ସ୍ପେଶାଲ

ସଙ୍କରୀକରଣ କରି ବୈଜ୍ଞାନିକମାନେ ତିଆରି କଲେ ଏକ ଏଭଳି ବଳଦ, ଯାହା ଜନ୍ମ କରିବ କେବଳ ଅଣ୍ଡିରା ଛୁଆ

ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଗଛ ପତ୍ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସଙ୍କରୀକରଣ ବା କଲମିକରଣ କରି ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ତିଆରି କରୁଛନ୍ତି। ଏହି ଉପାୟରେ ଉତ୍ପାଦନ ଅଧିକ ହୋଇଥାଏ ଫଳରେ ଚାଷୀ ଲାଭବାନ୍‌ ହୋଇଥାନ୍ତି। ଇତି ମଧ୍ୟରେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତିର ବଳଦ ତିଆରି କରିଛନ୍ତି। ଏହି ବଳଦର ନାଁ କସ୍‌ମୋ ବୁଲ୍‌ ରଖାଯାଇଛି। କସ୍‌ମୋ ବୁଲ୍‌ର ଜିନ୍‌ରେ କେତେକ ଖାସ୍‌ ପରିବର୍ତ୍ତନ କରାଯାଇଛି। ଫଳରେ ଏହି ବଳଦରୁ ଜନ୍ମିତ ଛୁଆମାନେ କେବଳ ଅଣ୍ଡିରା ହିଁ ହେବେ।

ଏନେଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି ତାଙ୍କ ଟିମ୍‌ ଏକ ସ୍ୱତନ୍ତ୍ର ଧରଣର ବଳଦର ସଙ୍କରୀକରଣ କରିଛି। ଫୁଡ୍‌ ଇଣ୍ଡଷ୍ଟ୍ରୀରେ ଅଣ୍ଡିରା ବଳଦଙ୍କ ଅଧିକ ଡିମାଣ୍ଡକୁ ଦୃଷ୍ଟିରେ ରଖି ସେମାନେ ଏହି ବଳଦ ତିଆରି କରିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ବଳଦର ଜିନ୍‌ରେ କେତେକ ପରିବର୍ତ୍ତନ କରାଯାଇଛି। ଫଳରେ ସେ କେବଳ ଅଣ୍ଡିରା ଛୁଆ ହିଁ ଜନ୍ମ କରିପାରିବ। ଦେଶରେ ଗାଈଙ୍କ କ୍ଷୀର ବଦଳରେ ସେମାନଙ୍କ ମାଂସର ଅଧିକ ଚାହିଦା ଥିବାରୁ ଏଭଳି ହାଇବ୍ରିଡ୍‌ ଉପାୟରେ ବଳଦଙ୍କୁ ସୃଷ୍ଟି କରାଯାଇଛି। ଏହି ଉପାୟରେ ଏପ୍ରିଲରେ ଜନ୍ମିତ ପ୍ରଥମ ବଳଦର ଓଜନ ୧୧୦ ପାଉଣ୍ଡ ବା ୫୦ କେଜି ଥିଲା।

ଏହି ବଳଦ ତିଆରି କରିବା ପାଇଁ କଳା ରଙ୍ଗର କସ୍‌ମୋର ଜିନ୍‌ରେ ପରିବର୍ତ୍ତନ କରାଯାଇଥିଲା। ତାଙ୍କ କ୍ରୋମୋଜୋମ୍‌-୧୭ରେ ଏସ୍‌ଆର ଓ୍ଵାଇ ଜିନ୍‌ ମିଶାଯାଇଛି। ଏହି ଜିନ୍‌ ଯୋଗୁ ଭବିଷ୍ୟତରେ କସ୍‌ମୋ କେବଳ ଅଣ୍ଡିରା ବାଛୁରୀ ହିଁ ଜନ୍ମ କରିବ।

WCW 11

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

36 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

45 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

57 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago