ଛାତି ଥରାଇଦେବ ଏ ଦୃଶ୍ୟ, ଦେଖନ୍ତୁ କେମିତି ପାଣିରେ ଖେଳଣା ଭଳି ଭାସୁଛି କାର

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ପ୍ରକୃତିର ତାଣ୍ଡପ ରୂପ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଆଜି ଆମେ ଆପଣଙ୍କୁ ଏକ ଏମିତି ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ କହିବେ ପ୍ରକୃତି କିଛି ବି କରିପାରେ। ଏ ଭିଡିଓ ଅଷ୍ଟ୍ରେଲିୟାର। ଏଠାରେ ମୂଷଳ ଧାରାରେ ବର୍ଷା ହେବା କାରଣରୁ ସ୍ଥିତି ଏକଦମ୍ ଗମ୍ଭୀର ହୋଇଗଲା। ଦେଶର ପୂର୍ବ ତଟରେ ସ୍ଥିତ ନ୍ୟୁ ସାଉଥ େଓ୍ଵଲସରେ ତ ସ୍ଥିତି ବେକାବୁ ହୋଇଗଲା। ଲୋକେ ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଗଲେ।

ତେବେ ଏହିସବୁ ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଦାନ୍ତ କାମୁଡିଦେବେ। ଭିଡିଓରେ ଗଭୀର ପାଣିରେ ଏକ କାର ଫସି ରହିଥିଲା। ବନ୍ୟାର ସ୍ରୋତ ଏତେ ଅଧିକ ଥିଲା ଯେ କାରଟି ଖେଳଣା କାର ଭଳି ପାଣିରେ ଭାସି ଭାସି ପଳାଗଲା। ଏହି ଭିଡିଓକୁ ଅଷ୍ଟ୍ରେଲିୟାର ପ୍ରଧାନମନ୍ତ୍ରୀ ଟ୍ଵିଟରରେ ସେୟାର କରିଛନ୍ତି।

ଏହି ଭିଡିଓକୁ ଦେଖି ଲୋକେ ଅନୁମାନ କରିପାରୁଥିବେ ଯେ ସେଠାକାର ବନ୍ୟା ପରିସ୍ଥିତି କେମିତି। ସେ ଯାହା ବି ହେଉ ଏହି କାରଟି ଯେପରି ଭାବେ ଭାସି ଭାସି ଯାଉଛି, ଆପଣ ଭାବିବେ ଗଲା ଲକ୍ଷାଧିକ ଟଙ୍କା ପାଣିରେ ଗଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Leave A Reply

Your email address will not be published.