ଘରେ ଯଦି ପୁଅ ନାହାନ୍ତି, ତ କ’ଣ ଝିଅ କରିପାରିବେ ପୂର୍ବଜଙ୍କ ପିଣ୍ଡଦାନ? ଜାଣି ନିଅନ୍ତୁ କ’ଣ କହୁଛି ଧର୍ମଶାସ୍ତ୍ର

ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି, ପରଲୋକ ଗମନ କରିଥିବା ପିତୃପୁରୁଷମାନେ ପିତୃପକ୍ଷ ସମୟରେ କାଉ ହୋଇ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ନିଜ ପରିବାର ଲୋକଙ୍କୁ ଦେଖି ଥାଆନ୍ତି। ତେଣୁ ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଶାସ୍ତ୍ର ମୁତାବକ, ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ ଘରର ପୁଅ କିମ୍ବା ପୁରୁଷମାନଙ୍କୁ କରିବା ଦରକାର। କିନ୍ତୁ ଯଦି କୌଣସି ଘରେ ପୁଅ ନ ଥାଆନ୍ତି, ତା’ ହେଲେ କ’ଣ ଝିଅମାନେ ପିଣ୍ଡଦାନ କରି ପାରିବେ? ଆସନ୍ତୁ ଜାଣିବା, ଏହା ଉପରେ ଧର୍ମ ଶାସ୍ତ୍ର କ’ଣ କହୁଛି।

ଶାସ୍ତ୍ର ମୁତାବକ, ମାଆ, ବାପା କିମ୍ବା ଅନ୍ୟ ପରିଜନଙ୍କ ମୃତ୍ୟୁ ପରେ ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ ବା ତର୍ପଣ କରିବା ପୁଅର ମୁଖ୍ୟ କର୍ତ୍ତବ୍ୟ। କୁହାଯାଏ, ଏହା ନ କରିବା ଦ୍ୱାରା ଆତ୍ମାକୁ ସାଂସାରିକ ବନ୍ଧନରୁ ମୁକ୍ତି ମିଳି ପାରି ନ ଥାଏ ଏବଂ ସେମାନେ ଏହି ଦୁନିଆରେ ବିଚରଣ କରି ଥାଆନ୍ତି। ଏମିତିରେ ସେମାନଙ୍କ ଆତ୍ମାର ଶାନ୍ତି ଏବଂ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡ ଦାନ ଓ ଶ୍ରାଦ୍ଧ କାର୍ଯ୍ୟ ବହୁତ ଜରୁରୀ ହୋଇଥାଏ। ତେବେ ଯଦି କୌଣସି ଘରେ ପୁଅ କିମ୍ବା ପୁରୁଷ ନାହାନ୍ତି, ତା’ ହେଲେ ଝିଅମାନେ ସେଠାରେ ପିଣ୍ଡଦାନ ମଧ୍ୟ କରି ପାରିବେ। ଏହାକୁ ବିଧି ସମ୍ମତ ବୋଲି ବି କୁହାଯାଇଛି।

ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଆପଣ ପିତୃପକ୍ଷ ସମୟରେ ଧଳା ପୋଷାକ ପିନ୍ଧନ୍ତୁ। ଯେଉଁ ଦିନ ଆପଣଙ୍କୁ ସେମାନଙ୍କ ଶ୍ରାଦ୍ଧକର୍ମ କରିବାର ଅଛି, ସେହି ଦିନ ଆପଣ ଯଅର ଅଟାରୁ ପିଣ୍ଡ ତିଆରି କରନ୍ତୁ। ଏହାପରେ ଫୁଲ, ଚନ୍ଦନ, କଞ୍ଚା ସୂତା, ରାଶି, ଯଅ, ଫଳ, ମିଠା, ଧୂପକାଠି ଏବଂ ଦହି ସହିତ ପିଣ୍ଡଦାନ କରନ୍ତୁ। ପିଣ୍ଡଦାନ କରିବା ପରେ ଶାନ୍ତିରେ ବସି ନିଜ ପିତୃପୁରୁଷଙ୍କୁ ମନେ ପକାନ୍ତୁ ଏବଂ ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଏହାପରେ ପିଣ୍ଡକୁ ହାତରେ ଉଠାଇ ସମ୍ମାନର ସହିତ ଜଳରେ ପ୍ରବାହିତ କରି ଦିଅନ୍ତୁ।

କହି ରଖୁଛୁ, ପିତୃପକ୍ଷ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇଥାଏ। ଏହି ପିତୃପକ୍ଷ ଲଗାତାର ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏଥର ପିତୃପକ୍ଷ ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସମ୍ମାନ ଓ ଶ୍ରଦ୍ଧାର ସହିତ ପିତୃପୁରୁଷଙ୍କୁ ମନେ ପକାଇ ସେମାନଙ୍କ ମୋକ୍ଷ କାମନା କରାଯାଏ। ମାନ୍ୟତା ରହିଛି, ମୃତ୍ୟୁ ହେବା ପରେ ଯେତେବେଳେ କୌଣସି ମଣିଷର ଆଶା ଅଧୁରା ରହିଥାଏ, ତ ସେମାନେ ନିଜ ବଂଶଜ ମାନଙ୍କୁ ସ୍ୱପ୍ନରେ ଦେଖା ଦେଇ ଥାଆନ୍ତି। ବିଧି ବିଧାନର ସହ କ୍ରିୟା କର୍ମ କରାଗଲେ, ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ନିଜ ପରିବାର ସଦସ୍ୟଙ୍କୁ ଆଶୀର୍ବାଦ କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.