କରୋନା ଭଲ କରିଦେବ ସାପ ବିଷ! ବ୍ରାଜିଲର ବୈଜ୍ଞାନିକମାନେ ଦେଲେ ଆଶ୍ଚର୍ଯ୍ୟଜନକ ସୂଚନା

କରୋନାକୁ ନେଇ ଦେଶବାସୀଙ୍କ ମନରେ ଭୟ ଓ ଚିନ୍ତା ଦିନକୁ ଦନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ଏମିତି ହେଲାଣି ଯେ, କରୋନାର ଦୁଇଟି ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ । ତେବେ ଏହାରୀ ଭିତରେ ବ୍ରାଜିଲ ବେଜ୍ଞାନିକମାନେ ଏପରି ଏକ ଖବର ପ୍ରକାଶ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବେଜ୍ଞାନିକମାନେ ଗବେଷଣାରୁ କହିଛନ୍ତି ଯେ ଖୁବଶୀଘ୍ର ସାପ ବିଷରୁ କରୋନା ଭୂତାଣୁର ଚିକିତ୍ସା କରାଯିବ।

ବ୍ରାଜିଲର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ବିଷରେ ଥିବା ଏକ ଅଣୁ ମାଙ୍କଡ଼ର କୋଷରେ କରୋନା ଜୀବାଣୁ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ। ତେବେ ଏ ପର୍ଯ୍ୟନ୍ତ ମଣିଷ ଦେହରେ କୋଭିଡ ବିରୋଧରେ ଏହି ବିଷର ପ୍ରଭାବ ବିଷୟରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ବିଶେଷଜ୍ଞମାନେ ଆଶା କରିଛନ୍ତି କି, ବିଷରୁ କରୋନା ଚିକିତ୍ସା ହୋଇପାରିବ।

ବୈଜ୍ଞାନିକ ପତ୍ରିକା ମଲିକ୍ୟୁଲ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ ଜାରାକୁସୁ ପିଟ୍ ଭାଇପର ମାଙ୍କଡ କୋଷରେ ଜୀବାଣୁଙ୍କର ୭୫ ପ୍ରତିଶତ ବୃଦ୍ଧି ହେବାର କ୍ଷମତାକୁ ପ୍ରତିରୋଧ କରିଛି। ସୋ ପାଉଲୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଫେଲ ଗୁଇଡୋ କହିଛନ୍ତି ଯେ ସାପର ବିଷର କିଛି ଅଂଶ ଜୀବାଣୁଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରୋଟିନକୁ ପ୍ରତିରୋଧ କରିପାରିବ। ଏହି ଅଣୁ ହେଉଛି ଏକ ପେପ୍ଟାଇଡ୍ କିମ୍ବା ଆମିନୋ ଏସିଡ। ଯାହା କରୋନା ଜୀବାଣୁର PLPro ଏନଜାଇମ୍ ସହିତ ବାନ୍ଧିହୋଇଥାଏ। ଏହା ଅନ୍ୟ କୋଷଗୁଡିକର କ୍ଷତି ନକରି ଜୀବାଣୁ ବୃଦ୍ଧିର ପ୍ରତିବନ୍ଧକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହା ସହିତ ବିଶେଷଜ୍ଞମାନେ ସାପ ଶିକାର କରିବା ଏବଂ ଧରିବା ଅନାବଶ୍ୟକ ବୋଲି କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୁଇଡୋ କହିଛନ୍ତି ଯେ, ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପାଇଁ ପୂର୍ବରୁ ଚିହ୍ନଟ ପେପ୍ଟାଇଡ୍ ଲ୍ୟାବରେ ପ୍ରସ୍ତୁତ ହୋଇପାରିବ। ଏହି କାରଣରୁ, ସାପ ଧରିବା ଆବଶ୍ୟକ ନାହିଁ। ତେବେ ସାପ ବିଷରୁ ପ୍ରକୃତରେ କରୋନା ଭଲ ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

Leave A Reply

Your email address will not be published.