ଆଇପ୍ୟାଡ୍‌ରେ ବେଶ୍‌ ମଜାରେ ଗେମ୍‌ ଖେଳୁଛି ବିଲେଇ, ଟିକେ ଘୁଞ୍ଚିଗଲେ ପୁଣି ଟାଣି ଆଣୁଛି ପାଖକୁ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ ଜୀବଜନ୍ତୁଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଆମକୁ କେତେକ କଥା ଶିକ୍ଷା ଦିଏ ତ ଆଉ କିଛି ମଜାଳିଆ ହୋଇଥାଏ, ଯାହା ହସର ଖୋରାକ୍‌ ଯୋଗାଏ। ଏବେ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ଜୀବଜନ୍ତୁଙ୍କ ନାଁରେ ହିଁ ଆଇଡି ଖୋଲି ମାଲିକମାନେ ଫଟୋ ଓ ଭିଡିଓ ସେୟାର କରୁଥିବା ଦେଖାଯାଇଛି। ଏସବୁ ଭିଡିଓରେ ମିଲିୟନ୍‌ ମିଲିୟନ୍‌ ଭ୍ୟୁ ବି ମିଳୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ବିଲେଇର ଭିଡିଓ ଭାଇରାଲ ହେଉଛି, ଯିଏ ଆଇପ୍ୟାଡ୍‌ରେ ଗେମ୍‌ ଖେଳୁଥିବା ଦେଖାଯାଇଛି।

ବିଲେଇଟି ଆଇପ୍ୟାଡ୍‌ରେ ବେଶ୍‌ ମଜାରେ ଗେମ୍‌ ଖେଳୁଛି। ଆଇପ୍ୟାଡ୍‌ରେ ଏକ ଗେମ୍‌ ଚାଲିଛି। ଏଥିରେ କିଛି ବଲ୍‌ ଭଳି ଜିନିଷ ଚାଲୁଥିବା ଦେଖାଯାଇଛି, ଯାହାକୁ ବିଲେଇଟି ହାତ ମାରି ଫଟାଉଛି। ଗୋଟିଏ ବଲ୍‌ ଫାଟିବା ପରେ ପୁଣି ଆଉ ଏକ ବଲ୍‌ ଆସୁଛି। ବିଲେଇଟି ତାକୁ ବି ମଜା ନେଇ ନେଇ ଗୋଡ଼ରେ ମାରି ଫଟାଉଛି। ଗେମ୍‌ ଖେଳିବା ବେଳେ ମଝିରେ ମଝିରେ ସେ ଟିକେ ବସି ଯାଉଛି ଓ ଗେମ୍‌କୁ ଲକ୍ଷ୍ୟ କରୁଛି। ପରେ ପୁଣି ଗେମ୍‌ ଖେଳିବାରେ ମାତି ଯାଉଛି ଏହି କୁନି ବିଲେଇ।

ଦେଖନ୍ତୁ ଭିଡିଓ:

Video Credit: Reedit

ଭିଡିଓରେ ଦେଖାଯାଇଛି ଯେ ଏକ ଆଇପ୍ୟାଡ୍‌ ସାମ୍ନାରେ ଛୋଟ ବିଲେଇଟି ବସିଛି। ସ୍କ୍ରିନ୍‌କୁ ଯେତେବେଳେ ବଲ୍‌ ଭଳି ଏକ ବସ୍ତୁ ଆସୁଛି, ବିଲେଇଟି ସେଥିରେ ଗୋଡ଼ ମାରୁଛି ଓ ତାହା ଫାଟି ଯାଉଛି। ଯାହା ଦେଖି ବିଲେଇ ଆହୁରି ଉତ୍ସାହିତ ହୋଇପଡ଼ୁଛି। ସେ ପୁଣିଥରେ ଆଇପ୍ୟାଡ୍‌ରେ ଗୋଡ଼ ମାରି ଆଉ ଏକ ବଲ୍‌କୁ ଫଟାଉଛି। ଏ ଗେମ୍‌ଟି ତାକୁ ଏତେ ପସନ୍ଦ ଆସୁଛି ଯେ ସେ ବାରମ୍ବାର ଖେଳୁଛି। ମଝିରେ ମଝିରେ ଟାବ୍‌ଲେଟ୍‌ଟି ପଛକୁ ଘୁଞ୍ଚିଯାଉଥିବାରୁ ବିଲେଇ ଗୋଡ଼ରେ ତାକୁ ବି ଟିକେ ପାଖକୁ ନେଇ ଆସୁଛି। ବିଲେଇଟି ଯେଉଁ ଭଳି ଭାବେ ଟାବ୍‌ଲେଟ୍‌ ସେଟ୍‌ କରି ଗେମ୍‌ ଖେଳୁଛି, ଲାଗୁଛି ଯେମିତି ସେ ଟାବ୍‌ଲେଟ୍‌ ବିଷୟରେ ସବୁ ଜାଣିଛି।

ଏହି ଭିଡିଓଟି ପ୍ରକୃତରେ ଟିକ୍‌ଟକ୍‌ର ଏକ ଭିଡିଓ, ଯାହାକୁ ପରେ ରେଡିଟ୍‌ରେ ସେୟାର କରାଯାଇଛି। ଭିଡିଓଟିକୁ ୨ ଦିନ ତଳେ ପୋଷ୍ଟ କରାଯାଇଛି। ସେୟାର କରାଯିବା ପରେ ଦେଖୁ ଦେଖୁ ଭିଡିଓଟି ଭାଇରାଲ ହୋଇଛି। ଇତି ମଧ୍ୟରେ ଭିଡିଓରେ ୬୫ ହଜାରରୁ ଅଧିକ ଅପ୍‌ଭୋଟ୍‌ ମିଳିସାରିଲାଣି। ଏଥିରେ ଲୋକମାନେ ବିଭିନ୍ନ ମଜାଳିଆ କମେଣ୍ଟ କରୁଥିବା ଦେଖାଯାଇଛି।

Also Read: ଫିନାଲେ ପୂର୍ବରୁ କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’ ‘ଲକ୍‌ଅପ୍‌’ ଉପରେ ରୋକ୍‌ ଲଗାଇଲେ କୋର୍ଟ, ଆଉ ହେବନି ପ୍ରସାରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.