ଅଫିସରେ କାମ କରୁଛନ୍ତି ବିଲେଇ, ଜାଣନ୍ତୁ କେଉଁ ସ୍ଥାନରେ ହେଉଛି ଏପରି

ସାରା ବିଶ୍ୱରେ ଲୋକମାନେ ନିଜ ଘରେ ପଶୁ ରଖୁଛନ୍ତି । ଭାରତ ସମେତ ଦୁନିଆର ଅନେକ ଦେଶରେ ଲୋକମାନେ କୁକୁର ଏବଂ ବିଲେଇ ପରି ପଶୁମାନଙ୍କୁ ନିଜ ଘରର ସଦସ୍ୟ ଭାବରେ ରଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କମ୍ପାନୀ ବିଲେଇମାନଙ୍କୁ ମ୍ୟାନେଜର ପୋଷ୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୋଷ୍ଟରେ ରଖୁଛନ୍ତି । କେବଳ ଏତିକି ନୁହେଁ ଅଫିସରେ ବିଲେଇମାନଙ୍କ ପାଇଁ ଅଲଗା ବାଥରୁମ୍ ଏବଂ କ୍ୟାବିନ୍ ମଧ୍ୟ ଅଛି ।

ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ଏମିତି କିଛି ଅଫିସ ଅଛି ଯେଉଁଠାରେ ବିଲେଇମାନଙ୍କୁ ରଖାଯାଉଛି । ଯାହା କର୍ମଚାରୀଙ୍କ ଚାପକୁ ହ୍ରାସ କରିଥାଏ । ଏହା କେବଳ ବିଦେଶରେ ପ୍ରଚଳିତ ନୁହେଁ ବରଂ ଭାରତରେ ମଧ୍ୟ ଆରମ୍ଭ ହେବାକୁ ଲାଗିଲାଣି । ତେବେ ଜାପାନର ଏକ କମ୍ପାନୀ ୧୦ ଟି ବିଲେଇଙ୍କୁ ନିୟୋଜିତ କରିଛି । ଏହି ସମସ୍ତ ବିଲେଇମାନେ ‘ଚେୟାର କ୍ୟାଟ୍’ ଠାରୁ ‘ମ୍ୟାନେଜର’ ପର୍ଯ୍ୟନ୍ତ ପୋଷ୍ଟଗୁଡିକ ସମ୍ଭାଳୁଛନ୍ତି ।

Qnote ନାମକ ଏହି କମ୍ପାନୀ ୨୦୦୪ରେ ସୁଶି ରେଷ୍ଟୁରାଣ୍ଟରୁ ଏକ ବିଲେଇକୁ ଆଡପ୍ଟ କରିଥିଲା, ଯାହାର ନାମ ଫୁଟାବା । ବର୍ତ୍ତମାନ ଏହି କମ୍ପାନୀରେ ୩୨ ଜଣ ଲୋକ ଏବଂ ୧୦ଟି ବିଲେଇ କାମ କରୁଛନ୍ତି । କେବଳ ଏତିକି ନୁହେଁ, କମ୍ପାନୀ ଏହାର ବିଲେଇ କର୍ମଚାରୀଙ୍କୁ ରଖିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ କରିଛି ।

କମ୍ପାନୀର ମାଲିକଙ୍କ ତୁଳନାରେ ଏହି ବିଲେଇର ଉପସ୍ଥିତି ଅଧିକ । Qnote କମ୍ପାନୀ ସମସ୍ତ ବିଲେଇମାନଙ୍କୁ ବିଭିନ୍ନ ପୋଷ୍ଟ ଦେଇଛି । ଏଥିରେ ଚେୟାର କ୍ୟାଟ୍, ମ୍ୟାନେଜର, ଅଡିଟର ଏବଂ ମୁଖ୍ୟ କିରାଣୀ ପରି ଅନେକ ପୋଷ୍ଟ ସାମିଲ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫୁଟବା ବିଲେଇ Qnote ରେ ଏକ ଚେୟାର କ୍ୟାଟ୍‌ ଭାବରେ କାମ କରେ, ଯାହାର ସ୍ଥିତି ଏହି କମ୍ପାନୀର ମାଲିକଙ୍କ ତୁଳନାରେ ଅଧିକ । ଏମାନଙ୍କ ବ୍ୟତୀତ ଏଠାରେ ଏକ ବିଲେଇ ସଡକ ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା । ଯାହାକୁ କମ୍ପାନୀରେ ମଧ୍ୟ ରଖାଯାଇଛି।

କମ୍ପାନୀ କାର୍ଯ୍ୟାଳୟରେ ବିଲେଇମାନଙ୍କ ପାଇଁ ୧୨ ଟି ଶୌଚାଳୟ ତିଆରି କରାଯାଇଛି । ୨୦୨୨ ସୁଦ୍ଧା କମ୍ପାନୀରେ ୧୧ ଟି ବିଲେଇ ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ୧୦ ଟି ବିଲେଇଙ୍କ ମଧ୍ୟରୁ ୮ ଟି ଅଫିସରେ ଏବଂ ୨ଟି ବିଲେଇ ଜଣେ କର୍ମଚାରୀଙ୍କ ଘରେ ରହୁଛନ୍ତି । ୨୦୨୦ରେ ଜାଗା ଅଭାବ ହେତୁ କମ୍ପାନୀ ଏହାର କାର୍ଯ୍ୟାଳୟ ବଦଳାଇଥିଲା । ଏହି ନୂଆ କାର୍ଯ୍ୟାଳୟରେ ବିଲେଇମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ କରାଯାଇଛି । କମ୍ପାନୀ ବିଲେଇମାନଙ୍କ ପାଇଁ ଦ୍ୱିତୀୟ ଏବଂ ତୃତୀୟ ମହଲାକୁ ନବୀକରଣ କରିଛି। ଏଠାରେ ବିଲେଇମାନଙ୍କ ପାଇଁ ୧୨ ଟି ଶୌଚାଳୟ ଏବଂ ଆଲମାରୀ ତିଆରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like