ଦୁନିଆର ଏହି ରହସ୍ୟମୟ ସ୍ଥାନରେ ଚାଲୁଛି ପଥର,ଆଜି ଯାଏଁ ବୈଜ୍ଞାନିକ ମଧ୍ୟ ଜାଣି ପାରିଲେନି କାରଣ

ଆମ ଦୁନିଆରେ ଅନେକ ଅଜବ ଜିନିଷ ରହିଛି । ଖାଲି ସେତିକି ନୁହେଁ ଏମିତିକି କିଛି ବିଚିତ୍ର ସ୍ଥାନ ମଧ୍ୟ ରହିଛି ,ଯେଉଁଠିକୁ ଯିବା ମନା । କାରଣ ସେହି ସ୍ଥାନମାନଙ୍କରେ ଘଟିଥାଏ ଏମିତି କିଛି ଅଜବ ଘଟଣା ଯାହାର କଳ୍ପନା ମଧ୍ୟ କରାଯାଇ ନପାରେ । ତେବେ ଆପଣ ଭାସୁଥିବା ପଥର ବିଷୟରେ ତ ନିଶ୍ଚିତ ଶୁଣିଥିବେ, ଯାହାକି ରାମ ସେତୁ ରେ ହିଁ ଭାସେ । କିନ୍ତୁ ଆପଣ କ‘ଣ କେବେ ଚାଲୁଥିବା ପଥର ବିଷୟରେ ଶୁଣିଛନ୍ତି କି ? ହୁଏତ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ପଥର ହେଉଛି ସ୍ଥାଣୁ ବସ୍ତୁ , ପୁଣି ସ୍ଥାଣୁ ବସ୍ତୁ କଣ କେବେ ଚାଲି ପରେ କି? କିନ୍ତୁ ଦର୍ଶକବନ୍ଧୁ ଆମ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଆପେ ଆପେ ଚାଲୁଛି ପଥର । ଏହି ସ୍ଥାନକୁ ସମସ୍ତେ ଡେଥ ଭାଲେ ମଧ୍ୟ କହୁଛନ୍ତି ।

Stone
Picture Credit – MakeMyTrip

ଏହି ସ୍ଥାନରେ ଘଟୁଥିବା ଘଟଣା କଥା ବୈଜ୍ଞାନିକ ମାନେ ମଧ୍ୟ ଆଜି ଯାଏଁ ଜାଣି ପାରି ନାହାନ୍ତି । କାର୍ଲିଫର୍ଣ୍ଣିଆରେ ଥିବା ଏହି ଭାଲେ ବା ଉପତ୍ୟାକା ରେ ପଥର ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଆପେ ଆପେ ପଳାଉଛି । ଯାହାର ପ୍ରମାଣ ବି ଏହି ସ୍ଥାନରେ ମିଳିଥାଏ । ଆପଣ ମାନେ ଜାଣିଛନ୍ତି ଆମ ଦୁନିଆ ରହସ୍ୟ ରଘେରରେ ଭରା । ପୁଣି ଏମିତି କିଛି ରହସ୍ୟ ବ୍ରହ୍ମାଣ୍ଡରେ ଭରି ରହିଛି ଯେ ଯାହାକୁ ଆଜି ପର୍ଯ୍ୟନ୍ତ ଜାଣି ପାରି ନାହାନ୍ତି ବୈଜ୍ଞାନିକ ଓ ବିଶେଷଜ୍ଞମାନେ । ହେଲେ ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଏହି ଭାଲେ ବିଷୟରେ ଶୁଣିଲେ ହୁଏତ ଆପଣ ଭାବିବାକୁ ବାଧ୍ୟ ହେବେ ଏହି ସ୍ଥାନ ବିଷୟରେ । ଏହି ଭାଲେ କୁ ଡେଥ ଭାଲେ କୁହାଯାଉଥିବା ବେଳେ ଏଠି ଆପେ ଆପେ ଚାଲେ ପଥର । ସେଥି ପାଇଁ ତ ଏହି ସ୍ଥାନ ବିଶ୍ୱ ପ୍ରସିଦ୍ଧ । ତେବେ ଏହି ସ୍ଥାନରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ପଥର ଚାଲି ଚାଲି ଯିବାର ପ୍ରମାଣ ମଧ୍ୟ ମିଳିଛି । ଏମିତିକି ଏହାର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଏହି ଚିହ୍ନକୁ ଦେଖି ଏମିତି ଲାଗେ ଯେ ଯେମିତି କୌଣସି ଗାଡି ରେଗିସ୍ତାନ ର ମାଟିରେ ଚିହ୍ନ ଛାଡି ଯାଇଛି ।

