୬ ବର୍ଷ ପୂର୍ବେ ଏମିତି ହିଁ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ସିଡିଏସ୍ ବିପିନ ରାୱତ

ବାୟୁସେନା ପକ୍ଷରୁ ସ୍ପଷ୍ଟ ହେଲା ସିଡିଏସ ବିପିନ ରାୱତ ଆଉନାହାନ୍ତି । ବୁଧବାର ତାମିଲନାଡ଼ୁର କୂଂନୂର ଠାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ବିପିନଙ୍କ ସମେତ ତାଙ୍କ ପତ୍ନୀଙ୍କର ବି ଦୁର୍ଘଟଣାରେ ନିଧନ ହୋଇଛି । ବିପିନଙ୍କ ଜୀବନରେ ଏମିତି ଦୁର୍ଘଟଣା ପ୍ରଥମ ନୁହେଁ । ୬ବର୍ଷ ପୂର୍ବେ ମଧ୍ୟ ବିପିନ ଏମିତି ହିଁ ଏକ ହେଲିକପ୍ଟର ଦୁର୍ଘଟଣାର ସାମ୍ନା କରିଥିଲେ । କିନ୍ତୁ ସେସମୟରେ ଅଳ୍ପକେ ରକ୍ଷାପାଇଯାଇଥିଲା ତାଙ୍କ ଜୀବନ । ଆଜି ବିଧିର ବିଧାନ ବୋଧ ହୁଏ କିଛିଟା ଭିନ୍ନ ଥିଲା । ସମୟ ସାମ୍ନାରେ ହାରିଯାଇଛନ୍ତି ବିପିନ । ଦେଶସେବାରେ ଅନେକ ଘାତପ୍ରତିଘାତକୁ ଟାଳିଥିବା ସାହସୀ ବିପିନ ଆଜି ମୃତ୍ୟୁ କୁ କିନ୍ତୁ ମାତ ଦେଇପାରିନାହାନ୍ତି । ପତ୍ନୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ଆସନ୍ତୁ ଜାଣିବା କର୍ତ୍ତାବୟନିଷ୍ଠ, କର୍ମତତ୍ପର, ସାହସୀ ସେନାମୁଖିଆଙ୍କ ସଂଘର୍ଷ ମୟ ଜୀବନି ବିଷୟରେ । ବିପିନଙ୍କ ଜନ୍ମ ଉତ୍ତରାଖଣ୍ଡ ରାଜ୍ୟର ପାଉରୀ ସହରରେ ହୋଇଥିଲା । ସେ ଏକ ହିନ୍ଦୁ ଗରୱାଲି ରାଜପୁତ ଫ୍ୟାମିଲିରେ ଜନ୍ମ ନେଇଥିବା ବେଳେ ତାଙ୍କ ପରିବାରର ଅନେକ ସଦସ୍ୟ ପିଢ଼ି ପରେ ପିଢି ଆର୍ମିରେ ଯୋଗଦେଇ ଦେଶସେବା କରିଆସିଛନ୍ତି । ତାଙ୍କ ପିତା ଲଖ୍ମ୍ନଣ ସିଂହ ରାୱତ ଜଣେ ଲେଫନାଣ୍ଟ ଜେନେରାଲ ଭାବରେ ଭାରତୀୟ ସେନାରେ ଦାୟିତ୍ୱ ତୁଲାଇଛନ୍ତି । ଯେବେକି ତାଙ୍କ ମା’ ଉତ୍ତରକାଶୀର ପୂର୍ବ ଏମଏଲଏ କିଷାନ ସିଂହ ପାରମାରଙ୍କର ଝିଅ ଥିଲେ ।

