ହତ୍ୟାକାରୀ ହ୍ରଦକୁ ନେଇ ଚିନ୍ତାରେ ସରକାରଠୁ ବୈଜ୍ଞାନିକ, କାହିଁକି ଜାଣନ୍ତୁ…

ଏକଦମ ଶାନ୍ତ ହ୍ରଦ । ମଧ୍ୟ ଆଫ୍ରିକାର ପଶ୍ଚିମ ସମୁଦ୍ର କୂଳରେ ଥିବା ଦେଶ କ୍ୟାମରୁନର ନ୍ୟୋସ ହ୍ରଦ । ୧୯୮୬, ୨୧ ଅଗଷ୍ଟରେ ଘଟିଥିବା ଘଟଣା ଏହି ଶାନ୍ତ ହ୍ରଦକୁ ହତ୍ୟାକାରୀ ହ୍ରଦ ନାମରେ ବଦଳାଇଦେଲା । ତା ସହିତ ସେହି ତାରିଖକୁ ବି ଏକ ଖରାପ ଦିନ ଭାବରେ ନାମିତ କରାଗଲା । କାରଣ ସେହି ହ୍ରଦଟି ହଠାତ ବିସ୍ପୋରଣ ହୋଇଥିଲା ଆଉ ସେଠାରେ ହଜାର ହଜାର ଲୋକଙ୍କର ଏମତିକି ହଜାର ହଜାର ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହାର କାରଣ ଖୋଜିବା କାହା ପାଇଁ ସହଜ ନଥିଲା ।

ପ୍ରକୃତ କଥା ହେଲା କି କ୍ୟାମରୁନର ନୟୋସ ହ୍ରଦରେ ହଠାତ ଶହ ଶହ ଟନ ବିଷଯୁକ୍ତ କାର୍ବନ ଡାଇଅକ୍ସାଇଡ ଗ୍ୟାସର ଏକ ଧାର ବାହାରକୁ ଆସିଥିଲା । ଏହି ଗ୍ୟାସ ବାୟୁମଣ୍ଡଳରେ ଏମିତି ମିଶିଗଲା ଯେ ଏହି ବିଷଯୁକ୍ତ ଗ୍ୟାସ ମିଶି ଚାରିଆଡେ ବ୍ୟାପିଗଲା । ଯାହା ଫଳରେ ବାୟୁମଣ୍ଡଳରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଲା । ଫଳରେ ଲୋକେ ନିଶ୍ୱାସ ନେବାରେ ସମସ୍ୟା ହେଲା । ଏକ ରିପୋର୍ଟ ଅନୁସାରେ ଏହି ଗ୍ୟାସ ସଂସ୍ପର୍ଶରେ ପ୍ରଥମେ ଏହି ହ୍ରଦ ଆଉ ପାଖ ଗାଁ ଆସିଥିଲା ।

ଲୋକଙ୍କର ମୁହଁ ଆଉ ନାକରୁ ରକ୍ତ ବାହାରିବାକୁ ଲାଗିଲା ଆଉ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସେମାନଙକ୍ର ମୃତ୍ୟୁ ହୋଇଥିଲା । ଗାଁଲୋକେ ଖାଲି ନୁହେଁ ପଶୁମାନେ ବି ପ୍ରାଣ ହରାଇଲେ । ଦେଖୁ ଦେଖୁ ଗାଁର ହଜାର ହଜାର ଲୋକେ ଆଉ ପଶୁଙ୍କର ଶବ ଚତୁର୍ଦିଗରେ ବିଛୁଡି ହୋଇ ପଡିଲା । ଏହି ବିଷ ଗ୍ୟାସ କାରଣରୁ ପାଖାପାଖି ଆନୁମାନିକ ୧୮୦୦ ଲୋକେ ଓ ୪୦୦୦ ପାଖାପାଖି ପଶୁଙ୍କର ଜୀବନ ଯାଇଥିଲା ।

ଏହି ଘଟଣାକୁ ନେଇ ସରକାର ଓ ସାଧାରଣ ଲୋକଙକ୍ର କହିବା କଥା ଅଲଗା ଥିଲା । ସରକାର ଏହି ପ୍ରାକୃତିକ ଘଟଣାକୁ ଆତଙ୍କୀ ଆକ୍ରଣଣ ସହ ଯୋଡିଲେ । ଅନ୍ୟପଟେ ଲୋକେ କିନ୍ତୁ ଏହି ଘଟଣାକୁ ସଇତାନ ରୂପି ରାକ୍ଷାସର କାର୍ଯ୍ୟ ବୋଲି ଅନ୍ଦବିଶ୍ୱାସର ବଶବର୍ତ୍ତୀ ହୋଇଗଲେ । ଏସବୁ ପରେ ଯାଞ୍ଚ ହୋଇଥିଲା ଆଉ ଜଣାପଡିଥିଲା କି ଏହା ଏକ ପ୍ରାକୃତିକ ଘଟଣା ।

