ଜାଲରେ ପଡ଼ିଲା ଦୁନିଆର ସବୁଠୁ ବଡ଼ ଶାଙ୍କୁଚ, ଓଜନ ୩୦୦ କେଜି

ଜାଲରେ ପଡ଼ିଲା ବିଶାଳ ଶାଙ୍କୁଚ। କମ୍ବୋଡ଼ିଆର ମେକାଙ୍ଗ ନଦୀରୁ ଦୁନିଆର ସବୁଠୁ ବଡ଼ ଶାଙ୍କୁଚ ଧରାଯାଇଛି। ଏହା ଏକ ବିଶାଳ ଷ୍ଟିଂଗ୍ରେ ମାଛ। ଏହି ଶାଙ୍କୁଚର ଓଜନ ୩୦୦ କେଜି ହେବ ବୋଲି କୁହାଯାଉଛି।
The world’s largest recorded freshwater fish, a giant stingray, has been caught in Cambodia: pic.twitter.com/xAP74Yal8u
— DW News (@dwnews) June 21, 2022
କମ୍ବୋଡ଼ିଆ ଓ ଆମେରିକାର ବୈଜ୍ଞାନିକଙ୍କ ମୁତାବକ, ଜୁନ୍ ୧୩ରେ ଧରାଯାଇଥିବା ଏହି ଶାଙ୍କୁଚର ଲମ୍ବ ୧୩ ଫୁଟ୍ ହେବ। ଷ୍ଟଙ୍ଗ ଟ୍ରେଙ୍ଗ୍ ନାମକ ସ୍ଥାନ ନିକଟସ୍ଥ ଜଣେ ସ୍ଥାନୀୟ ମତ୍ସଜୀବୀ ଏହି ଶାଙ୍କୁଚକୁ ଧରିଛନ୍ତି। ଏହି ଶାଙ୍କୁଚର ଆକାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ନେଇ ସେ ବୈଜ୍ଞାନିକଙ୍କୁ ଖବର ଦେଇଥିଲେ।
A rare piece of good news from the Mekong River! Scientists found a whopping 661-pound stingray in Cambodia – it’s the world’s largest freshwater fish on record! Read my story for @BBCNewsAsia https://t.co/J13ryc0mU6
— Grace Tsoi (@gracehw) June 21, 2022
ବୈଜ୍ଞାନିକମାନେ କହିଛନ୍ତି, ପୂର୍ବରୁ ଧରାଯାଇଥିବା ବିଶାଳ ଶାଙ୍କୁଚର ଓଜନ ୨୯୩ କେଜି ଥିଲା। ସେହି ମାଛକୁ ୨୦୦୫ରେ ଥାଇଲାଣ୍ଡରେ ଧରାଯାଇଥିଲା। କିନ୍ତୁ ଏବେ ଧରାଯାଇଥିବା ମାଛ ୭ କେଜି ଅଧିକ ରହିଛି। ଏହା ଏବେ ଦୁନିଆର ସବୁଠୁ ବଡ଼ ଶାଙ୍କୁଚ ହେବାର ରେକର୍ଡ କରିଛି।