ତେବେ ଏମିତି ହେବାର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି । ପଥର ସ୍ଥାନ ପରିବର୍ତ୍ତନ କରୁଥିବା ଏହି ସ୍ଥାନରେ ଅନେକ ଥର ଅନେକ ପ୍ରକାରର ପରକ୍ଷା କରାଯାଇଛି କିନ୍ତୁ ବୈଜ୍ଞାନିକମାନେ ଆଜି ଯାଏଁ ଜାଣି ପାରିଲେନି କଣ ଏହି ପଥରର ରହସ୍ୟ ଓ ଏହି ସ୍ଥାନର ରହସ୍ୟ । ଏହି ସ୍ଥାନର ରହସ୍ୟ ଜାଣିବା ପାଇଁ ଏହି ଭାଲେକୁ ପ୍ରତି ବର୍ଷ ଅନ୍ୟ ଦେଶରୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି । କାର୍ଲିଫର୍ଣ୍ଣିଆ ର ଦକ୍ଷିଣ ପୂର୍ବ ସ୍ଥିତ ନେବାଡା ରାଜ୍ୟରେ ରହିଛି ଏହି ଭାଲେ । ଆପଣ ଜାଣି ଆଚମ୍ବିତ ହେବେ ଯେ ଏହି ଅଞ୍ଚଳ ପରିସୀମା ହେଉଛି ୨୨୫ କିଲୋମିଟର । କିନ୍ତୁ ଏହି ପଥର ଚାଲୁଥିବାର କେହି ଦେଖି ନାହାନ୍ତି । କିନ୍ତୁ ପଥର ଚାଲିବାର ପ୍ରମାଣ ମିଛିଛି । ପଥର ଚାଲିଥିବାର ଚିହ୍ନ ହିଁ ହେଉଛି ତାର ବଡ ପ୍ରମାଣ । ସେ ପୁଣି ଗୋଟେ କି ଦୁଇଟି ପଥର ନୁହେଁ ଏକା ସାଙ୍ଗରେ ଚାଲୁଛନ୍ତି ଅନେକ ପଥର । ଏହି ପଥରର ଓଜନ ହେଉଛି ୧୦୦ କିଲୋରୁ ଅଧିକ ।

Moving Stone
Picture Credit – Make My Trips

ତେବେ ୧୯୦୦ ମସିହାରେ ବିଶ୍ୱାସ କରାଯାଉଥିଲା ଯେ ଏହି ସ୍ଥାନରେ ହିଁ ଏଲିଏନମାନେ ଲ୍ୟାଣ୍ଡ କରିଥାଆନ୍ତି ବୋଲି । କିଛି ବୈଜ୍ଞାନିକ ରିସର୍ଚ୍ଚ କରି ଜାଣି ଥିଲେ ଯେ ଏଠାରେ ଅଧିକ ମାତ୍ରାରେ ପବନ ହେଉଥିବାରୁ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ପଥର ଯାଉଛି କିନ୍ତୁ ୨୦୦ କିଲୋର ପଥର ର ମଧ୍ୟ ଗୋଟେ ସ୍ଥାନକୁ ଆଉ ଏକ ସ୍ଥାନକୁ ଯିବାର ଚିହ୍ନ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇ ଦେଇଥିଲା ।

ତେବେ ଏହି ପଥର ଶୀତ ଦିନରେ ହିଁ ଅଧିକ ମାତ୍ରାରେ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇଥାଆନ୍ତି । ବୈଜ୍ଞାନିକ ରିଚାର୍ଡ ଡି ଓ ତାଙ୍କ ଭାଇ ଜେମ୍ସ ନୋରିସ ଙ୍କ ମତ ହେଉଛି ଏଠାରେ ଶୀତ ଦିନରେ ପାଣି, ବଡ ବରଫ ବା ସଲିଡ ରେ ପରିଣତ ହୋଇଯାଏ । ସକାଳ ସମୟରେ ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ଥାଆନ୍ତି ସେତେବେଳେ ଏଠାରେ ଥିବା ଆଇସ୍‌ ବା ବରଫର ପତଳା ଲେୟର ମେଲ୍ଟ ହୋଇଯାଏ ଓ ପାଣିରେ ଭାସିବାକୁ ଲାଗେ । ଅଧିକ ପବନ ହେଉଥିବାରୁ ସେହି ଆଇସ୍‌ ଖଣ୍ଡ ଭାସିବାକୁ ଲାଗେ ଓ ବରଫ ଖଣ୍ଡ ଭାସିବା ସମୟରେ ଏହି ସ୍ଥାନରେ ଥିବା ପଥର ମଧ୍ୟ ବରଫ ଖଣ୍ଡ ସହିତ ମୁଭ୍‌ କରିଥାଆନ୍ତି । କିନ୍ତୁ ଏହା ପଛରେ ଅନ୍ୟ କୌଣସି କାରଣ ରହିଥାଏ ପାରେ ବୋଲି ଅନେକ ବିଶେଷଜ୍ଞ ଯୁକ୍ତି କରିଛନ୍ତି କିନ୍ତୁ କାରଣ ଆଜି ଯାଏଁ ଜଣା ପଡିପାରିନାହିଁ । ତେବେ ଏହି ରହସ୍ୟ ଜାଣିବା ପାଇଁ ଆଜି ପର୍ଯ୍ୟନ୍ତ ଏଠାକୁ ଆସୁଛନ୍ତି ଆନେକ ବିଶେଷଜ୍ଞ ଓ ବୈଜ୍ଞାନିକ । ଆମ ଦୁନିଆରେ ଏହିଭଳି ଅନେକ ଅଜବ ଜିନିଷ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.