ଏହି ଘଟଣା ପରେ ବୈଜ୍ଞାନିକ ମାନେ ଏହାର ଯାଞ୍ଚ କରିବାକୁ ଲାଗିଲେ । ଯାଞ୍ଚରୁ ଯାହା ଜଣାପଡିଥିଲା କି କାର୍ବନ ଡାଇଅକ୍ସାଇଡ ଗ୍ୟାସରେ ଭରିରହିଥିବା ହ୍ରଦ ଯେତେବଳେ ବିସ୍ପୋରଣ ହୋଇଥିଲା ସେତେବେଳେ ବାୟୁମଣ୍ଡଳରେ ଅକ୍ସିଜେନର ମାତ୍ରା କମି ଯାଇଥିଲା । କିନ୍ତୁ ଏହି ଗ୍ୟାୟ ଏକାଠି କେମିତି ହେଲା ଏହାର ଯାଞ୍ଚ କରିବାରେ ଲାଗିଲେ ବୈଜ୍ଞାନିକ । ଦୁଇଟି ଟିମ ଏକାଠି ହେଲେ । ଗୋଟିଏ ଟିମର କହିବା କଥା କି ଏହା ଜ୍ୱାଳାମୁଖୀର ଗତିବିଧି ଥିଲା । ଦ୍ୱିତୀୟ ଚିମର କହିବା କଥା କି ଏହି ଗ୍ୟାସ ତଳ ଭାଗରେ ସଂଗଠିତ ହେଉଥିଲା ଆଉ ଏକାସହ ବାହାରିବା ଫଳରେ ବିସ୍ପୋରଣ ହୋଇଥିଲା ।

ଏହାର କିଛି ଦିନ ପରେ ଏହାର ଦାୟିତ୍ୱ ଭୂ ରସାୟନ ବିଜ୍ଞାନୀ ୱିଲିୟମ ଇବାଂସଙ୍କୁ ଦିଆଗଲା । ଏମିତି ଘଟଣା ପୁଣିଥରେ ନହେଉ ତେଣୁ ୱିଲିୟମ କ୍ୟାମରୁମ ସରକାରଙ୍କ ସାହାଯ୍ୟରେ ସେହି ହ୍ରଦରେ ଏକ ଆଲାରାମ ଲଗାଇଦେଲେ । ଯାହା କାର୍ବନ ଡାଇଅକ୍ସାଇଡ ସମ୍ପରକରେ ଆସିବା କ୍ଷଣି ବାଜିଉଠୁଥିଲା । ସେ ମଧ୍ୟ ଏହା ଜାଣିବାକୁ ପାଇଲେ କି ହ୍ରଦରେ ଏକ ଜ୍ୱାଳାମୁଖୀ ବିସ୍ପୋରଣ ହୋଇଥିଲା । ଯାହାର କାରଣ ଥିଲା ଏକ ଛୋଟ ଭୂକମ୍ପ । ଭୂକମ୍ପ ଦ୍ୱାରା ପୃଥିବୀ ଭାଗରେ ଅନିୟନ୍ତ୍ରଣ ଲମ୍ବା ସମୟ ଧରି ହ୍ରଦର ତଳଭାଗରେ ଥିବା ଗ୍ୟାସ ଉପରକୁ ଆସିଥିଲା ।
ଏହି ଗ୍ୟାସର ପ୍ରଭାବ ବହୁତ ଦିନ ଯାଏଁ ରହିଥିଲା । ଲୋକେ ବାରମ୍ବାର ବେହୋସ ହେଉଥିଲେ । ଆଉ କିଛି ଲୋକେ ତ ନିଜର ପରିବାରକୁ ଆଖି ଆଗରେ ଚାଲିଯିବାର ବି ଦେଖିଥିଲେ ।

ଫ୍ରାନ୍ସର ଏକ ବୈଜ୍ଞାନିକ ଟିମ ୨୦୦୧ରେ ଏହି ହ୍ରଦରେ ପାଇପ ଲଗାଇଲା । ଯାହା ଫଳରେ ହ୍ରଦ ମଧ୍ୟରେ ଗ୍ୟାସକୁ ଏକାଠି ହେବାରୁ ରୋକାଯାଇପାରିବ ଆଉ ଧିରେ ଧିରେ କରି ଏହା ଗ୍ୟାସକୁ ଛଡା ଯାଇପାରିବ । ପାଖାପାଖି ୧୦ବର୍ଷ ପରେ ଇଞ୍ଚିନିୟର ଟିମ ଆଉ ଏକ ପାଇପ ଲଗାଇଥିଲେ । ଯାହାଫଳରେ ଗ୍ୟାସକୁ ବାହାରକୁ ବାହାର କରାଯାଇପାରିବ । କିନ୍ତୁ ବଡକଥା ଏଇଆ କି ବୈଜ୍ଞାନିକଙ୍କର ମାନିବା କଥା ଆଜିବି ସେଠାରେ ଗ୍ୟାସ ଏକାଠି ହେଉଛି ଆଉ ଏଥର ଯଦି ବିସ୍ପୋରଣ ହୁଏ ତେବେ ଏହା ବହୁତ ଭୟଙ୍କର ହେବ ।

ତେବେ ଦର୍ଶକବନ୍ଧୁ ପ୍ରକୃତିକୁ ବୁଝିବା ଆମ କାମ । ଆଉ ଯଦି ଆମେ ଅବହେଳା କରୁଛେ ତେବେ ତ ଆମକୁ ଏଭଳି ଘଟଣାର ସାମନା କରିବାକୁ ହିଁ ପଡିବ । ଆଉ ଏତେ ବଡ ବିପତ୍ତିରେ ଜୀବନ ହରାଇବାକୁ ପଡିବ । ତେଣୁ ଏବେ ବି ସମୟ ଅଛି ପ୍ରକୃତିର ମୂଲ୍ୟକୁ ମଣିଷକୁ ବୁଝିବାକୁ ହିଁ ପଡିବ । କାରଣ ବିଜ୍ଞାନ ଯେତେ ଆଗେଇଲେ ବି ସମାଧାନର ବାଟ ତ ବାହାର କରୁଛି ହେଲେ ଘଟଣା ତ ଘଟି ଚାଲିଛି । ଯାହା ବଡ ଚିନ୍ତାର ବିଷୟ ।

Leave A Reply

Your email address will not be published.