ବିଗିଡିଯାଇଥିବା କାମକୁ ସଜାଡି ଦେଇ ସଫଳତା ଆଡକୁ ନେଇଥାଏ ଲହସୁନିଆ ରତ୍ନ, ଜାଣନ୍ତୁ ଧାରଣ କରବାର ବିଧି

ରତ୍ନ ଶାସ୍ତ୍ରରେ ବହୁତ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି | କୁଣ୍ଡଳୀରେ କମଜୋର ଗ୍ରହ କିମ୍ବା କୌଣସି ଗ୍ରହସ୍ଥିତିର ପ୍ରଭାବ ଆମର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡିଥାଏ | ଏହି ପ୍ରଭାବକୁ କମ କରିବା ପାଇଁ ଏବଂ ଶୁଭ ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ | ଆଜି ଆମେ ଏମିତି କିଛି ରତ୍ନ ବିଷୟରେ ଜାଣିବା ଯାହା ଆପଣଙ୍କୁ ଧାରଣ କରିବା କ୍ଷଣି ମାଲାମାଲ କରିଦେଇପାରେ | ତେବେ କିଛି ବି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ ।

ଲହସୁନିଆ ରତ୍ନ ଧାରଣ କରିବାର ଫାଇଦା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ କେତୁ ଗ୍ରହ ଅଶୁଭ ପ୍ରଭାବରେ ଥାଏ, ତେବେ ଲହସୁନିଆ ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ । ମାନ୍ୟତା ରହିଛି ଯେ ଲହସୁନିଆ ରତ୍ନ କେତୁଙ୍କ ଖରାପ ପ୍ରଭାବକୁ ନଷ୍ଟ କରିଥାଏ । ଫଳରେ ବ୍ୟକ୍ତିର କଠିନ ପରିସ୍ଥିତିକୁ ଦୂର କରି ଜୀବନରେ ସୁଖ ବୃଦ୍ଧି କରିଥାଏ ।

ଲହସୁନିଆ ରତ୍ନ ଧାରଣ କରିବା ଯୋଗୁ ବ୍ୟକ୍ତିର ଆଧ୍ୟତ୍ମିକ ଓ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏଥିସହ ଏହା ସ୍ମରଣ ଶକ୍ତି ବଢ଼ାଇଥାଏ । ଏହି ରତ୍ନକୁ ପିନ୍ଧିବା ଦ୍ୱାରା ବେପାରରେ ଆସୁଥିବା ବାଧା ଓ ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିପାରେ ।

ଲହସୁନିଆ ରତ୍ନ କେଉଁ ରାଶିର ବ୍ୟକ୍ତିଙ୍କୁ ପିନ୍ଧିବା ଦରକାର :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃଷ,ମିଥୁନ, ତୁଳା,ମକର ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ଲହସୁନିଆ ରତ୍ନ ଧାରଣ କରିବା ଶୁଭ ମନାଯାଇଥାଏ ।

କେମିତି ଧାରଣ କରିବେ ଲହସୁନିଆ ରତ୍ନ :

ରତ୍ନ ଶାସ୍ତ୍ର ଅନୁଯାୟୀ ଲହସୁନିଆ ରତ୍ନକୁ କୁଣ୍ଡଳୀରେ କେତୁଙ୍କ ଅଶୁଭ ସ୍ଥିତି ଯୋଗୁ ଧାରଣ କରାଯାଇପାରେ । ମନାଯାଏ ଏହି ରତ୍ନର ଶୁଭ ପରିଣାମ ପାଇବା ପାଇଁ ଏହାର ଠିକ ଓଜନ ଅନୁସାରେ ଲହସୁନିଆ ରତ୍ନ ଧାରଣ କରିବା ପୂର୍ବରୁ ‘ଓଁ କେତବେ ନମଃ’ ମନ୍ତ୍ରକୁ ୧୦୮ ଥର ଜପିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.