ଚୈତ୍ର ନବରାତ୍ରିରେ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ, ନିଶ୍ଚିତ ପୂର୍ଣ୍ଣ ହେବ ମନସ୍କାମନା

ଚୈତ୍ର ଏବଂ ଶାରଦୀୟ ନବରାତ୍ରୀ ସମଗ୍ର ଦେଶରେ ଶ୍ରଦ୍ଧା ଭାବରେ ପାଳନ କରାଯାଏ। ଏହି ବର୍ଷ ଚୈତ୍ର ନବରାତ୍ରି ୧୩ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଶେଷ ୨୧ ଏପ୍ରିଲରେ ହେବ। ନବରାତ୍ରୀ ସମୟରେ୯ ଦିନ ପର୍ଯ୍ଯନ୍ତ ଚାରିଆଡେ ଭକ୍ତିମୟ ପରିବେଶ ରହିଥାଏ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଦିନରେ ମା ଦୁର୍ଗାଙ୍କୁ କେଉଁ ଜିନିଷ ଦେବା ଦ୍ବାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି।

ମନ୍ଦିର ଏବଂ ପୂଜା ସ୍ଥାନ ସଫା ରଖିବା : ନବରାତ୍ରି ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଘର ଏବଂ ମନ୍ଦିର କିମ୍ବା ପୂଜା ସ୍ଥାନକୁ ଭଲଭାବେ ସଫା କରିଦିଅନ୍ତୁ। କୁହାଯାଏ, ନବରାତ୍ରୀ ପୂର୍ବଦିନ ମା’ ଦୁର୍ଗା ଘରକୁ ଆସିଥାନ୍ତି। ଏଥିପାଇଁ ମା ଆସିବା ପୂର୍ବରୁ ଘରକୁ ଭଲଭାବେ ସଫା ସୁତରା କରିବା ଉଚିତ।

ସ୍ବସ୍ତିକ ଚିହ୍ନ ବନାନ୍ତୁ: ମା’ଙ୍କ ଆଗମନ କରିବା ପୂର୍ବରୁ ଘରର ମୁଖ୍ଯ ଦ୍ବାରରେ ହଳଦୀ କିମ୍ବା ଫଗୁରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ହଳଦୀରେ ତିଆରି ହୋଇଥିବା ସ୍ବସ୍ତିକ ଗୁରୁ ଗ୍ରହ ଏବଂ ଫଗୁରେ ତିଆରି ହୋଇଥିବା ସ୍ବସ୍ତିକ ଚିହ୍ନ ଶୁକ୍ରକୁ ଶୁଦ୍ଧ କରିଥାଏ ଏବଂ ଜୀବନରେ ସକାରାତ୍ମକ ଆଣିଥାଏ।

ମା’ ବସିବା ସ୍ଥାନରେ ଲାଲ କପଡା ପକାନ୍ତୁ: ନବରାତ୍ରି ସମୟରେ ସବୁବେଳେ ମା’ଙ୍କ ପ୍ରତିମାରେ ଚନ୍ଦନ କିମ୍ବା ରୂପା ଜିନିଷ ରଖି ସ୍ଥାପିତ କରିବା ଉଚିତ। ଏହି ସ୍ଥାନରେ ଲାଲ ରଙ୍ଗର କପଡା ପକାନ୍ତୁ। ଲାଲ ରଙ୍ଗ ସୌଭାଗ୍ଯର ପ୍ରତୀକ।

navaratri

ଉତ୍ତର-ପୂର୍ବ ଦିଗରେ କଳସ ସ୍ଥାପନା କରନ୍ତୁ: କଳସ ସ୍ଥାପନା କରିବା ଦିଗପ୍ରତି ମଧ୍ୟ ଧ୍ୟାନ ରଖିବା ଉଚିତ। ନବରାତ୍ରିରେ କଳସ ସବୁବେଳେ ଉତ୍ତର ପୂର୍ବ ଦିଗରେ ସ୍ଥାପନା କରନ୍ତୁ। କଳସରେ ଗୁଆ, ପଇସା ଏବଂ ଜଳ ଦେଇ ଭରନ୍ତୁ। ଆପଣ ସୁନା କିମ୍ବା ରୁପା, ପିତ୍ତଳ, ମାଟି କୌଣସି କଳସର ବ୍ଯବହାର କରିପାରିବେ।

କଳସରେ ଅଶୋକ ପତ୍ର ରଖନ୍ତୁ: କଳସରେ ଅଶୋକ ପତ୍ର ନିଶ୍ଚିତ ରଖନ୍ତୁ। ୯, ୧୧, ୨୧ ଆଦି ପତ୍ର ଥିବା ଅଶୋକ ପତ୍ର ରଖନ୍ତୁ। ଅଶୋକ ପତ୍ର ଦୁଃଖ ନାଶ କରିଥାଏ। ତେଣୁ ପୂଜା ପାଠ କରିବା ସମୟରେ ଏହାର ପ୍ରୟୋଗ କରିବା ଦ୍ବାରା ଜୀବନରେ ଆସିବାକୁ ଥିବା ବିପଦ ଦୂର ହେବ। କଳସରେ ସାଲୁକପଡା ବାନ୍ଧି ନଡିଆ ରଖନ୍ତୁ।

ଅଖଣ୍ଡ ଦୀପ ଜଳାନ୍ତୁ: ଚୈତ୍ର ନବରାତ୍ରୀ ସମୟର ପୂଜା ସ୍ଥାନରେ ଅଖଣ୍ଡ ଦୀପ ଜଳାନ୍ତୁ। ଯଦି ଅଖଣ୍ଡ ଦୀପ ନ ଜଳାଇ ପାରୁଛନ୍ତି, ତେବେ ନବରାତ୍ରି ଦିନ ସକାଳ ଏବଂ ସନ୍ଧ୍ଯାରେ ଦୀପ ନିଶ୍ଚିତ ଜଳାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.