାଦ ସାମନାକୁ ଆସିବ । ଯଦି ଦେଖିବା ଏହା ସିଧାସଳଖ ଭାବେ ବ୍ରିଟେନ ରାଜ ପରିବାର ଆଡ଼କୁ ଇଙ୍ଗିତ କରୁଛି । ପ୍ରିନ୍ସ ହେରି ଓ ମେଘାନ ଜାରି କରିଥିବା ଭିଡିଓ ବିବାଦ ସୃଷ୍ଟି କରିଥିଲା । ଏହାସହ ରାଣୀ ଏଲିଜାବେତ ଦ୍ୱିତୀୟଙ୍କ ଦେହାନ୍ତ ହୋଇଥିଲା ।

ସେହିପରି ତାଙ୍କ ଭବିଷ୍ୟବାଣୀ ପ୍ରାକ୍‌ୃତିକ ପରିବର୍ତ୍ତନ ବାବଦରେ ମଧ୍ୟ କହୁଛି । ଆକଳନ ଅନୁଯାୟୀ ଧିରେ ଧିରେ ସମୁଦ୍ର ତରଳିବ । ସମୁଦ୍ରରେ ଥିବା ଅନେକ ଜଳଜୀବ କ୍ଷତିଗ୍ରସ୍ତ ହେବେ । ଏହାସହ ପୃଥିବୀର ତାପମାତ୍ରା ବହୁ ମାତ୍ରାରେ ବୃଦ୍ଧି ଘଟିବ । ତାହାହିଁ ହେଉଥିବା ଅନୁମାନ କରାଯାଉଛି । ଦେଖିଲେ କେଇ ବର୍ଷ ଧରି ପୃଥିବୀର ଅନେକ ଜଙ୍ଗଲରେ ଏବେ ନିଆଁ ଲାଗୁଛି । ସମୁଦ୍ର ଦୁଷିତ ହେବାରେ ଲାଗୁଛି । ଧିରେ ଧିରେ ତାପମାତ୍ରା ବୃଦ୍ଧି ଘଟି ପରିବେଶରେ ଅନେକ ପରିବର୍ତ୍ତନ ଆସିଲାଣି । ଅନେକ ଜୀବ ପୃଥିବୀରୁ ଉଭେଇ ଗଲେଣି । ତେବେ ସତ ହେବକି ନୋଷ୍ଟ୍ରଡାମୁସଙ୍କ ଭବିଷ୍ୟବାଣୀ ।

ସେହିପରି ସେ ଚନ୍ଦ୍ରରେ ପାଦଦେବା କଥା ମଧ୍ୟ କହିଥିଲେ । ଯାହା ଆଗାମୀ ଦିନରେ ସତ ହେବାକୁ ଯାଉଛି । ଏହାସହ ମଙ୍ଗଳରେ ମଧ୍ୟ ପହଁଚିବା କଥା ନୋଷ୍ଟ୍ରଡାମୁସ କହିଥିଲେ । ଚନ୍ଦ୍ରୟାନ ଓ ମାସ ମିଶନ ଜରିଆରେ ଏହା ସତ ହେବାକୁ ଯାଉଛି । କିନ୍ତୁ ଏପରି ଭାବେ ଯଦି ପରିବର୍ତ୍ତନ ଘଟେ ଧିରେଧିରେ ପୃଥିବୀ ଧ୍ୱଶଂସ୍ତୁପ ପାଲଟିବ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago