ବିଲେଇମାନେ କଲେ ଏମିତି କାତିଲ୍‌ ଡ୍ୟାନ୍ସ ଯେ ଗୋଟିଏ ଗୋଟିଏ ଡ୍ୟାନ୍ସ ମୁଭ୍ସ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବେଳେ ବେଳେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଆମକୁ ଖୁବ୍‌ ହସାଇଥାଏ ତ ଆଉ କିଛି ଭିଡିଓ ଆମକୁ ଅନେକ ଶିକ୍ଷଣୀୟ ବିଷୟ ଶିଖାଇଥାଏ। ଏବେ ପୁଣି ବିଲେଇମାନଙ୍କର ଏକ ଡ୍ୟାନ୍ସ ଭିଡିଓ ଇଣ୍ଟରନେଟ୍‌ରେ ବୋବାଲ୍‌ କରୁଛି। ଡ୍ୟାନ୍ସ ବି ଏମିତି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓକୁ ଲୋକେ ବହୁତ ମାତ୍ରାରେ ଶେୟାର ବି କରୁଛନ୍ତି। ବିଲେଇମାନଙ୍କର ଭିଡିଓ ଦେଖିଲେ ଲାଗୁଛି, ସତେ ଯେମିତି କେହି ସେମାନଙ୍କୁ ପ୍ରଫେଶନାଲ୍‌ ଟ୍ରେନିଂ ଦେଇଛି। ଭିଡିଓଟି ସୋସିଆଲ ମିଡିଆ ୟୁଜରମାନଙ୍କୁ ଖୁବ୍‌ ପସନ୍ଦ ଆସୁଛି।

ମଜାଦାର କଥା ହେଉଛି, ବିଲେଇମାନେ ନା କେବଳ ଡ୍ୟାନ୍ସ କରୁଛନ୍ତି, ବରଂ ଗୀତର ପ୍ରତ୍ୟେକ ବିଟ୍‌କୁ କ୍ୟାଚ୍‌ ମଧ୍ୟ କରୁଛନ୍ତି, ଯେପରି ପ୍ରଫେଶନାଲ ଡ୍ୟାନ୍ସର କରିଥାଆନ୍ତି। ୧୩ ସେକେଣ୍ଡର ଏହି ଭିଡିଓକୁ Nature & Animals ନିଜ ଟ୍ଵିଟର ଆକାଉଣ୍ଟରୁ ଶେୟାର କରିଛି।

ଭିଡିଓଟିକୁ ଲୋକେ ଏତେ ପସନ୍ଦ କରୁଛନ୍ତି ଯେ ଏ ପର୍ଯ୍ୟନ୍ତ ଏହାକୁ ୪୪ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଲୋକେ କେବଳ ଏହାକୁ ଶେୟାର କରୁନାହାନ୍ତି, ବରଂ ମଜାଦାର କମେଣ୍ଟସ୍‌ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.