ସୋସିଆଲ ମିଡିଆରେ ଯେଉଁଠି ଲୋକମାନେ ଖୋଲାଖୋଲି ଭାବରେ ଜଣେ ଜଣଙ୍କ ପ୍ରତି ବିରୋଧ ପ୍ରକାଶ କରୁଛନ୍ତି ସେହିଭଳି ଆବଶ୍ୟକ ବେଳେ ମଧ୍ୟ ଖୋଲାଖୋଲି ଭାବରେ ସାହାଯ୍ୟ କରୁଛନ୍ତି। ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆମେରିକାର ମିନୋସୋଟାର ଅଟେ। ଏଠାରେ ଲୋକମାନେ ସୋସିଆଲ ମିଡିଆରେ ଗୋଟେ ବିଲେଇର ଚିକିତ୍ସା ପାଇଁ ସାହାଯ୍ୟ କରୁଛନ୍ତି।
ଫେଲିକ୍ସ ନାମକ ଏକ ବିଲେଇ ୱାସିଂ ମେସିନରେ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଫସି ରହିଥିଲା। ଫଳରେ ତାର ଅବସ୍ଥା ଗମ୍ଭୀର ହୋଇଗଲା। ଯେତେବେଳେ ବିଲେଇଟି ୱାସିଂ ମେସିନରେ ଯାଇ ବସି ଯାଇଥିଲା ତେବେ ତାର ମାଲିକ ଏହି ବିଷୟରେ ବିଲକୁଲ ଜାଣିନଥିଲେ ଏବଂ ସେ ୱାସିଂ ମେସିନ୍ ଚାଲୁ କରିଦେଲେ। ୱାସିଂ ମେସିନକୁ ଏକ୍ସପ୍ରେସ ମୋଡରେ ଲଗାଇ ସେ ବାହାରକୁ ଚାଲିଗଲେ। ଯେତେବେଳେ ସେ ଘରକୁ ଆସି ଦେଖିଲେ ତେବେ ତାଙ୍କର ପ୍ରିୟର ବିଲେଇକୁ ୱାସିଂ ମେସିନ ଭିତରେ ଦେଖିଲେ।
ଫେଲିକ୍ସ କୌଣସି ପ୍ରକାରେ ନିଜକୁ ୱାସିଂ ମେସିନ୍ ଭିତରେ ବଞ୍ଚି ରହିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହା ସତ୍ତ୍ବେ ମଧ୍ୟ ତାର ଅବସ୍ଥା ଗମ୍ଭୀର ହୋଇଯାଇଥିଲା। ଏହାପରେ ମାଲିକାଣୀ ଷ୍ଟେଫନୀ ତୁରନ୍ତ ମିନେସୋଟାର ପଶୁ ଏମରଜେନ୍ସୀ ସେଣ୍ଟରକୁ ନେଇ ଯାଇଥିଲେ।
ମାଲିକାଣୀଙ୍କ ଝିଅ ଆଶା ବିଲେଇର ମେଡିକାଲ ଖର୍ଚ୍ଚ ଉଠାଇବା ପାଇଁ ଗୋ ଫଣ୍ଡ ମି ପେଜରେ ଏହି ଘଟଣାକୁ ସେୟାର କରି ସାହାଯ୍ୟର ଗୁହାରୀ ମାଗିଥିଲେ। ଯାହାପରେ ଦୁନିଆସାରା ଲୋକ ସାହାଯ୍ୟ କରୁଛନ୍ତି। ଆଶା ଏହି ଘଟଣାକୁ ସେୟାର କରି କହିଛି ଯେ ବିଲେଇର ଏପରି ଅବସ୍ଥାରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ବିଲେଇ ଫେଲିକ୍ସ ପାଇଁ ୯୮୦୦ ଡଲାର ସାହାଯ୍ୟ ମିଳିଛି। ଅବଶ୍ୟ ଚିକିତ୍ସାର ଲକ୍ଷ ରହିଛି ୧୦ ହଜାର ଡଲାର।
ବିଲେଇଟି ବର୍ତ୍ତମାନ ମେଡିକାଲରେ ଅକ୍ସିଜେନ୍ ସପୋର୍ଟରେ ବଞ୍ଚି ରହିଛି। ସେ ଦ୍ରୁଷ୍ଟି ଶକ୍ତି ହରାଇ ବସିଛି। ଫୁସଫୁସରେ ପାଣି ଜମି ଯିବା କାଣରରୁ ମଧ୍ୟ ତାକୁ ନିମୋନିୟା ହୋଇଯାଇଛି।