ଯାଆଁଳା ଶିଶୁ ଜନ୍ମ ହେଲେ ଭିନ୍ନ ଭିନ୍ନ ବର୍ଷରେ, ଜଣେ ୨୦୨୧ ବର୍ଷରେ ତ ଅନ୍ୟ ଜଣେ ୨୦୨୨ରେ

ଆପଣମାନେ ସମସ୍ତେ ଜାଣନ୍ତି କି ଯାଆଁଳା ଜନ୍ମ ବିଷୟରେ । ଗୋଟିଏ ପରେ ଗୋଟିଏ ବା ଅଳ୍ପ ବ୍ୟବଧାନରେ ପିଲା ଦୁଇଟି ଜନ୍ମ ହେଲେ ସେମାନଙ୍କୁ ଟୁଇନ୍ ବା ଯାଆଁଳା ବୋଲି କୁହାଯାଏ । ତେବେ ଏକଥା ବୋଧହୁଏ ଆଶ୍ଚର୍ଯ୍ୟ କରିବ ଯେ ଯାଆଁଳା ଶିଶୁଙ୍କ ଜନ୍ମର ବ୍ୟବଧାନ ପାଖାପାଖି ବର୍ଷେ ବି ହୋଇ ପାରେ । ଅବଶ୍ୟ ଏହାକୁ ବିଶ୍ୱାସ କରିବା ସହଜ ନୁହେଁ । ହେଲେ ଏମିତି ଘଟଣା ଘଟିଛି ଯେଉଁଠିକି ଗୋଟେ ଦିନରେ ନୁହେଁ କିମ୍ବା ଗୋଟେ ବର୍ଷରେ ନୁହେଁ ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ନେଇଛନ୍ତି ଯାଆଁଳା ଶିଶୁ । କଣ ଚମକି ପଡ଼ିଲେ ନା ?
ତେବେ ଆସନ୍ତୁ ଜାଣିବା ପୁରା ଘଟଣା:

କେମିତି ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ନେଇଛନ୍ତି ଯାଆଁଳା ଶିଶୁ । ଏପରି ଘଟଣା ଘଟିଛି କାଲିଫର୍ଣ୍ଣିଆରେ, ଆପଣ ଭାବୁଥିବେ ଏହା କ’ ଣ ସମ୍ଭବ ହୋଇପାରେ କି ? ଟ୍ଵିନ ହୋଇ ମଧ୍ୟ ଜଣେ ୨୦୨୧ରେ ଜନ୍ମ ଓ ଆଉ ଅନ୍ୟ ଜଣେ ୨୦୨୨ରେ । ତେବେ ଦର୍ଶକ ବନ୍ଧୁ, ଆପଣ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ । ଆମେ ଆପଣଙ୍କୁ ଆଉ ରହସ୍ୟ ଭିତରେ ରଖିବାକୁ ଚାହୁଁ ନାହୁଁ । ପ୍ରକୃତ କଥା ହେଉଛି, ଜଣେ ମହିଳା ମାତ୍ର ୧୫ ମିନିଟ ବ୍ୟବଧାନରେ ଏହି ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ତେବେ ସମୟଟି ଏମିତି ଥିଲା କି ଜଣେ ଗତ ବର୍ଷ ଓ ଆଉ ଜଣେ ଚଳିତ ବର୍ଷ ଜନ୍ମ ନେଇଛି । ପ୍ରଥମ ସନ୍ତାନଟି ଜନ୍ମ ନେଇଛି ଡିସେମ୍ବର ୩୧ ତାରିଖ ରାତି ୧୧.୪୫ରେ ଓ ଦ୍ୱିତୀୟ ସନ୍ତାନ ଜନ୍ମ ନେଇଛି ଠିକ୍ ୧୫ ମିନିଟ୍ ପରେ ଅର୍ଥାତ୍ ରାତି ୧୨ଟା ପରେ ବା ନୂଆ ବର୍ଷ ପାଦ ଥାପିଲା ପରେ । ୨୦୨୨ ମଧ୍ୟରାତ୍ରିରେ ଯାହାକୁ ଜାନୁଆରୀ ୧ ତାରିଖ ବା ଇଂରାଜୀ ନବବର୍ଷର ସମୟ କୁହାଯାଏ । ତେବେ ମାତ୍ର ୧୫ ମିନିଟ୍ ବ୍ୟବଧାନରେ ଜନ୍ମ ହୋଇଥିଲେ ମଧ୍ୟ ସେମାନେ ଦୁଇଟି ଭିନ୍ନ ବର୍ଷରେ ଏ ଦୁନିଆକୁ ଆସିଛନ୍ତି । ଏହି ଯାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଆଉ ଜଣେ ଝିଅ ।

ପୁଅର ନାଁ ଆଲଫ୍ରିଡୋ ରଖାଯାଇଥିବା ବେଳେ ଝିଅର ନାଁ ରହିଛି ଆଲେନ୍ । ଗ୍ରିନଫିଲ୍ଡ ସହରର ଫତିମା ମାଡ୍ରିଗାଲ ଏହି ଯାଆଁଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏମାନଙ୍କ ଭିତରେ ପୁଅ ବଡ଼ । କାରଣ ସେ ୨୦୨୧ ମସିହାରେ ଜନ୍ମ ହୋଇଛି । ଆଉ ୧୫ ମିନିଟ୍ ସାନ ଶିଶିକନ୍ୟାର ଜନ୍ମ୨୦୨୨ରେ । ଏହି ଯାଆଁଳା ଶିଶୁ ଜନ୍ମ ନେଇଥିବା ମେଡିକାଲର ନାମ ହେଉଛି ନାଭିଡାଡ୍ ମେଡିକାଲ ସେଣ୍ଟର । ଏହି ମେଡିକାଲ ପକ୍ଷରୁ ମଧ୍ୟ ଯାଆଁଳା ଶିଶୁଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଉଭୟ ଭାଇ ଭଉଣୀ ସୁସ୍ଥ ଥିବା ସହିତ ମା’ ମଧ୍ୟ ସୁସ୍ଥ ଅଛନ୍ତି ।
ତେବେ ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ଏହି ଯାଆଁଳା ଶିଶୁଙ୍କ ପାଇଁ ପୂରା ମେଡିକାଲ ଏବଂ ପିଲାଙ୍କ ବାପା ମା’ ବହୁତ ଖୁସି ଅଛନ୍ତି । ଦୁଇ ପିଲାଙ୍କ ଜନ୍ମରେ ୧୫ ମିନିଟ୍ ବ୍ୟବଧାନ ରହିଥିଲେ ମଧ୍ୟ ମେଡିକାଲର ଡାକ୍ତରମାନେ ଏହାକୁ ମିରାକଲ ବୋଲି କହିଛନ୍ତି। ଆଉ ଗୋଟିଏ କଥା ହେଉଛି, ଦୁଇଟି ବର୍ଷରେ ଏଭଳି ଭାବେ ଜନ୍ମ ନେଇ ଥିବା ଯାଆଁଳା ଶିଶୁ ମଧ୍ୟ ଜାଣି ନଥିବେ ଯେ ଏମାନେ ଦୁନିଆକୁ ଆସୁ ଆସୁ ସାରା ବିଶ୍ୱରେ ଚର୍ଚ୍ଚା ପାଲଟିଯିବେ । ବର୍ତ୍ତମାନେ ଏମାନେ ଫେମସ ଟ୍ଵିନ । ପୁଣି ସୋସିଆଲ ମିଡିଆରେ ଏମାନଙ୍କ ବାପା ମା’ଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।