ଅର୍ଥାଭାବ ଠାରୁ ଆରମ୍ଭ କରି ଚାକିରି ସମସ୍ୟା ହେବ ଛୁ ମନ୍ତର, ଜାଣନ୍ତୁ କେମିତି

ଆଜିର ସମାଜରେ ଟଙ୍କା ଓ କ୍ୟାରିଅର ପ୍ରତି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଅର୍ଥ ସମସ୍ୟା ପୁରଣ ପାଇଁ ସବୁ ପ୍ରକାର ଉପାୟ ଲୋକେ ଆପଣାଇଥାନ୍ତି । ଫଳରେ କ୍ୟାରିଅର ଆଗକୁ ବଢ଼ିପାରୁ ଓ କେବେ ଅର୍ଥର ଅଭାବ ନହେଉ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ଆପଣାଇ ଅର୍ଥ ଅଭାବ ହେଉ ବା ଚାକିରି ସମସ୍ୟା ହେଉ ଛୁ ମନ୍ତର ହୋଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ଉପାୟ ।

୧. ଯଦି ଆପଣଙ୍କୁ ଟଙ୍କାର ଅଭାବ ସାମନା କରିବାକୁ ପଡୁଛି, ତେବେ ନଡିଆରେ ସନ୍ଦୁର ଲଗାଇ ଏହାକୁ ନାଲି କପଡାରେ ବାନ୍ଧି ପୂଜା କରନ୍ତୁ । ପୁଣି ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ନଡିଆକୁ ତେଜୋରିରେ ରଖନ୍ତୁ । କୁହାଯାଏ ଏମିତି କରିବା ଦ୍ୱାରା କିଛି ଦିନରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୨. ବାସ୍ତୁ ଦୋଷ ଘରେ ରହିଲେ ଦ୍ୱାର ବନ୍ଧରେ ପ୍ରତିଦିନ ସକାଳେ ସିନ୍ଦୁର ଲଗାନ୍ତୁ । ମନାଯାଏ ଏମିତି କରିବା ଦ୍ୱାରା ନକରାତ୍ମକ ଶେଷ ହୋଇଥାଏ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁର ଲଗାଯାଇଥିବା ଗଣେଶଜୀଙ୍କ ଫଟୋ ଲଗାନ୍ତୁ ।

୩. କୌଣସି ପରୀକ୍ଷା କିମ୍ବା ଇଣ୍ଟରବ୍ୟୁରେ ସଫଳତା ପାଇବା ପାଇଁ ଚାହାଁନ୍ତି ତ ଗୁରୁ ପୁଷ୍ୟା ଯୋଗରେ କିମ୍ବା ଶୁକ୍ଳ ପକ୍ଷର ପୁଷ୍ୟା ଯୋଗରେ ଭଗବାନ ଗଣେଶ ମନ୍ଦିରରେ ସିନ୍ଦୁର ଦାନ କରିବା ଯୋଗୁ ସଫଳତା ମିଳିଥାଏ ।

୪. ସଂକଟରୁ ରକ୍ଷା ପାଇବା ପାଇଁ ଓ ଆସୁଥିବା ଅସୁବିଧାରୁ ରକ୍ଷା ପାଇବା ପାଇଁ ହନୁମାନଜୀଙ୍କୁ ୫ ମଙ୍ଗଳବାର ଓ ୫ ଶନିବାର ଚମେଲି ତେଲ ସହ ସିନ୍ଦୁର ଅର୍ପଣ କରନ୍ତୁ । ଗୁଡ ଓ ଚଣା ପ୍ରସାଦ ରୁପେ ଭୋଗ ଲଗାନ୍ତୁ । ଏହାକୁ ଗରୀବଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।

୫. ଗୋଟିଏ ପାନ ପତ୍ରରେ ଫିଟିକରି ଓ ସିନ୍ଦୁର ବାନ୍ଧିକରି ବୁଧବର ସକାଳେ ବା ସନ୍ଧ୍ୟାରେ ଓସ୍ତ ଗଛ ମୂଳେ ବଡ଼ ପଥର ତଳେ ଦବାଇ ରଖି ଚାଲି ଆସନ୍ତୁ । ପୁଣି ପଛକୁ ଚାହାଁନ୍ତୁ ନାହିଁ । ଏମିତି ୩ ବୁଧବାର କରିବା ଦ୍ୱାରା ଅର୍ଥ ଓ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.