ଗାଈ ଠାରୁ ଖୁବ ମଜାର ସହ ଦୁଧ ପିଉଛି ବିଲେଇ, ଖୁବ ଦ୍ରୁତ ବେଗରେ ଭାଇରଲ ହେଉଛି ଭିଡିଓ

ବିଲେଇ ମାନଙ୍କ ଅନ୍ଦାଜ ଖୁବ ଆକର୍ଷଣୀୟ ହୋଇଥାଏ | ସେମାନଙ୍କ ଛୋଟ ଛୋଟ ହରକତ ବି ମନରେ ଖୁବ ଆନନ୍ଦ ଦେଇଥାଏ | ଖାଲି ସେତିକି ନୁହେଁ ବିଭିନ୍ନ ସୋସିଆଲ ମିଡିଆରେ ବି ଖୁବ ଛାୟୀ ଯାଇଛନ୍ତି ବିଲେଇମାନେ | ଇଣ୍ଟରନେଟ ଖୋଲିବେ ଆଉ ଆପଣଙ୍କୁ ବିଲେଇ ମାନଙ୍କର କୌଣସି ଫଟୋ, ଭିଡିଓ କିମ୍ବା ପୋଷ୍ଟ ମିଳିବ ନାହିଁ ଏମିତି ତ ଅସମ୍ଭବ | ଆଉ ଏବେ ବିଲେଇ କ୍ଷୀର ପିଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | କାହିଁକି ନା… ଯେଉଁ ମଜାର ସହ ବିଲେଈଟି କ୍ଷୀର ପିଉଛି ତାହାର କଳ୍ପନା କରିବା ବି ଆମ ପକ୍ଷରେ ହୁଏତ ସମ୍ଭବ ନୁହେଁ | ତେବେ ପ୍ରଥମେ ଏହି ଭିଡିଓ ଟିକୁ ଦେଖିଦିଅନ୍ତୁ ତା ପରେ ଧ୍ୟନ୍ୟବାଦ ଦେବେ |

ଟ୍ୱିଟରରେ ଯେବେ ଆଇଏଏସ ଅଧିକାରୀ ଏହାକୁ ସେୟାର କରିବା କ୍ଷଣି ଭିଡିଓଟି ଖୁବ ଦ୍ରୁତ ଗତିରେ ଭାଇରଲ ହୋଇଥିଲା | ଫଟୋଟି ଆପଣ ଦେଖିଲେ ଜାଣିପାରିବେ ବିଲେଈଟି ଛିଡା ହୋଇ ମଜାର ସହ ଗାଈଠାରୁ କ୍ଷୀର ପିଇବାରେ ଲାଗିଛି | ଗାଈର ପନ୍ନାରୁ ଧାର ଧାର କ୍ଷୀର ବୋହୁଛି ଯାହାକୁ ମଜାର ସହ ବିଲେଇ ପିଇବାରେ ଲାଗିଛି | କିନ୍ତୁ ଭିଡିଓଟି କେବେର ଓ କେଉଁଠିକାର ସେ ବିଷୟରେ ଜଣାପଡ଼ିନାହିଁ | କିନ୍ତୁ ବିଲେଇଟିର ଏହି ହରକତର ଫ୍ୟାନ ହୋଇଯାଇଛନ୍ତି ଫ୍ୟାନ ମାନେ |

ଏହି କ୍ଲିପଟିକୁ ଆଇଏଏସ ଅଫିସର ଅବନିଶ ଶରଣ ଟ୍ୱିଟରରେ ମେ ୨ ତାରିଖ ଦିନ ସେୟାର କରାଯାଇଛି | ସେ ହାର୍ଟ ସେପ ଇମୋଜୀ ସହିତ କ୍ୟାପ୍ସନ ଲେଖିଛନ୍ତିକି – ସମସ୍ତଙ୍କ ଇଶାରାକୁ ବୁଝିବା ଆବଶ୍ୟକ | ଏବେ ଯାଏଁ ଟ୍ୱିଟକୁ ୨୯ ହଜାର ଲାଇକନ୍ସ ମିଳିବା ସହ ଭିଡିଓକୁ ୧.୪ ମିଲିୟନ ଭିୟୁଜ ମିଳିସାରିଲାଣି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.