ବନ୍ଧୁ ହେବ ତ ଏମିତି! ୭ ଦିନ ଯାଏଁ ଏକୁଟିଆ ୧୦୦ କିଲୋମିଟର ଚାଲି ପୁରୁଣା ମାଲିକ ପାଖରେ ପହଞ୍ଚିଲା ଓଟ

ନିଜ ଘର ଛାଡ଼ି ବାହାରେ ରହିବାକୁ କେହି ବି ପସନ୍ଦ କରନ୍ତି ନାହିଁ। ବାଧ୍ୟବାଧକତାରେ କାମ ଧନ୍ଦା ପାଇଁ ସମସ୍ତେ ଘରଠାରୁ ଦୂରକୁ ଯାଇଥାନ୍ତି। ମାତ୍ର ମଝିରେ ମଝିରେ ସମସ୍ତେ ଘରକୁ ଆସିଥାନ୍ତି। ତେବେ କେବଳ ମଣିଷ ନୁହେଁ ଜୀଜଜନ୍ତୁଙ୍କର ମଧ୍ୟ ଘର ପ୍ରତି ସେତିକି ଲୋଭ ରହିଥାଏ ଯେତିକି ମଣିଷଙ୍କର ରହିଥାଏ। ଘରକୁ ଛାଡ଼ି ସେମାନେ ବି ରହିପାରନ୍ତି ନାହିଁ। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଚୀନ୍‌ର ମଙ୍ଗୋଲିଆରେ। ଏଠାରେ ଏକ ଓଟ ପୁରୁଣା ମାଲିକ ପାଖକୁ ଫେରିବା ପାଇଁ ୭ ଦିନ ଯାଏଁ ରାସ୍ତାଘାଟ, ନଦୀ, ନାଳ, ମରୁଭୂମି ଡେଇଁ ପ୍ରାୟ ୧୦୦ କିମି ଅତିକ୍ରମ କରି ପହଞ୍ଚିଛି। ଏହି ପଥ ଅତିକ୍ରମ କରିବାକୁ ଓଟଟି ବହୁ ବାଧା ବିଘ୍ନର ସମ୍ମୁଖୀନ ହୋଇଛି।

Camel walks over 100 km alone in Gobi desert to reunite with ...ଓଟଟି ମାଲିକ ନିକଟରେ ପହଞ୍ଚିବା ପରେ ମାଲିକ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ ଯେ ସେ ବିକ୍ରି କରି ଦେଇଥିବା ଓଟ ପୁଣି ଥରେ ତାଙ୍କ ନିକଟକୁ ଫେରିଛି। ଓଟକୁ ଦେଖି ସେ କାନ୍ଦି ପକାଇଥିଲେ। ଓଟଟି ଘରେ ପହଞ୍ଚିବା ବେଳକୁ ବହୁତ ଥକି ପଡ଼ିଥିଲା। କେବଳ ସେତିକି ନୁହେଁ ତା’ ଶରୀରରେ ଅନେକ କ୍ଷତ ମଧ୍ୟ ହୋଇଥିଲା।

Watch Breaking News Camel walks over 100 km alone in Gobi desert ...

କ’ଣ ଥିଲା କାରଣ:

ଓଟଟି ବୁଢ଼ା ହୋଇଯାଇଥିବାରୁ ଗତ ବର୍ଷ ଅକ୍ଟୋବରରେ ମାଲିକ ତାକୁ ବିକ୍ରି କରିଦେଇଥିଲେ। କିନ୍ତୁ ନୂଆ ମାଲିକ ପାଖରେ ତା’ ମନ ଲାଗିନଥିଲା। କିନ୍ତୁ ୮ ମାସ ପରେ ସେ ପୁରୁଣା ମାଲିକ ପାଖକୁ ଫେରି ଆସିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଓଟ ପୂର୍ବରୁ ମଧ୍ୟ ଏଥିପାଇଁ ଚେଷ୍ଟା କରିଥିଲା। ମାତ୍ର ସଫଳ ହୋଇପାରିନଥିଲା। କିନ୍ତୁ ଏଥରକ ସେ ସଫଳ ହୋଇଛି। ପୁରୁଣା ମାଲିକଠୁ ମିଳିଥିବା ଭଲ ପାଇବା ଯୋଗୁ ସେ କଷ୍ଟ ସହି ପୁଣିଥରେ ଫେରିଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.