ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ ହୋଇଥାଏ । ଆଉ ଏହା ଖରପା ହେବାର ପ୍ରମୁଖ କାରଣ ହେଲା ପ୍ଲାଷ୍ଟିକ ବ୍ୟାଗ ଭିତରେ ଥିବା ଜିନିଷକୁ ଜଲଦି ବ୍ୟାକ୍ଟେରିୟା ଆକ୍ରମଣ କରିଥାଏ ।

ପ୍ଲାଷ୍ଟିକ ବ୍ୟାଗରେ ଥିବା ବିସଫିନାଲ-ଏ ଓ ଫିଥେଲିଟସ କେମିକାଲ ପରିବା ଓ ଫଳକୁ ଖରାପ କରି ଏଥିରେ ଜୀବାଣୁ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଏହି ଦୁଇ କେମିକାଲ ଆମ ସ୍ୱାସ୍ଥ୍ୟ ଉପରେ ଏତେ ପ୍ରଭାବ ପକେଇଥାଏ ଯେ ଶରୀରର ଟିସୁକୁ ନଷ୍ଟ କରିଦେଇଥାଏ । ଏହାଦ୍ୱାରା ଜିନିଷ ନଷ୍ଟ ଓ ହର୍ମୋନାଲ ପରିବର୍ତ୍ତନ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଏହା ପ୍ରମୁଖ କାରଣ ପ୍ଲାଷ୍ଟିକ, ପଲିଥିନ୍‌ ବ୍ୟାଗରେ ଫଳ, ପନିପରିବା ଓ ଅନ୍ୟ ଖାଇବା ବସ୍ତୁ ରଖିଲେ ଏହା ଆମ ଶରୀର ପାଇଁ କ୍ଷତି କାରକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.