ଡିମ୍ପଲ ହେବାର କାରଣ କଣ ଓ ଏହା କେତେବେଳେ ହୋଇଥାଏ ?

ଡିମ୍ପଲ, ଏହା ମଣିଷର ସୈନ୍ଦର୍ଯ୍ୟକୁ ବଢାଇଥାଏ । କିନ୍ତୁ ଏହା କାହିଁକି ହୋଇଥାଏ ଏବଂ କିଛି ଲୋକଙ୍କ ମଧ୍ୟରେ କାହିଁକି ଥାଏ । ଜାଣନ୍ତି କି ? ସେଲିବ୍ରେଟିଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ବି ଏହି ଡିମ୍ପଲକୁ ନେଇ କାଫି କ୍ରେଜ ରହିଛି । ଏମିତିକି କେତେକ କ୍ଷେତ୍ରରେ ଦେଖାଯାଇଛି ସର୍ଜରୀ ଦ୍ୱାରା ବି ଗାଲରେ ଡିମ୍ପଲ କରିବାର ଚେଷ୍ଟା କରାଯାଉଛି ।

ଏକ ରିପୋର୍ଟ ହିସାବରେ ମଣିଷର ଦୁଇଟି ଗାଲ ଉପରେ ଡିମପଲ ପଡିଥାଏ । କିନ୍ତୁ କିଛି ମାମଲାରେ ଏହା ଗୋଟିଏ ଗାଲରେ ବି ପଡିପାରେ । ଡିମ୍ପଲର କାରଣ ହେଉଛି ମୁହଁ ଉପରେ ଥିବା ମାଂସପେଶୀ । ସାଧା କଥାରେ ମୁହଁରେ କେତେକ ପ୍ରକାର ମାଂସପେଶୀ ରହିଛି । ଏଥିରେ ପ୍ରମୁଖ ହେଉଛି ଜାୟଗୋମେଟିକସ । ମଣିଷ ମୁହଁରେ ଦେଖାଯାଉଥିବା ଏହି ଡିମ୍ପଲ ପାଇଁ ଏହି ମାଂସପେଶୀ ଦାୟୀ ଅଟେ ।

ସାଧାରଣତ ଏହି ମାଂସପେଶୀ ଗାଲର ହାଡରୁ ଆରମ୍ଭ ହୋଇଥାଏ । ଡିମ୍ପଲ ପଡୁଥିବା ମୁହଁ ଉପରେ ମାଂସପେଶୀ ଦୁଇ ଅଲଗା ଅଲଗା ଭାଗରେ ବାଣ୍ଟି ହୋଇଯାଏ । ଗୋଟିଏ ଭାଗ ମୁହଁରେ ଏକ କୋଣରେ କନେକ୍ଟ ହୋଇଥାଏ । ଏବଂ ଦ୍ୱିତୀୟ ମୁହଁର ଦ୍ୱିତୀୟ ଭାଗରେ । ମଣିଷ ଯେବେ ହସିଥାଏ ତେବେ ଏହି ମାସଂପେଶୀ ଟାଣିହେବା ଫଳରେ ଡିମ୍ପଲ ହୋଇଥାଏ ।

ମୁହଁରେ ଡିମ୍ପଲ ସେତେବେଳେ ବିକଶିତ ହୋଇଯାଏ ଯେବେ ମାଆ ପେଟ ଭିତରେ ପିଲାଟି ଯେବେ ବଢୁଥାଏ । ଯଦିଓ ଏହା ଦ୍ୱାରା ମଣିଷ ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିନଥାଏ । ତେଣୁ ଏହାର ଟ୍ରେଣ୍ଡ ବଢିଥାଏ । ଏହାକୁ ନେଇ ଆଜିକାଲି କୁହାଯାଉଛି ଡିମ୍ପଲ କାଳେ ସୁନ୍ଦରତାରେ ଚାରଚାନ୍ଦ ଲଗାଇଦିଏ ।

ବିଜ୍ଞାନ କହେ ଏହା ଜେନେଟିକ ଡିଫେକ୍ଟ । ପିଢୀ ପରେ ପିଢୀ ଉପରେ ଏହା ଦେଖିବାକୁ ବି ମିଳିପାରେ । କିନ୍ତୁ ଏହା ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଅଧିକ ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.