bipin
image credit: sakhsi.com

ବିପିନଙ୍କ ଶିକ୍ଷାଗ୍ରହଣ ବି ଖୁବ ଲମ୍ବା ଥିଲା । ଶ୍ରୀ ରାୱତ ସିମଲା ସ୍ଥିତ ଡ଼େହରଡ଼ୁନସ୍ଥିତ କ୍ୟାମ୍ବ୍ରିଆନ ହିଲ ସ୍କୁଲ ଓ ସେଣ୍ଟ ଏଡ଼ୱାର୍ଡ଼ ବିଦ୍ୟାଳୟରୁ ନିଜ ସ୍କୁଲ ଶିକ୍ଷା ଶେଷ କରିଥିଲେ । ଆଉ ଏହା ପରେ ଖଡକୱସଲା ସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ଡେହରାଡୁନର ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ । ଯେଉଁଠି ତାଙ୍କୁ “ସୋର୍ଡ଼ ଅଫ ହନର”ରେ ସମ୍ମାନିତ କରାଯାଇଥିଲା । ଏହା ପରେ ୱେଲିଙ୍ଗଟନର ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜ, ୟୁନାଇଟେଡ଼ ଷ୍ଟେଟ ଆର୍ମି କମାଣ୍ଡରୁ ହାଇଅର କମାଣ୍ଡ କୋର୍ସ ଶେଷ କରିବା ସହ କାନସସ ସ୍ଥିତ ସଜେନେରାଲ ଷ୍ଟାଫ କଲେଜରୁ ଶିକ୍ଷା ଶେଷ କରିଛନ୍ତି । ଡିଫେନ୍ସ ଷ୍ଟଡ଼ିଜରେ ଏମଫିଲ ଡିଗ୍ରୀ ହାସଲ କରିବା ସହିତ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଷ୍ଟଡ଼ିଜରେ ଡିପ୍ଲୋମା ମଧ୍ୟ କରିଛନ୍ତି | ଏଥିସହ ଚୌଧୁରୀ ଚରଣ ସିଂହ ବିଶ୍ୱ ବିଦ୍ୟାଳୟରୁ ଡକ୍ଟରେଟ ବା ପିଏଚ୍ଡି ଡିଗ୍ରୀ କରିଛନ୍ତି । ଶିକ୍ଷା ସହ ତାଙ୍କ କର୍ମଜୀବନ ବି ବେଶ ଉତ୍ସୁକତାରେ ଭରା ଥିଲା । ୧୯୭୮ ମସିହା ଡିସେମ୍ବର ୧୬ ତାରିଖରେ ସେ ୧୧ ଗୋରଖା ରାଇଫଲର ୫ମ ବାଟାଲିୟନ ଆର୍ମିରେ ଯୋଗ ଦେଇଥିଲେ । ତାଙ୍କରି ଗାଇଡାନ୍ସ ରେ ହିଁ ଉରୀ ଠାରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ଜଣେ ବ୍ରିଗେଡିଆର ଭାବରେ ସୋପୋର ଠାରେ ୫ ସେକ୍ଟର ରାଷ୍ଟ୍ରୀୟ ରାଇଫଲର କାମାଣ୍ଡିଙ୍ଗ ଦାୟିତ୍ୱ ନେଇଛନ୍ତି । ମେଜର ଜେନେରାଲ ଭାବରେ ପଦୋନ୍ନତି ହେବା ପରେ ୧୯
th ଇନ୍ଫନ୍ତ୍ରୀ ଡିଭିଜନର ଜେନେରାଲ କାମାଣ୍ଡିଙ୍ଗ ଅଫିସର ଦାୟିତ୍ୱ ନେଇଥିଲେ । ଜଣେ ଜେନେରାଲ ଷ୍ଟାଫ ଅଫିସର ଗ୍ରେଡ଼ 2, ଲଜିସ୍ଟିକ ଷ୍ଟାଫ ଅଫିସର, କୋଲନଏଲ ମିଲିଟାରୀ ସେକ୍ରେଟାରୀ, ଡେପୁଟି ମିଲିଟାରୀ ସେକ୍ରେଟାରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ୨୦୧୬ ମସିହା ଜାନୁଆରୀ ପହିଲାରେ ଦକ୍ଷିଣ କମାଣ୍ଡର ଜିଓସିସି ଦାୟିତ୍ୱରେ ଥିଲେ ।

bipin
image credit: Hotgossips

ଏହାର କିଛି ମାସ ପରେ ସେପ୍ଟେମ୍ବର ମାସରେ ଭାଇସ ଚିଫ ଅଫ ଆର୍ମି ଷ୍ଟାଫ ଦାୟିତ୍ୱରେ ଥିଲେ । ୨୦୧୬ ଡିସେମ୍ବର ୧୬ ତାରିଖରେ ଭାରତ ସରକାର ତାଙ୍କୁ ୨୭ ତମ ଆର୍ମି ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ । ଫିଲ୍ଡ ମାର୍ଶାଲ ସାମ ମାନେକ୍ସ ଓ ଦଲବୀର ସିଂହ ସୁହାଗଙ୍କ ପରେ ଗୋରଖା ବ୍ରିଗେଡରୁ ଚିଫ ଅଫ ଆର୍ମି ଷ୍ଟାଫ ହେବାରେ ବିପିନ ହେଉଛନ୍ତି ତୃତୀୟ ବ୍ୟକ୍ତି । ୨୦୧୯ ଡିସେମ୍ବର ୩୧ ତାରିଖରେ ଜେନେରାଲ ରାୱତଙ୍କୁ ସିଡିଏସ ବା ଚିଫ ଅଫ ଆର୍ମି ଡିଫେନ୍ସ ଷ୍ଟାଫ ଭାବରେ ନିଯୁକ୍ତ କରାଯାଇଥିଲା । ଆଉ ସେ ହେଉଛନ୍ତି ଦେଶର ପ୍ରଥମ ସିଡିଏସ । ଖାଲି ଭାରତ ନୁହେଁ ଭାରତ ବାହାରେ ବି ତାଙ୍କୁ ଅନେକ ସମ୍ମାନ ମିଳିଛି । ୨୦୧୯ ରେ ୟୁନାଇଟେଡ଼ ଷ୍ଟେଟ୍ସ ଗସ୍ତ ସମୟରେ ୟୁନାଇଟେଡ଼ ଷ୍ଟେଟ୍ସ ଆର୍ମି କମାଣ୍ଡ ଓ ଜେନେରାଲ ଷ୍ଟାଫ କଲେଜ ଇଣ୍ଟରନ୍ୟାସନାଲ ହଲ ଅଫ ଫେମ ସାମ୍ମନାରେ ସମ୍ମାନିତ କରାଯାଇଛି । ଦେଶକୁ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ତାଙ୍କୁ ପରମ ଭିସିସ୍ଟ ସେବା ମେଡାଲ, ଉତ୍ତମ ୟୁଦ୍ଧ ସେବା ମେଡାଲ, ଅତି ଭିସିସ୍ଟ ସେବା ମେଡାଲ, ୟୁଥ ସେବା ମେଡାଲ, ସେନା ମେଡାଲ, ଭିସିସ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି । ବିପିନଙ୍କ ଜୀବନରେ ଏମିତି ଦୁଘଟଣା ପ୍ରଥମ ନୁହେଁ । ୬
ବର୍ଷ ପୂର୍ବେ ବିପିନ ଏମିତି ହିଁ ଏକ ହେଲିକପ୍ଟର ଦୁର୍ଘଟଣାର ସାମ୍ନା କରିଥିଲେ । କିନ୍ତୁ ସେସମୟରେ ଅଳ୍ପକେ ରକ୍ଷାପାଇ ଯାଇଥିଲେ ।

Leave A Reply

Your email address will not be published.