ଓଦା କିମ୍ବା ଅଧୁଆ ମାସ୍କ ପିନ୍ଧୁଥିଲେ ସାବଧାନ! ହୋଇପାରନ୍ତି ବ୍ଲାକ ଫଙ୍ଗସ ସଂକ୍ରମିତ

କରୋନା ପରେ ଏବେ ବ୍ଲାକ ଫଙ୍ଗସ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଏହା ରୋଗୀଙ୍କ ଶରୀରର ନାକ, ଆଖି, ସାଇନସ ଓ କିଛି ମାମଲାରେ ମସ୍ତିଷ୍କକୁ ବି ପ୍ରଭାବିତ କରୁଛି। ମାତ୍ର ଏହା ବ୍ୟାପିବାର କାରଣ ସମ୍ପର୍କରେ ଲୋକେ ଅନଭିଜ୍ଞ ଥିବାରୁ ଠିକ ଭାବେ ସଚେତନ ହୋଇପାରୁନାହାନ୍ତି।

ଡାକ୍ତରଙ୍କ କହିବାନୁସାରେ ମାସ୍କ ଯୋଗୁ ମଧ୍ୟ ବ୍ଲାକ ଫଙ୍ଗସ ବ୍ୟାପୁଛି। ଖାସ୍ କରି ଅଧୁଆ କିମ୍ବା ଓଦା ମାସ୍କ ପିନ୍ଧୁଥିବା ବ୍ୟକ୍ତିଙ୍କ ଠାରେ ବ୍ଲାକ ଫଙ୍ଗସ ସଂକ୍ରମଣ ଅଧିକ ପରିମାଣରେ ଦେଖିବାକୁ ମିଳୁଛି। ଏଣୁ ନିଜ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ।

ମାସ୍କ ଯଦି ଝାଳ ଯୋଗୁ ଓଦା ହୋଇଯାଉଛି ତେବେ ତାକୁ ତୁରନ୍ତ ଧୋଇକି ଖରାରେ ଶୁଖାନ୍ତୁ। ନଚେତ ଏହି ଓଦା ଯୋଗୁ ଫଙ୍ଗସ ସୃଷ୍ଟି ହେବେ। ଏଣୁ ମାସ୍କକୁ ପରିଷ୍କାର ରଖିବା ନିତାନ୍ତ ଜରୁରୀ। ସେହିଭଳି ସବୁବେଳେ ଶୁଖିଲା ମାସ୍କ ପିନ୍ଧିବା ଆବଶ୍ୟକ। ସପ୍ତାହକ ୭ଦିନ ପାଇଁ ୭ଟି ଅଲଗା ଅଲଗା ମାସ୍କ ରଖନ୍ତୁ। ପ୍ରତିଦିନ ମାସ୍କ ସଫା କରି ଶୁଖାନ୍ତୁ। ଏଭଳି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା କମ୍ ରହିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.