କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସରଳ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଗ୍ରାହମ୍‌ଷ୍ଟେନ୍‌ସ ମାମଲରେ ଯୋଡିବାକୁ ପ୍ରୟାସ

ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇ ସାଂସଦ ହେଲେ ପ୍ରତାପ ଷଡଙ୍ଗୀ । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ମନ୍ତ୍ରୀ ହେବା ପୂର୍ବରୁ ଓ ପରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରତାପ ଷଡଙ୍ଗୀ । ବହୁ ଜାତୀୟ ଗଣମାଧ୍ୟମ ପ୍ରଥମେ ତାଙ୍କର ସରଳ ଜୀବନଯାପନକୁ ନେଇ କିଏ ଯୋଗୀ ତ କିଏ ମୋଦିଙ୍କ ସହ ତୁଳନା କଲେ। ଏବେ ଗ୍ରାହମଷ୍ଟେନ୍‌ ହତ୍ୟାକାଣ୍ଡ ସହ ତାଙ୍କୁ ଯୋଡିବାକୁ ଚେଷ୍ଟା କରିଛନ୍ତି କିଛି ଗଣମାଧ୍ୟମ। ପ୍ରତାପଙ୍କ ସମର୍ଥକ ଏହାକୁ ଷଡଯନ୍ତ୍ର କହିଛନ୍ତି। ପ୍ରତାପ ମନ୍ତ୍ରୀ ହେବା ପରେ ଏଭଳି ଇର୍ଷାନ୍ଵିତ ହୋଇ କିଏ ଏଭଳି କାମ କରୁଥିବା କହିଛନ୍ତି ତାଙ୍କ ସମର୍ଥକ।

pratap sarangi

ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହେଲେ ପ୍ରତାପ ଷଡଙ୍ଗୀ । ମୋଦି ସରକାରରେ ମନ୍ତ୍ରୀ ହେଲେ । ମନ୍ତ୍ରୀ ହେବା ପରେ କିଛି ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରର ଗଣମାଧ୍ୟମ ତାଙ୍କର ଅପରାଧିକ ପୃଷ୍ଟଭୁମି ବାବଦରେ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି ।

ଜାତୀୟ ସ୍ତରର ଗଣମାଧ୍ୟମ ମାନେ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପୁର୍ବରୁ ପଛରେ ପଡିଯାଇଥିଲେ । ପ୍ରତାପ ଙ୍କ ସରଳ ନିରାଡମ୍ବର ଜୀବନ ଶୈଳୀକୁ ନେଇ ପ୍ରସାରଣ କରିଥିଲେ ଗୋଟିଏ ପରେ ଗୋଟିଏ ଖବର ।କିଏ ତାଙ୍କୁ ଯୋଗୀଙ୍କ ସହ ତୁଳନା କରିଥିଲା ତ ଆଉ କିଏ ମୋଦିଙ୍କ ସହ ।

 

pratap

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ପ୍ରତାପଙ୍କ ଉପରେ ଭରସା କରି ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି । ସେ ହେଉଛନ୍ତି ଓଡିଶା ବିଜେପିର ଆଗଧାଡିର ନେତା । ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଜିତିଥିବା ପ୍ରତାପଙ୍କୁ ନେଇ ଗଣମାଧ୍ୟମ ମାନେ ପ୍ରଥମେ ସକାରତ୍ମକ ଏବଂ ପରେ ନକାରତ୍ମକ ଖବର ପ୍ରସାର କରିଛନ୍ତି।

Pratap_Sarangi

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରତାପଙ୍କ ସମର୍ଥକଙ୍କ କଥାକୁ ଯଦି ବିଶ୍ୱାସ କରାଯାଏ ଏହା କଣ ପ୍ରତାପଙ୍କ ବିରୋଧରେ ଷଡଯନ୍ତ୍ର  କି? ଦଳ ଭିତରୁ ଏଭଳି ଷଡଯନ୍ତ୍ର ହୋଇ ନାହିଁ ତ? ।ବାହାର ଦଳରୁ ଆସିଥିବା ନାଁ ଦଳ ଭିତରେ କିଛି ନେତା ଏବେ ପ୍ରତାପ ଙ୍କ ମନ୍ତ୍ରୀ ହେବା ପ୍ରସଂଗକୁ ସହ୍ୟ କରିପାରୁ ନାହାନ୍ତି କି?

Leave A Reply

Your email address will not be published.